ଇରାନରେ ଭୟାନକ ସ୍ଥିତି, ଗୁଳିମାଡ଼ରେ ୩୧ ମୃତ୍ୟୁ

Creat A Revolution
           

ତେହେରାନ -: ଇରାନରେ ହିଜାବ୍‌ ବିରୋଧୀ ଆନ୍ଦୋଳନ ଭୟାନକ ସ୍ଥିତି ସୃଷ୍ଟି କରିଛି । ହିଜାବ ପିନ୍ଧିନଥିବାରୁ ଇରାନ ମୋରାଲିଟି ପୁଲିସ ନିର୍ଯାତନାରେ ମହସା ଆମିନୀ ନାମକ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ସବୁଠି ହିଂସାତ୍ମକ ବିକ୍ଷୋଭ ଚାଲିଛି। ଲୋକଙ୍କ ମାନବାଧିକାର ଉଲ୍ଲଂଘନ କରି ଧାର୍ମିକ ରୀତିନୀତି ଲଦି ଦିଆଯାଉଥିବାରୁ ଏହା ବିରୋଧରେ ଜନସାଧାରଣ ରାସ୍ତାକୁ ଓହ୍ଲାଇଛନ୍ତି। ରାଜଧାନୀ ତେହରାନ ସମେତ ପ୍ରାୟ ୩୦ ପ୍ରମୁ୍ଖ ସହରରେ ପ୍ରତିବାଦ ଜାରି ରହିଛି।

ଆନ୍ଦୋଳନକାରୀଙ୍କୁ ବଳ ପ୍ର‌େୟାଗ କରି ଘଉଡ଼ାଇବା ନିମନ୍ତେ ସରକାର ନିର୍ଦ୍ଦେଶ ଦେବାପରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଇରାନ ମାନବାଧିକାର ସଂସ୍ଥାର ନିର୍ଦ୍ଦେଶକ କହିଛନ୍ତି, ଲୋକମାନେ ସେମାନଙ୍କ ମୌଳିକ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି କିନ୍ତୁ ସରକାର ‌ସେମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବୁଲେଟ୍‌ରେ ଜବାବ ଦେଉଛନ୍ତି। କେବଳ ବୁଧବାର ରାତିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଅପରାହ୍ନରେ ଆଉ ୬ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading