Airtel ଗ୍ରାହକଙ୍କ ପାଇଁ ଖୁସି ଖବର, ମାଗଣାରେ ମିଳୁଛି 5 GB ଡାଟା କେମିତି ଉଠାଇବେ ଏହାର ଫାଇଦା ଆସନ୍ତୁ ଜାଣିବା …

Creat A Revolution
           

ଟେଲିକମ୍‌ ଜଗତର ଦ୍ୱିତୀୟ ବୃହତ୍ତମ କମ୍ପାନୀ ‘ଭାରତୀ ଏୟାରଟେଲ’ ଉତ୍ସବ ପୂର୍ବରୁ ନିଜ ଗ୍ରାହକମାନଙ୍କ ପାଇଁ ଏକ ଖାସ୍‌ ଉପହାର ନେଇ ଆସିଛି। ଏୟାରଟେଲ ନିଜ ପ୍ରିପେଡ୍‌ ଗ୍ରାହକମାନଙ୍କୁ 5 GB ଡାଟା ମାଗଣାରେ ଦେଉଛି। ଏହି ଡାଟା ୟୁଜରମାନଙ୍କୁ ସେତେବେଳେ ପ୍ରଦାନ କରାଯିବ, ଯେତେବେଳେ ସେମାନେ ‘ଏୟାରଟେଲ ଥ୍ୟାଙ୍କସ୍‌ ଆପ୍‌’କୁ ଇନଷ୍ଟଲ୍ ଏବଂ ଲଗ୍ ଇନ୍ କରିବେ। ଆସନ୍ତୁ ଜାଣିବା ଏହି ଅଫର ବିଷୟରେ…

5 GB ଡାଟା କିପରି ମିଳିବ

ଏୟାରଟେଲ ଥ୍ୟାଙ୍କ୍‌ସ ଭାରତୀ ଏୟାରଟେଲର ଏମିତି ଏକ ଆପ୍‌, ଯେଉଁଠି ୟୁଜରମାନଙ୍କୁ ଏକାଧିକ ଅଫର ମିଳିଥାଏ। ଏୟାରଟେଲ ପେମେଣ୍ଟ ବ୍ୟାଙ୍କ, ବିଲ ପେମେଣ୍ଟ, ପ୍ଲାନ୍‌ ପରିବର୍ତ୍ତନ ଭଳି ଅନେକ ସେବା ଆପଣ ଗୋଟିଏ ହିଁ ସ୍ଥାନରେ ପାଇ ପାରିବେ। କହି ରଖୁଛୁ, 5 GB ଡାଟା ୟୁଜରମାନଙ୍କୁ ଏକାଥରକେ ଦିଆଯିବ ନାହିଁ। ଆପଣ ଏହାକୁ ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପରେ 1 GBର ପାଞ୍ଚଟି କୁପନ୍ ଆକାରରେ ପାଇ ପାରିବେ। ଯେଉଁ ଗ୍ରାହକମାନେ ଏୟାରଟେଲ୍‌ର ନୂଆ ପ୍ରିପେଡ୍‌ ପ୍ଲାନ୍‌ କିଣୁଛନ୍ତି, କମ୍ପାନୀ ସେହି ଗ୍ରାହକମାନଙ୍କୁ 5 GB ମାଗଣା ଡାଟା ପ୍ରଦାନ କରିବ। ମାଗଣା 5 GB ଡାଟା ପାଇଁ ଆପଣ ଏକ ନୂଆ ଏୟାରଟେଲ୍ ସଂଯୋଗ ନିଅନ୍ତୁ ଏବଂ ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍ ଡାଉନଲୋଡ୍ କରନ୍ତୁ। ଏବେ ନିଜ ଏୟାରଟେଲ ନମ୍ବର ରେଜିଷ୍ଟର୍‌ କରନ୍ତୁ ଏବଂ ଏଥିରେ ଲଗ୍ ଇନ୍ କରନ୍ତୁ। ଏହାପରେ ଆପ୍ ଭିତରେ ଥିବା ‘ମାଇଁ କୁପନ ସେକ୍ସନ’କୁ ଯାଆନ୍ତୁ ଏବଂ ମାଗଣା ଡାଟା କୁପନ୍ ଲାଭ କରନ୍ତୁ। ଏୟାରଟେଲ କହିଛି କି, ପ୍ରତ୍ୟେକ ନୂଆ ୟୁଜର ଆପ୍‌ରେ ନୂଆ ନମ୍ବର ସହିତ ଲଗ୍ ଇନ୍ କରିବା ପରେ ୫ଟି 1 GB କୁପନ ପ୍ରାପ୍ତ କରିବା ପାଇଁ ଯୋଗ୍ୟ ହେବେ। ୟୁଜରମାନଙ୍କୁ ୯୦ ଦିନ ମଧ୍ୟରେ ଡାଟା ଭାଉଚର୍ ଦାବି କରିବାକୁ ପଡିବ, ଅନ୍ୟଥା ସେଗୁଡିକ ସମାପ୍ତ ହୋଇଯିବ। ଏହା ହେଉଛି ନୂଆ ପ୍ରିପେଡ୍‌ ଗ୍ରାହକମାନଙ୍କ ପାଇଁ ଏୟାରଟେଲ୍ ଥ୍ୟାଙ୍କ୍‌ସ ଡାଉନଲୋଡ୍ ଅଫର୍। ଏୟାରଟେଲ ବ୍ୟବହାରକାରୀମାନେ ପ୍ରତ୍ୟେକ ରେଫରଲରେ ୧୦୦ ଟଙ୍କା ମଧ୍ୟ ରୋଜଗାର କରି ପାରିବେ। ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍‌କୁ ଯାଇ ୟୁଜର୍ସ ନିଜ ସାଙ୍ଗମାନଙ୍କ ପାଖକୁ ଏୟାରଟେଲ୍ ପ୍ରିପେଡ୍ ସିମ୍‌ର ରେଫରଲ୍ ଲିଙ୍କ୍ ପଠାଇ ପାରିବେ। ଏୟାରଟେଲ ଥ୍ୟାଙ୍କ୍‌ସ ଆପ୍‌ରୁ ସର୍ଭିସ୍‌ କିଣିବା ସମୟରେ ଏହି କୁପନ୍ କାମରେ ଆସିବ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading