ସେନା ଶିବିରରେ ୩ଜଣଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ଏହି ଜବାନ …

Creat A Revolution
           

ଶ୍ରୀନଗର -: ଜମ୍ମୁ- କଶ୍ମୀର ଉଧମପୁର ଜିଲ୍ଲାର ଏକ ସେନା ଶିବିରରେ ନିଜକୁ ଗୁଳି କରି ହତ୍ୟା କରିବା ପୂର୍ବରୁ ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି)ର ଜଣେ ଯବାନ ଶନିବାର ତାଙ୍କ ତିନି ସହକର୍ମୀଙ୍କ ଉପରକୁ ଗୁଳି ଚଳାଇ ଥିବା ସେନା ଅଧିକାରୀମାନେ କହିଛନ୍ତି। ଜିଲ୍ଲାର ଦେବୀକା ଘାଟ କମ୍ୟୁନିଟି ସେଣ୍ଟରରେ ଶନିବାର ଅପରାହ୍ନ ପ୍ରାୟ ୩.୩୦ ସମୟରେ ଏହି ଅଘଟଣ ଘଟିଥିଲା। ଆଇଟିବିପି କନଷ୍ଟେବଳ ଭୂପେନ୍ଦ୍ର ସିଂ ତାଙ୍କର ତିନିଜଣ ସହକର୍ମୀଙ୍କ ଉପରକୁ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲେ।

ଯାହା ଫଳରେ ଜଣେ ହେଡ କନଷ୍ଟେବଳ ଏବଂ ଦୁଇ ଜଣ କନଷ୍ଟେବଳ ଗୁଳି ମାଡ଼ରେ ଆହତ ହୋଇଥିଲେ ବୋଲି ଜଣେ ବରିଷ୍ଠ ଆଇଟିବିପି ଅଧିକାରୀ କହିଛନ୍ତି। ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନେ ଏବେ ବିପଦମୁକ୍ତ ଅଛନ୍ତି ବୋଲି ସେ କହିଛନ୍ତି। ଏହି ଘଟଣା ପରେ କନଷ୍ଟେବଳ ସିଂ ଆଇଏନଏସଏଏସ ସର୍ଭିସ ରାଇଫଲରୁ ନିଜ ଉପରକୁ ଗୁଳି କରିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ବୋଲି ସେ କହିଛନ୍ତି। କନଷ୍ଟେବଳ ସିଂ ଫୋର୍ସର ଅଷ୍ଟମ ବାଟାଲିୟନର ଥିଲେ ଏବଂ ବର୍ତ୍ତମାନ ସୁରକ୍ଷା ଦାୟିତ୍ୱ ପାଇଁ ଜମ୍ମୁ- କଶ୍ମୀରରେ ନିୟୋଜିତ ଆଇଟିବିପିର ଦ୍ୱିତୀୟ ଆଡ-ହକ୍‌ ବାଟାଲିୟନର ’ଏଫ’ କମ୍ପାନିରେ ନିୟୋଜିତ ହୋଇଥିଲେ। ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading