ଜ୍ୟୋତିଷ ଶାସ୍ତ୍ରରେ ଯେମିତି ଜାତକ ଦେଖି ଲୋକଙ୍କ ଭବିଷ୍ୟତ ବିଷୟରେ କୁହାଯାଏ, ସେହିଭଳି ସାମୁଦ୍ରିକ ଶାସ୍ତ୍ରରେ ଲୋକଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଗଠନ ଆଧାରରେ ତାଙ୍କ ଆଚାର ଓ ବ୍ୟବହାର ବିଷୟରେ ଜଣାପଡ଼େ। ସାମୁଦ୍ରିକ ଶାସ୍ତ୍ର ରଚନା ବହୁ ଯୁଗ ତଳେ ହୋଇଥିଲା। ଏଥିରେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଗଠନରୁ ତାଙ୍କ ଭବିଷ୍ୟତ କେମିତି କଟିବ, ସେ ସମ୍ପର୍କରେ ଜଣାପଡ଼େ। ତେବେ ଆସନ୍ତୁ ଜାଣିବା ପାଦ ଆଙ୍ଗୁଠିର ଗଠନରୁ ମହିଳା କେତେ ଭାଗ୍ୟଶାଳୀ ହୋଇଥାନ୍ତି ।
ପାଦର ଆଙ୍ଗୁଠି ସମାନ ହୋଇଥିଲେ
ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁ ମହିଳାଙ୍କ ପାଦର ସବୁ ଆଙ୍ଗୁଳିର ଲମ୍ବା ଗୋଟିଏ ଅନ୍ୟ ଠାରୁ ସମାନ ହୋଇଥାଏ, ସେହି ମହିଳାଙ୍କ ଜୀବନ ସୁଖରେ କଟିଥାଏ । ଏଥିସହିତ ସେ ନିଜ ପରିବାରକୁ ମଧ୍ୟ ଖୁସିରେ ରଖିଥାଏ ।
ପାଦର ଆଙ୍ଗୁଳି
ଯଦି କୌଣସି ମହିଳାଙ୍କ ପାଦର ଆଙ୍ଗୁଳି ଲାଲ, ଚଉଡା ଓ ଗୋଲ ହୋଇଥାଏ,ତେବେ ସେହି ସ୍ତ୍ରୀଙ୍କୁ ବହୁତ ଭାଗ୍ୟଶାଳୀ ବୋଲି ମନାଯାଥାଏ ।
ଗୋଲାପି ପାଦ
ସାମୁଦ୍ରିକ ଶାସ୍ତ୍ରରେ ଯଦି ଆରମ୍ଭରୁ କେହି ମହିଳାଙ୍କ ପାଦର ଆଙ୍ଗୁଳି ଗୋଲାପି ରଂଗ,ନରମ ଓ ପୂର୍ଣ୍ଣ ବିକଶିତ ହୋଇଥାଏ । ସେ ସ୍ତ୍ରୀ ବିବାହ ପରେ ଜୀବନ ସାଥୀକୁ ବହୁତ ଖୁସିରେ ରଖିଥାଏ ।
ନାହି ପାଖରେ ତିଳ ଚିହ୍ନ
କୁହାଯାଏ ଯେଉଁ ମହିଳାଙ୍କ ନାଭିର ଠିକ ତଳେ ବା ଆଖପାଖରେ ତିଳ ଚିହ୍ନ ଥାଏ, ତେବେ ଏପରି ମହିଳା ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏଥିସହ ଧନ ମାମଲାରେ ଏମାନେ ବହୁତ ଭଲ ହୋଇଥାନ୍ତି ।
Discover more from odia.bnslive.in
Subscribe to get the latest posts sent to your email.