ଘରୋଇ ହିଂସା ମାମଲା, ଅନୁଭବ ଓ ବର୍ଷାଙ୍କ ଆବେଦନ ଖାରଜ

Creat A Revolution
           

କଟକ -: ଘରୋଇ ହିଂସା ମାମଲାରେ ଅଦାଲତ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଚାବି ହସ୍ତାନ୍ତର ପ୍ରସଙ୍ଗରେ ଅନୁଭବଙ୍କ ପିଟିସନ ଖାରଜ କରିଥିବା ବେଳେ ‌ସୋସିଆଲ ମିଡିଆ ଭିଡିଓ ପ୍ରସଙ୍ଗରେ ବର୍ଷାଙ୍କ ଆବେଦନକୁ ଖାରଜ କରିଛନ୍ତି। ଘରୋଇ ହିଂସା ମାମଲାରେ ଚାବି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ଅନୁଭବ ୨୦୨୨, ଅକ୍ଟୋବର ୧୨ରେ ଦାୟର କରିଥିବା ପିଟିସନକୁ କଟକ ସଦର ଏସ୍‌ଡିଜେଏମ୍ ଅଦାଲତ ଖାରଜ କରିଛନ୍ତି।

ଅନୁଭବଙ୍କ ଆବେଦନରେ ଦର୍ଶାଯାଇଥିଲା ଯେ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା ଅନୁଭବଙ୍କ ଘର ଛାଡ଼ିଥିଲେ ମଧ୍ୟ ଚାବି ହସ୍ତାନ୍ତର କରିନାହାନ୍ତି। ବର୍ଷାଙ୍କଠାରୁ ଘର ଚାବି ଆଣି ପୁରୀଘାଟ ଥାନା ଆଇଆଇସି ତାଙ୍କୁ ହସାନ୍ତର କରନ୍ତୁ। ଏହାପୂର୍ବରୁ ଘରେ ଥିବା ଜିନିଷପତ୍ରର ବିସ୍ତାରିତ ତାଲିକା ପରିବାର ସଦସ୍ୟ, ଉଭୟ ପକ୍ଷଙ୍କ ଓକିଲଙ୍କ ଉପସ୍ଥିତିରେ ପ୍ରସ୍ତୁତ କରାଯିବାକୁ ନିର୍ଦ୍ଦେଶ ଦିଆଯାଉ। ଏଥିସହିତ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପାଇଁ ବର୍ଷାଙ୍କ ବିରୋଧରେ ଉପଯୁକ୍ତ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁଭବଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା। ତେବେ, ଅନୁଭବଙ୍କ ଆବେଦନକୁ ବର୍ଷାଙ୍କ ତରଫରୁ ବିରୋଧ କରାଯାଇଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading