ଡାକ୍ତର ହେବତ ଏମିତି, ରୋଗୀର ଚିକିତ୍ସା ପାଇଁ ଦୈାଡିଲେ ୩ କିଲୋମିଟର

Creat A Revolution
           
Smart speakers bring about a revolution in surgery - The Week

ରୋଗୀଙ୍କ ପାଇଁ ଡାକ୍ତର ହେଉଛନ୍ତି ଚଳନ୍ତି ଦେବତା। ପୃଥିବୀ ପୃଷ୍ଠରେ ଡାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ତେବେ ଏହି କଥାର ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକ ବେଙ୍ଗାଲୁରୁରେ। ଏଠାରେ ଗୋବିନ୍ଦ ନନ୍ଦକୁମାର ନାମକ ଜଣେ ଡାକ୍ତର କିଛି ଏମିତି କରିଦେଖାଇଛନ୍ତି ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଏ ଖବରକୁ ଯିଏ ଶୁଣୁଛି ସିଏ ପ୍ରଶଂସା ନକରି ରହିପାରୁନି। ଜଣେ ରୋଗୀଙ୍କର ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ନିମନ୍ତେ ବେଙ୍ଗାଲୁର୍ ଟ୍ରାଫିକ୍ ଜାମ୍‌ରେ ଫସି ଯାଇଥିବା ଜଣେ ଡାକ୍ତର କାର୍ ଛାଡ଼ି ୩ କିଲୋମିଟର୍ ବାଟ ଧାଇଁ ଯାଇଥିବା ଖବର ମିଳିଛି।

ସୂଚନା ଅନୁସ‌ାରେ, ଅଗଷ୍ଟ ୩୦ ତାରିଖ ଦିନ ଗୋଟାଏ ଜରୁରୀକାଳୀନ ଲାପ୍ରୋସ୍କୋପିକ୍ ଗଲ୍‌ବ୍ଲାଡର୍ (ପୀତକୋଷ) ଅପରେସନ୍ ନି‌ମନ୍ତେ ମଣିପାଲ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ୍ ସର୍ଜନ୍ ଡାକ୍ତର ଗୋବିନ୍ଦ ନନ୍ଦକୁମାର ଯାଉଥିବା ବ‌େଳେ ସାର୍ଜାପୁର୍-ମରାଥାଲ୍ଲୀ ରାସ୍ତା ଦେଇ ଯାଉଥିବା ବେଳେ ଟ୍ରାଫିକ୍ ଜାମ୍‌ରେ ଫସିଯାଇଥିଲେ। ମ୍ୟାପରେ ଦେଖିବାରୁ ଜାଣିବାକୁ ପାଇଥିଲେ ଯେ ହସ୍ପିଟାଲରେ ପହଞ୍ଚିବା ପାଇଁ ୪୫ମିନିଟ ସମୟ ଲାଗିବ । କିନ୍ତୁ କିଛି ସମୟ ପରେ ବି ଟ୍ରାଫିକ ସ୍ୱାଭାବିକ ହୋଇନଥିଲା । ସେପଟେ ହସ୍ପିଟାଲରେ ଗଲବ୍ଲାଡର ଷ୍ଟୋନ ଅପରେସନ ପାଇଁ ତାଙ୍କୁ ରୋଗୀ ଅପେକ୍ଷା କରିରହିଥିଲେ । ତେଣୁ ଆଉ ବିଳମ୍ବ ନକରି ୩ କିଲୋମିଟର ବାଟ ଦୌଡି ଦୌଡି ଆସିଥିଲେ । ଡାକ୍ତର ନନ୍ଦକୁମାର ଡାକ୍ତରଖାନା ଅପରେସନ୍ ଥିଏଟର୍ରେ ପହଞ୍ଚିବା ମାତ୍ରେ ପୂର୍ବରୁ ପ୍ରସ୍ତୁତି କରିସାରିଥିବା ଟିମ୍ଙ୍କ ସହାୟତାରେ ସଫଳ ଅସ୍ତ୍ରୋପଚାର କଲେ। ପରେ ପ୍ରାୟ ଅଢେଇ ଘଂଟା ପରେ ତାଙ୍କ ଡ୍ରାଇଭର ଗାଡି ନେଇ ଡାକ୍ତରଖାନାରେ ପହଂଚିଥିଲେ । ଡାକ୍ତରଙ୍କ ଏପରି କାର୍ଯ୍ୟକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading