ବିରୂପା ନଦୀ ବାଲିଘାଟ ପାଇଁ ହୋଇଥିବା ହତ୍ୟାକାଣ୍ଡକୁ ନେଇ ରାଜନିତୀ ସରଗରମ …

Creat A Revolution
           

ଟାଙ୍ଗୀ-ସାଲେପୁର(ଶିଶୁ କୃଷ୍ଣ ନନ୍ଦ) -: କଟକ ଜିଲ୍ଲା ଟାଙ୍ଗୀ ବ୍ଲକର ବିରୂପା ନଦୀ ବାଲିଘାଟ ପାଇଁ ହୋଇଥିବା ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଘଟଣାରୁ ପ୍ରକାଶ ଏହିକିଯେ ଟାଙ୍ଗୀ ବ୍ଲକର ବିରୂପା ନଦୀ ବାଲିଘାଟ ନିଲାମ ପ୍ରକ୍ରିୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳ ଏତେ ବଢିଯାଇଥିଲା କି ଏହା ହତ୍ୟାକାଣ୍ଡର ରୂପ ନେଇଥିଲା ।ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଟିକିରା ଅଞ୍ଚଳର ବିଜ୍ଞାନ ଭୂଷଣ ମହାନ୍ତି ଓ ସାଙ୍ଗ ଦୀପକ ବେହେରା ଟାଙ୍ଗୀ ଗୋବିନ୍ଦପୁର ଛକରେ ଏକ ଜଳଖିଆ ଦୋକାନରେ ବସିଥିଲାବେଳେ ଜରିପଡା ପଞ୍ଚାୟତର ସୁଶାନ୍ତ ବେହେରା ଓରଫ ମିଟୁ ବୟସ (୪୦)ଓ ଯାଜପୁର ଜିଲ୍ଲା ବୈରି ଥାନା ଅନ୍ତର୍ଗତ ଶୁକଦେବପୁର ଗ୍ରାମର ଦିପୁଆ ରାଉତ ବୟସ (୨୦) କିଛି ସହଯୋଗୀଙ୍କ ସହିତ ମିଶି ଆକ୍ରମଣ କରିଥିଲେ ।

ଏଥିରେ ବିଜ୍ଞାନ ଭୂଷଣ ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା ଓ ଦୀପକ ବେହେରା ଗୁରୁତର ଆହତ ହୋଇ ବଡମେଡିକାଲରେ ଚିକିସ୍ଛିତ ହେଉଛନ୍ତି ।ଆଜି ଟାଙ୍ଗି ଥାନା ଅଧିକାରୀ ସୁଚିତ୍ର ବିଯ୍ୟଙ୍କ ସହାୟତାରେ ଏହି ମୁଖ୍ୟ ଅଭିଯୁକ୍ତ ମିଟୁ ଓ ଦୀପକ ବେହେରା ଙ୍କୁ ଗିରଫ କରିଛି ।ଜାମିନ ନାମଞ୍ଚୁର ହେବାରୁ ଦୁଇଜଣଙ୍କୁ ଚୌଦ୍ୱାର କେନ୍ଦ୍ରୀୟ କାରାଗାର କୁ ପଠାଇ ଦିଆଯାଇଛି ।ଏହି ହତ୍ୟାକାଣ୍ଡକୁ ନେଇ ଏବେ ଟାଙ୍ଗୀ ସାଲେପୁର ରାଜନିତୀ ସରଗରମ ହୋଇଉଠିଛି ।ଏହି ଅଭିଯୁକ୍ତ ମାନଙ୍କର ରାଜନୈତିକ ଦଳ ସହିତ ସମ୍ପୃକ୍ତି ଅଛି ବୋଲି ଚର୍ଚା ହେଉଛି ।ଏବେ ଟାଙ୍ଗୀ ଅଞ୍ଚଳରେ ବାଲିମାଫିଆଙ୍କର ଗୁଣ୍ଡାରାଜ ବଢିଯାଇଛିଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣରୂପେ ବିଗିଡିଯାଇଛି ।ଏସବୁ କୁ ରୋକିବାରେ ପୋଲିସ ଓ ପ୍ରଶାସନ ସମ୍ପୂର୍ଣରୂପେ ବିଫଳ ହୋଇଛି ।

ବାରମ୍ବାର ବାଲି ଚୋରାଚାଲାଣ ହେଉଛି ଓ ଖବର ପ୍ରସାରଣ ହେଉଛି କିନ୍ତୁ ପ୍ରଶାସନ ଚୂପ ।କେଙଠି ନା କେଙଠି ପ୍ରଶାସନ କାହା ଚାପର ବଶବର୍ତୀ ହୋଇ କୈଣସି ପଦକ୍ଷେପ ନେଉନି ଏହି ବାଲିମାଫିଆଙ୍କ ବିରୁଦ୍ଧରେ ।ସେଥିପାଇଁ ଏମାନେ ବେଫିକର ହୋଇ ଏଭଳି ଘଟଣା ସବୁ ଘଟାଉଛନ୍ତି ।ଦେଖାଯାଉ ପ୍ରଶାସନ କଣ ସବୁ ପଦକ୍ଷେପ ନେଉଛି ଏ ବିଷୟରେ ।ଏବେ ଶାସନ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।ଏହି ଘଟଣାକୁ ନେଇ ସମସ୍ତ ଅପରାଧୀଙ୍କୁ ଗରିଫ କରିବା ଓ ବେଆଇନ ବାଲିଘାଟ ବନ୍ଦ କରିବା ପାଇଁ ଟାଙ୍ଗୀ ବ୍ଲକ ସିପିଆଇଏମ ପକ୍ଷରୁ ଟାଙ୍ଗୀ ଚୌଦ୍ୱାର ତହସିଲ କାଯ୍ୟାଳୟ ଘେରାଓ କରିବା ସହିତ ୮ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି ।ଏହି ଘଟଣା ଏବେ ଚର୍ଚା ର ବିଷୟ ପାଲଟିବା ସହିତ ରାଜନୈତିକ ଉଷ୍ମତା ଭରିଦେଇଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading