୧୦୬ ବର୍ଷ ବୟସରେ ନିର୍ବାଚନ ଜିତିଲେ କହ୍ନେୟାଲାଲ ଗୁପ୍ତା

Creat A Revolution
           

ବୟସ ଯେ କେବଳ ଏକ ସଂଖ୍ୟା, ଏହାର ଜୀବନ୍ତ ଉଦାହରଣ ହେଉଛନ୍ତି ଗୋରଖପୁରର ୧୦୬ ବର୍ଷୀୟ କହ୍ନେୟାଲାଲ ଗୁପ୍ତା। ସେ ନିକଟରେ ଉତ୍ତର-ପୂର୍ବ ରେଳବାଇ ଶ୍ରମିକ ସଂଘ (ଏନ୍‌ଇଆର୍‌ଏମ୍‌ୟୁ)ର ସାଧାରଣ ସମ୍ପାଦକ ଭାବେ ୬୧ତମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ଶତାୟୁଙ୍କ ନାମକୁ ବିଶ୍ବରେ କୌଣସି ଶ୍ରମିକ ସଂଘର ସବୁଠାରୁ ବୟସ୍କ ସକ୍ରିୟ ନେତା ଭାବେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ ଓ ଗିନିସ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନିତ କରିବାକୁ ଉକ୍ତ ସଂଘ ଏବେ ଅଣ୍ଟା ଭିଡ଼ିଛି। ଅତୀତରେ ଜୟପ୍ରକାଶ ନାରାୟଣଙ୍କ ସହିତ ସଂପୃକ୍ତିରୁ ମିଳୁଥିବା ପ୍ରୋତ୍ସାହନ ଓ ନୈତିକ ଶକ୍ତି ବଳରେ ସେ ଏତେ ବର୍ଷ ହେଲା ନେତୃତ୍ବ ନେଇଚାଲିଛନ୍ତି ବୋଲି କହ୍ନୈୟା ପ୍ରକାଶ କରିଛନ୍ତି।

ସେ ଏନ୍‌ଇଆର୍‌ଏମ୍‌ୟୁ କାର୍ଯ୍ୟାଳୟକୁ ନିଜର ଏକମାତ୍ର ବାସଗୃହ ଏବଂ ସଂଘର କର୍ମକର୍ତ୍ତାଙ୍କୁ ନିଜର ପରିବାର ବୋଲି ବିଚାର କରନ୍ତି। ୧୯୪୬ରେ ରେଳବାଇ ଚାକିରିରେ ଯୋଗ ଦେବା ପରେ ସେ ଉକ୍ତ ସଂଘ ସହିତ ଜଡ଼ିତ ହୋଇଥିଲେ ଏବଂ ସେବେ ଠାରୁ ପ୍ରତି ବର୍ଷ ଏହାର ସାଧାରଣ ସମ୍ପାଦକ ପଦ ପାଇଁ ନିର୍ବାଚନ ଲଢ଼ିଆସୁଛନ୍ତି। ସେ ନିଜ କାର୍ଯ୍ୟକାଳରେ ଚାରି ଥର ଚାକିରିରୁ ବହିଷ୍କୃତ ହୋଇଥିଲେ ଏବଂ ଥରେ ମାସେ ପାଇଁ ଜେଲ୍‌ ଯାଇଥିଲେ। ୧୯୮୧ରେ ସେ ରେଳବାଇ ଚାକିରିରୁ ଅବସର ନେବା ସତ୍ତ୍ବେ ସେ ଶ୍ରମିକ ସଂଘରେ ସକ୍ରିୟ ରହିଆସିଛନ୍ତି। ସଂଘର ସଦସ୍ୟଙ୍କ କହିବା ଅନୁସାରେ କହ୍ନୈୟାଙ୍କ ସ୍ମରଣଶକ୍ତି ଖୁବ୍ ପ୍ରଖର। ସେ ପ୍ରତିଦିନ ପାହାନ୍ତାରୁ ଉଠନ୍ତି ଏବଂ ଦିନ ସାରା କାମ କରିବା ପରେ ମଧ୍ୟରାତ୍ରିରେ ନିଦ୍ରା ଯାଆନ୍ତି। ସେ ଦିନକୁ ଦୁଇ ଥର ଖାଆନ୍ତି- ଡାଲି ସହିତ ଦୁଇଟି ରୁଟି। ମସଲା ମସଲି ଖାଆନ୍ତି ନାହିଁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading