ନ୍ୟାୟ ଦାବିରେ ସାମ୍ବାଦିକଙ୍କ ଥାନାରେ ଧାରଣା

Creat A Revolution
           

କଟକ (ଶିଶୁ କୃଷ୍ନ ନନ୍ଦ) -: କଟକ ଜିଲ୍ଲା ନେମାଳ ଥାନା ଅଂଚଳର ସାମ୍ବାଦିକ ରତ୍ନାକର ବାରିକଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣାକୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସାମ୍ବାଦିକ ମାନଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଏହାକୁ ବିରୁଦ୍ଧ କରି ଶତାଧିକ ସାମ୍ବାଦିକ ମାନେ ନେମାଳ ଥାନା ଘେରାଉ କରି ପ୍ରତିବାଦ ଜଣାଇଛନ୍ତି । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠରୁ ଏକ ଶୋଭାଯାତ୍ରାରେ ଶତାଧିକ ସାମ୍ବାଦିକମାନେ ଏକ ରାଲିରେ ବାହାରି ଥାନା ସମ୍ମୁଖରେ ଏହି ପ୍ରତିବାଦ କରିଥିଲେ ।

ଏଥିରେ କଟକ ଜିଲ୍ଲାର ବହୁ ସାମ୍ବାଦିକ ସଂଘଠକଙ୍କ ସହ ରାଜ୍ୟ ସ୍ତରୀୟ ସାମ୍ବାଦିକ ସଂଗଠନର କର୍ମକର୍ତ୍ତା ମାନେ ସାମିଲ ହୋଇ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ । ଏନେଇ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ.ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସ ପି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପଟେ ଆକ୍ରମଣ ର ଶିକାର ହୋଇଥିବା ସାମ୍ବାଦିକ ରତ୍ନାକର ବାରିକ ଓ ତାଙ୍କ ପରିବାର ଏବେବି ଭୟଭୀତ ଅବସ୍ଥାରେ ଅଛନ୍ତି । ଅଭିଯୁକ୍ତ ଗିରଫ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading