Creat A Revolution
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଆଜକୁ ୩ଦିନ ହେବ ଏହି ଲୋକଟି ନିଖୋଜ ଥିଲେ ।ଆଜି ଗାଁ ପୋଖରୀରୁ ମୃତ ଦେହ ହେଲା ଉଦ୍ଧାର ।ଲୋକଟିର ନାଁ ହେଉଛି ଅମୀୟ ରଞ୍ଜନ ବାରିକ ବୟସ ପ୍ରାୟ ୪୦ ବର୍ଷ ପାଖାପାଖି ହେବ ପିତାଙ୍କ ନାମ ଉଚ୍ଛବ ବାରିକ ।ମୃତ ଅମୀୟ ରଞ୍ଜନ ଜଣେ ବିକୃତ ମସ୍ତିଷ୍କ ର ଲୋକ । ସେ ପାଗଳ ଭଳି ବଜାର ଘାଟରେ ବୁଲାବୁଲି କରନ୍ତି । ଆଜକୁ ତିନି ଦିନ ହେବ ସେ ନିଖୋଜ ଥିଲେ ।ସାଲେପୁର ବ୍ଲକ ଅନ୍ତର୍ଗତ ଛାଣିପୁର ଗ୍ରାମରେ ତାଙ୍କ ଘର ।ଆଜି ସାତବାଟୀ ଗାଁ ପୋଖରୀରେ ମୃତ ଦେହ ଭାସୁଥିବାର ଲୋକ ଦେଖିଥିଲେ ।ସାଲେପୁର ଥାନାକୁ ଫୋନ କରି ଜଣେଇବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ ଆରମ୍ଭ କରିଛି ।ଶବ ବ୍ୟବଚ୍ଛେଦ ରିପୋଟ ଆସିଲେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ।