ରାହୁଲ୍‌ ଗାନ୍ଧୀ ରାଜନୀତି ପାଇଁ ତାଙ୍କର ଦକ୍ଷତା ନାହିଁ: ଗୁଲାମ୍‌ ନବୀ ଆଜାଦ୍

Creat A Revolution
           

ନୂଆଦିଲ୍ଲୀ -: ରାହୁଲ୍‌ ଗାନ୍ଧୀ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ନାହିଁ ବୋଲି ଗତ ସପ୍ତାହରେ କଂଗ୍ରେସ ପରିତ୍ୟାଗ କରିଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ଗଣମାଧ୍ୟମ ‘ଏନ୍‌ଡିଟିଭି’କୁ କହିଛନ୍ତି। ସେ କହିଛନ୍ତି, ସତ କହିବାକୁ ଗଲେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷା ଥିବା ବେଳେ ବରିଷ୍ଠ ନେତାମାନଙ୍କର ପରାମର୍ଶ ନେଉଥିଲେ। ସେମାନଙ୍କ ସୁପାରିସ ଗ୍ରହଣ କରିବା ସହ ସେ ସେମାନଙ୍କ ଉପରେ ନିର୍ଭର କରୁଥିଲେ।

ସେ ମତେ ମଧ୍ୟ ୮ଟି ରାଜ୍ୟର ଦାୟିତ୍ବ ଦେଇଥିଲେ। ସେଥିରୁ ମୁଁ ୭ଟିରେ ବିଜୟୀ ହୋଇଥିଲି। ମୋ କାମରେ ସେ ହସ୍ତକ୍ଷେପ କରି ନ ଥିଲେ। କିନ୍ତୁ, ରାହୁଲ୍‌ ଗାନ୍ଧୀ ଆସିବା ପରେ ୨୦୦୪ଠାରୁ ସୋନିଆ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ହେଲେ। କିନ୍ତୁ, ରାଜନୀତି ପାଇଁ ରାହୁଲ୍‌ଙ୍କର ସ୍ବଭାବଗତ ଦକ୍ଷତା ନ ଥିଲା। ତେଣୁ, ସମସ୍ତେ ରାହୁଲ୍‌ଙ୍କୁ ସହଯୋଗ କରନ୍ତୁ ବୋଲି ସୋନିଆ ଚାହୁଁଥିଲେ। ଏହାଛଡ଼ା, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲ୍‌ ଗାନ୍ଧୀ ଯେଭଳି ସମାଲୋଚନା କରୁଛନ୍ତି, ସେଥିପାଇଁ ମଧ୍ୟ ଆଜାଦ୍‌ ତାଙ୍କୁ ନିନ୍ଦା କରିଛନ୍ତି।

ସେ ଆହୁରି ଧ୍ୟ କହିଛନ୍ତି, ଏବକାର ‘ସିଡବ୍ଲୁସି’ ନିରର୍ଥକ। ସୋନିଆ ଗାନ୍ଧୀଙ୍କ ଅଧୀନରେ କେବଳ ‘ସିଡବ୍ଲୁସି’ ଅଛି। କିନ୍ତୁ, ଗତ ୧୦ ବର୍ଷ ପୂର୍ବେ ୨୫ଜଣ ‘ସିଡବ୍ଲୁସି’ ସଦସ୍ୟ ଏବଂ ୫୦ଜଣ ସ୍ବତନ୍ତ୍ର ଆମନ୍ତ୍ରିତ ଥିଲେ।ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ପରାମର୍ଶ ରାଜନୀତି ଉପରେ ଖୁବ୍‌ ବିଶ୍ବାସ କରୁଥିଲେ। କିନ୍ତୁ, ରାହୁଲ୍‌ଙ୍କ ଯୋଗୁଁ ସବୁ ନଷ୍ଟ ହୋଇଗଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading