ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ, ୭ ଜୀବନ୍ତ ଦଗ୍ଧ

Creat A Revolution
           

ନୂଆଦିଲ୍ଲୀ -: ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଶୁକ୍ରବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି। ସୂଚନାଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ନିଆଁ ଲାଗି ଯାଇଥିଲା। ନିଆଁ ଆଖି ପିଛୁଳାକେ ସମଗ୍ର ବସ୍ତିକୁ କାବୁ କରି ନେଇଥିଲା।

ଖବର ପାଇ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିନିମନ୍ତେ ସେମାନଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା। ଏହି ଅଗ୍ନିକାଣ୍ଡରେ ୩୦ରୁ ଉର୍ଦ୍ଧ୍ୱ ଘର ଜଳି ପାଉଁଶ ହୋଇଯାଇଥିବା ବେଳେ ନିଆଁ କବଳରୁ ବହୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ହେଲେ ନିଆଁ ଆୟତ୍ତକୁ ଆସିବା ପରେ ଅଗ୍ନିଶମ କର୍ମଚାରୀ ୭ ମୃତଦେହ ଠାବ କରିଛନ୍ତି। ନିଆଁରେ ଜଳି ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଉତ୍ତରପୂର୍ବ ଦିଲ୍ଲୀର ଆଡିସନାଲ ଡିସିପି ସୂଚନା ଦେଇଛନ୍ତି । ସକାଳୁ ସକାଳୁ ଏପରି ଦୁଃଖଦ ଖବର ମିଳିଥିବା ବେଳେ ଘଟଣାସ୍ଥଳକୁ ଯାଇ ପୀଡ଼ିତଙ୍କ ସହ ସାକ୍ଷାତ କରିବି ବୋଲି ଟ୍ୱିଟ କରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading