ବାଣ ବୋଝେଇ ଅଟୋ ଓ ଟାଟା ଏସି ଜବତ,ଦୁଇ ଗିରଫ

Creat A Revolution
           

ତିଗିରିଆ -: ତିଗିରିଆ ପୋଲିସ ପକ୍ଷରୁ ଆଜି ଅପରାହ୍ନରେ ଗୋଟିଏ ବାଣ ବୋଝେଇ ତିନି ଚକିଆ ଅଟୋ ଓ ଗୋଟିଏ ଟାଟା ଏସି ଜବତ କରାଯିବା ସହ ଉଭୟ ଗାଡିରେ ଥିବା ବେଆଇନ ବାଣକୁ ତିଗିରିଆ ପୋଲିସ ଜବତ କରିଥିବା ବେଳେ ଉଭୟ ଗାଡିର ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ତିଗିରିଆ ଥାନା ଏସଆଇ ସନ୍ତୋଷ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଜବତ ହୋଇଥିବା ବାଣ ର ଆନୁମାନିକ ମୂଲ୍ୟ ୩୦ ରୁ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନରେ ତିଗିରିଆ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ତିଗିରିଆ ଥାନା ଏସଆଇ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ତିଗିରିଆ ପୋଲିସ ପକ୍ଷରୁ ନୂଆସଡକ ଛକ ନିକଟରେ ବିଭିନ୍ନ ଗାଡିକୁ ଯାଞ୍ଚ କରାଯାଇଥିଲା।ଏହି ସମୟରେ ବେଆଇନ ବାଣ ନେଇ ଯାଉଥିବା ଗୋଟିଏ ତିନି ଚକିଆ ଅଟୋ ଓ ଗୋଟିଏ ଟାଟା ଏସି ଗାଡିକୁ ଏସଆଇ ଶ୍ରୀ ପ୍ରଧାନ ଜବତ କରି ତିଗିରିଆ ଥାନା କୁ ଆଣିଥିଲେ।ପରେ ଏ ନେଇ ତିଗିରିଆ ଥାନାରେ ୧୯୯/୨୨ ଓ ୨୦୦/୨୨ରେ ଦୁଇଟି ମାମଲା ରୁଜ୍ଜୁ କରାଯାଇଥିବା ବେଳେ ତିନି ଚକିଆ ଅଟୋ ର ଡ୍ରାଇଭର ଭୁବନେଶ୍ୱର ସାଲିଆସାହି ର ବାସିନ୍ଦା ଜି.ଶିବା ରେଡ୍ଡୀ ଓ ଟାଟା ଏସିର ଡ୍ରାଇଭର ଆଠଗଡ ବିଶ୍ଵନାଥପୁରର ବିବେକାନନ୍ଦ ବେହେରାଙ୍କୁ ଗିରଫ କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading