ତ୍ୱଚା ପାଇଁ ବରଦାନ ମଲ୍ଲୀ ଫୁଲ , ଆସନ୍ତୁ ଜାଣିବା କିଭଳି କରିବେ ବ୍ୟବହାର …

Creat A Revolution
           

ମୋଗରା ଅର୍ଥାତ ମଲ୍ଲୀ ଫୁଲ ବେଶ ଜଣାଶୁଣା, ଏସିଆର ସମସ୍ତ ଫୁଲ ଗଛର ସବୁଠାରୁ ସୁନ୍ଦର ଏବଂ ସୁଗନ୍ଧିତ ଫୁଲ |ଚମେଲି, ଅରେବିୟନ୍‌ ଜ୍ୟାସ୍‌ମିନ୍‌, ମଦନବନ, ସୟାଲି, କୁଣ୍ଡା ବା ମଲ୍ଲୀକା ଆଦି ନାମରେ ବି ଜଣାଯାଏ। ତେବେ ସୁଗନ୍ଧରେ ବ୍ୟବହୃତ ଏହି ମଲ୍ଲୀ ଫୁଲରେ ଭରୁପୁର ମାତ୍ରାରେ ମଶ୍ଚରାଇଜିଙ୍ଗ୍ ଗୁଣ ବି ରହିଛି। ଯାହା ସ୍କିନ୍‌ ପାଇଁ ଅତ୍ୟନ୍ତ ଲାଭଦାୟୀ ଅଟେ। ଏହାକୁ କିପରି ବ୍ୟବହାର କଲେ ଆପଣଙ୍କ ତ୍ବଚା ଏହି ଲାଭ ପାଇପାରିବ,

ଆସନ୍ତୁ ଜାଣିବା

ଚିକ୍କଣ ଚର୍ମ -: ମଲ୍ଲୀ ଫୁଲ ପ୍ୟୁରି ପ୍ୟୁରୀ ବା ମିଶ୍ରଣକୁ ନିଜ ମୁହଁରେ ଲଗାନ୍ତୁ । ଏହା ଆପଣଙ୍କ ସ୍କିନ୍‌କୁ ଡିପ୍‌ ମଶ୍ଚରାଇଜ୍‌ କରିବା ସାଙ୍ଗକୁ ସଫ୍ଟ ବନେଇଥାଏ। ମଲ୍ଲୀ ଫୁଲ ବ୍ୟବହୃତ ପ୍ରଡକ୍ଟ ବି ବ୍ୟବହାର କରିପାରିବେ।

ଗନ୍ଧକୁ ରୋକିବାରେ ସାହାଯ୍ୟକାରୀ -: ଅନେକ ଲୋକଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ। ଏହାକୁ ରୋକିବା ପାଇଁ ଘରେ ବନାନ୍ତୁ ମଲ୍ଲୀ ଫୁଲର ବଡି ସ୍ପ୍ରେ। ଏଥିପାଇଁ ଜସ୍ମିନ୍‌ ଏସେନ୍ସ ଅଏଲ୍‌ର ବ୍ୟବହାର କରିପାରିବେ। ଏଥିପାଇଁ ସ୍ପ୍ରେ ବୋତଲରେ ପାଣି ଓ ମଲ୍ଲୀ ଫୁଲର ତେଲ ମିଶାନ୍ତୁ । ଏହା ଏକ ସବୁଠାରୁ ପ୍ରଭାବଶାଳୀ ବ୍ୟୁଟି ହ୍ୟାକ୍, ଯାହାର ବ୍ୟବହାର ଆପଣଙ୍କ ତ୍ୱଚାକୁ ଚମକ ଆଣିବାରେ ସାହାଯ୍ୟ କରେ।

ବ୍ରଣ ଦୂର ହେବ -: ବର୍ଷା ଋତୁରେ ଏହା ଏକ ସାଧାରଣ ସମସ୍ୟା | ଯଦି ଆପଣଙ୍କର ବ୍ରଣର ସମସ୍ୟା ଥାଏ, ଆଉ କୌଣସି ମଶ୍ଚରାଇଜର ବ୍ୟବହାର କରିବାକୁ ଭୟ କରୁଛନ୍ତି , ତେବେମଲ୍ଲୀ ଫୁଲ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ |ଫୁଲ ପେଟର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ସିଧାସଳଖ ଆପଣଙ୍କ ମୁହଁରେ ଲଗାନ୍ତୁ |

ବ୍ରଣ ସମସ୍ୟା ଦୁର ହେବ -: ଏହି ଆକ୍‌ନେ ସମସ୍ୟାକୁ ଦୁର କରିବା ପାଇଁ ମଲ୍ଲୀ ଫୁଲର ପାଖୁଡାକୁ ପେଷ୍ଟ କରି ସିଧା ସଳଖ ମୁହଁରେ ଲଗାନ୍ତୁ।

ସନ୍‌ ଡ୍ୟାମେଜ୍‌ -: ସୁର୍ଯ୍ୟ କିରଣ ଦ୍ବାରା ହେଉଥିବା ସ୍କିନ୍ ଡ୍ୟାମେଜ୍‌କୁ ରୋକିବା ପାଇଁ ମଲ୍ଲୀ ଫୁଲର ରସକୁ ମୁଁହରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କୁ ତୁରନ୍ତ ଫ୍ରେଶ୍‌ ଅନୁଭବ ହେବ। ଆପଣଙ୍କ ଗାଧୋଇବା ପାଣିରେ ବି ଏହାର ପାଖୁଡା କିମ୍ବା ଏହାର ପେଷ୍ଟକୁ ପକାଇ ପାରିବେ । ଏହି ପାଣିରେ ଗାଧୋଇବା ଦ୍ବାରା ଆପଣଙ୍କୁ ସତେଜ ଅନୁଭବ ହେବ।

ଫେସ୍‌ ପ୍ୟାକ୍‌ -: ମଲ୍ଲୀ ଫୁଲର ପାଖୁଡାକୁ ସଫା କରି ଏହାର ପେଷ୍ଟ ବନାନ୍ତୁ। ଏହାକୁ ସିଧା ସ୍କିନ୍‌ରେ ଲଗାନ୍ତୁ। ଏହାକୁ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

କେଶ ପାଇଁ ବି ବ୍ୟବହାର କରିପାରିବେ -: ମଲ୍ଲୀ ଫୁଲର ହାରରେ ଆପଣ କେଶକୁ ସଜେଇଥିବେ ବା ଦେଖିଥିବେ ନିଶ୍ଚୟ । କିନ୍ତୁ କେଶର ଡିପ୍‌ କଣ୍ଡିସ୍‌ନିଂଙ୍ଗ୍ ପାଇଁ ବି ମଲ୍ଲୀ ଫୁଲକୁ ବ୍ୟବହାର କରିହେବ । ଏଥିପାଇଁ ମଲ୍ଲୀ ଫୁଲକୁ ଗରମ ପାଣିରେ ଭିଜେଇ ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ଭଲଭାବେ କେଶ ଧୋଇବାରେ ବ୍ୟବହାର କରନ୍ତୁ । ଏହାଦ୍ୱାରା କେଶ ବହୁତ ଭଲରେ ସାଇନିଂ କରିଥାଏ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading