କାଳୀପୂଜା ନିମନ୍ତେ ଶାନ୍ତି କମିଟି ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ

Creat A Revolution
           

ତିଗିରିଆ -:ତିଗିରିଆ ବ୍ଲକର ନିଜିଗଡ଼ ପଞ୍ଚାୟତର ପ୍ରସିଦ୍ଧ ଶ୍ୟାମାକାଳୀ ପୂଜା ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୨ ତାରିଖରେ ଭଷାଣି ଯାତ୍ରା ସହ ଶେଷ ହେବବୋଲି ଜଣାପଡିଛି। ବହୁ ପୁରାତନ ଏହି ପ୍ରସିଦ୍ଧ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଆଜି ଅପରାହ୍ନରେ ଯାତ୍ରା ଶାନ୍ତି କମିଟିର ସଦସ୍ୟ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା ଶାନ୍ତି କମିଟିର ସଭାପତି ପ୍ରଣବ ପଟ୍ଟନାୟକଙ୍କ ସଭାପତିତ୍ୱରେ ତିଗିରିଆର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ପ୍ରସନ୍ନ ପୁରୁଷୋତ୍ତମ ଦେବଙ୍କ ପୀଠରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ତହସିଲଦାର ପ୍ରମୋଦ କୁମାର ବାସ୍କେ,ତିଗିରିଆ ଥାନା ଏସଆଇ ସନ୍ତୋଷ କୁମାର ପ୍ରଧାନ, ଏଏସଆଇ ଗୋବିନ୍ଦ ଚନ୍ଦ୍ର ଦଳେଇ, ମେଡ଼ିକାଲ ଅଫିସର ଡାକ୍ତର ବିଶ୍ବବିକାଶ ରାଉତରାୟ,ଅଗ୍ନିଶମ ବିଭାଗ ହାବିଲଦାର ଦେବଦତ୍ତ ଦାଶ,ନିଜିଗଡ଼ ରାଜସ୍ୱ ନିରୀକ୍ଷକ ରାମନାଥ ଗୁରୁ,ପାଞ୍ଚଗାଁ ରାଜସ୍ୱ ନିରୀକ୍ଷକ ଜାନକୀ ରଞ୍ଜନ ମଲ୍ଲିକ, ଗଦାଧରପୁର ରାଜସ୍ୱ ନିରୀକ୍ଷକ ତାପଜ କୁମାର ପଣ୍ା,ନୂଆପାଟଣା ରାଜସ୍ୱ ନିରୀକ୍ଷକ ମନୋରଞ୍ଜନ ପାତ୍ର,ବଡନାଉପୁଟ ରାଜସ୍ୱ ନିରୀକ୍ଷକ ବିଚିତ୍ର ସ୍ୱାଇଁ, ଶାନ୍ତି କମିଟି ସମ୍ପାଦକ ଗିରିଜା ପ୍ରସାଦ ପଟ୍ଟନାୟକ,ଶାନ୍ତି କମିଟି ଉପଦେଷ୍ଟା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁବାସ ମହାନ୍ତି, ଶାନ୍ତି କମିଟି ସଦସ୍ୟ ଅବସରପ୍ରାପ୍ତ ଶିକ୍ଷକ ରବିନାରାୟଣ ପଣ୍ଡା,ଲୁଟୁ ଗୁରୁ ଆଇନଜୀବୀ ବିକ୍ରମ କେଶରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର ଏହି ବୈଠକରେ ଉପସ୍ଥିତ ସମସ୍ତ ୧୬ ଟି ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟ ମାନେ ଯାତ୍ରା କୁ କିଭଳି ଭାବେ ଶାନ୍ତି ଶୃଙ୍ଖଳା ର ସହ ସମ୍ପର୍ଣ୍ଣ କରାଯିବ ସେ ନେଇ ବିଭିନ୍ନ ମତାମତ ଦେଇଥିଲେ।ପ୍ରଶାସନ ପକ୍ଷରୁ ଯାତ୍ରା ସମୟରେ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଆବଶ୍ୟକ ପରିମାଣର ଫୋର୍ସ ମୁତୟନ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାତ୍ରା ସମୟରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କ୍ୟାମ୍ପ ନିର୍ମାଣ, ରାସ୍ତା ଘାଟ ପରିଷ୍କାର ପରିଛନ ସହ ଯାତ୍ରା ସମୟରେ ବିଦ୍ୟୁତ ବ୍ୟବସ୍ଥା ରେ ଯେପରି କୌଣସି ତ୍ରୁଟି ପରିଲକ୍ଷିତ ନହୁଏ ସେଥିପାଇଁ ବିଭାଗୀୟ ଅଧିକାରୀ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରକାଶ କରାଯାଇଥିଲା।ଏଥିସହିତ ଯାତ୍ରା ଗହଳି କୁ ଆଖିରେ ରଖି ଯାତ୍ରା ସମୟରେ ଚାରି ଚକିଆ ଓ ତଦୁର୍ଦ୍ଧ ଜାନ କୁ ନିଷେଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।ଏଥିସହିତ ୨ ତାରିଖରେ ହେବାକୁ ଥିବା ଭଷାଣି ଯାତ୍ରା ରେ ଡିଜେ ବାଜାକୁ ସର୍ବସମ୍ମତି କ୍ରମେ ନିଷେଧ କରାଯାଇଥିଲା।ଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହ ଶେଷ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀ ମାନେ ପ୍ରକାଶ କରିବା ସହ ଏଥିପାଇଁ ବିଭିନ୍ନ ପୂଜା କମିଟିର ସଦସ୍ୟଙ୍କ ସହଯୋଗ ଲୋଡିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading