ଜଳଖିଆରେ ପ୍ରସ୍ତୁତ କରନ୍ତୁ କଦଳୀ ଆମ୍ବଲେଟ୍ , ଖାଇବାକୁ ଟେଷ୍ଟି ସହ ଶରୀର ପାଇଁ ସ୍ୱାସ୍ଥ୍ୟକର

Creat A Revolution
           

ଆପଣ ପ୍ରତିଦିନ ବିଭିନ୍ନ ପ୍ରକାର ଜଳଖିଆ ଖାଇବାକୁ ପସନ୍ଦ କରୁଥିବେ। ଆଉ ଘରେ ମା’ ହୁଅନ୍ତୁ ଅବା ପତ୍ନୀ କ’ଣ ଜଳଖିଆ ପ୍ରସ୍ତୁତ କରିବେ, ତାହାକୁ ନେଇ ଚିନ୍ତାରେ ରହିଥିବେ। ତେବେ ଆପଣ ଅନେକ ପ୍ରକାର ଚିଲ୍ଲା ଖାଇଥିବେ। ତେବେ ଚିଲ୍ଲା ପ୍ରସ୍ତୁତ କରି ବହୁତ ସହଜ ଏବଂ ଶରୀର ପାଇଁ ସ୍ୱାସ୍ଥ୍ୟକର। ଏହାକୁ ପିଲାମାନେ ଖାଇବାକୁ ବେଶ୍‌ ପସନ୍ଦ କରନ୍ତି। ଆପଣ ବେସନ ଆମ୍ବଲେଟ୍, ଅଟା ଆମ୍ବଲେଟ୍, ଅଣ୍ଡା ଆମ୍ବଲେଟ୍ ଇତ୍ୟାଦି ନିଶ୍ଚିତ ଖାଇଥିବେ । କିନ୍ତୁ କେବେ କ’ଣ ଆପଣ କଦଳୀ ଆମ୍ବଲେଟ୍ ଖାଇଛନ୍ତି କି ? ଏହା ଖାଇବା ଶରୀର ପାଇଁ ସ୍ୱାସ୍ଥ୍ୟକର ଏବଂ ବନାଇବା ମଧ୍ୟ ଅତି ସହଜ।

Honey & Banana Omelette Recipe - Food.com

କଦଳୀ ଖାଇବା ଶରୀର ପାଇଁ ବେଶ ଉପକାରୀ। ଏହାର ସେବନ କରିବା ଦ୍ୱାରା ଶରୀରରେ ଉର୍ଜା ଆସିଥାଏ। ତେଣୁ ସକାଳ ଜଳଖିଆରେ ଆପଣ ବେସନ ଆମ୍ବଲେଟ୍ ବଦଳରେ କଦଳୀ ଆମ୍ବଲେଟ୍ କରି ଖାଇପାରିବେ। ତେବେ ଏହାକୁ କେମିତି କରିବେ ପ୍ରସ୍ତୁତ ଜାଣନ୍ତୁ …

ଆବଶ୍ୟକୀୟ ସାମଗ୍ରୀ

କଦଳୀ, କ୍ଷୀର, ଅଟା, ବାଦାମ, ପାନମଧୁରୀ ପାଉଡର, ଗୁଜୁରାତି ପାଉଡର, ବଟର, ଖୁଆ ପାଉଡର, ଗୁଡ ସ୍ୱାଦନୁସାରେ।

ପ୍ରସ୍ତୁତି ପ୍ରଣାଳୀ –

କଦଳୀ ଚିଲ୍ଲା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପାଚିଲା କଦଳୀରୁ ଚୋଫା ଛଡାଇ ଏହାକୁ ବଡ ବଡ ଖଣ୍ଡ କରି କାଟିଦିଅନ୍ତୁ। ଏହାକୁ ନେଇ ଏକ ଗ୍ରାଇଣ୍ଡିଂ ଜାରରେ ପକାଇ ସେଥିରେ ବାଦାମ, ଗୁଜୁରାତି ପାଉଡର, ପାନମଧୁରୀ ପାଉଡର, ଖୁଆ ପାଉଡର ଏବଂ ଅଳ୍ପ କ୍ଷୀର ପକାଇ ମିକ୍ସ କରିଦିଅନ୍ତୁ। ଏହାକୁ ଏକ ବଡ ପାତ୍ରରେ କାଢିଦିଅନ୍ତୁ। ଏଥିରେ ଗୁଡ, ଅଠା ଏବଂ ବଳିଥିବା କ୍ଷୀର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଘୋଳକୁ ଭଲ ଭାବେ ଗୋଳାନ୍ତୁ। ଯେପରି ଏଥିରେ କୌଣସି ଗେଟା ରହିବନାହିଁ। ଏବେ ଏକ ନନ୍‌ଷ୍ଟିକ୍‌ ପ୍ୟାନ/ତାଓ୍ଵା ନେଇ ତାହାକୁ ଅଳ୍ପ ଆଞ୍ଚରେ ବସାଇଦିଅନ୍ତୁ। ତାଓ୍ଵା ଗରମ ହେବା ପରେ ସେଥିରେ ଅଳ୍ପ ବଟର ପକାଇ ଚାରିଆଡେ ଲଗାଇଦିଅନ୍ତୁ। ତା’ ପରେ ପୂର୍ବରୁ ରଖିଥିବା ଆଣରେ ପିଠା ଭଳି ଆକାର ଦେଇଦିଅନ୍ତୁ। ଏହାକୁ କିଛି ସମୟ ରଖିବା ପରେ ଓଲଟାଇ ଦିଅନ୍ତୁ। ଦୁଇକଡ ଭଲଭାବେ ସେକି ହୋଇଗଲା ପରେ କାଢିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କଦଳୀ ଆମ୍ବଲେଟ୍ । ଏହାକୁ ଆପଣ ସକାଳୁ ଜଳଖିଆରେ ଖାଇପାରିବେ। ଏଥିରେ ଏନର୍ଜି ଭରପୂର ରହିବା ସହିତ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading