ଭାଇକୁ ଛୁରୀରେ ଆକ୍ରମଣ ଓ ଭାଇବୋହୁକୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ କୋର୍ଟ ଚାଲାଣ …

Creat A Revolution
           

ତିଗିରିଆ – ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତ ସ୍ଥିତ ପରିଡା ସାହିରେ ଭାଇକୁ ଛୁରୀରେ ଆକ୍ରମଣ ଓ ଭାଇବୋହୁକୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ ହୋଇ ଆଜି କୋର୍ଟ ଚାଲାଣ କରାଯାଇଥିବା ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତ ସ୍ଥିତ ପରିଡା ସାହିର ବାସିନ୍ଦା ଗୀତାଞ୍ଜଳି ପରିଡାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ଦୁଇଟି ଝିଅ ଅଛନ୍ତି। ସ୍ୱାମୀ ତାମିଲନାଡୁର ଗୋଟିଏ ଘରୋଇ କମ୍ପାନୀରେ ଚାକିରୀ କରନ୍ତି।ଗୀତାଞ୍ଜଳି ଙ୍କର ସମ୍ପର୍କୀୟ ଦେଢଶୁର ମାନସ ଚନ୍ଦ୍ର ପରିଡା ପେସାରେ ଜଣେ ଡ୍ରାଇଭର ଅଟନ୍ତି। ସେ ପ୍ରତି ୮ ରୁ ୧୦ ଦିନ ମଧ୍ୟରେ ଗାଡି ରୁ ଓହ୍ଲାଇ ଯେତେବେଳେ ଘରକୁ ଆସନ୍ତି ସେତେବେଳେ ଗୀତାଞ୍ଜଳିଙ୍କର କାହିଁକି ପୁଅ ହେଲାନାହିଁ ବୋଲି ତାଙ୍କ ସହ ସବୁବେଳେ ପାଟିତୁଣ୍ଡ କରନ୍ତି।

ଗତକାଲି ସନ୍ଧ୍ୟାରେ ଏହି ଘଟଣାକୁ ନେଇ ଅଭିଯୁକ୍ତ ମାନସ ଗୀତାଞ୍ଜଳିଙ୍କ ସହ ପାଟିତୁଣ୍ଡ କରୁଥିବା ବେଳେ ଗୀତାଞ୍ଜଳି ଙ୍କ ଶଶୁର ଘନଶ୍ୟାମ ପରିଡା ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାନସ କୁ ବାରଣ କରିଥିଲେ। ଏହି ଘଟଣାରେ ଉତକ୍ଷିପ୍ତ ମାନସ ଘନଶ୍ୟାମକୁ ଟଣା ଓଟରା କରିଥିଲେ।ଏହ ଦେଖି ଗୀତାଞ୍ଜଳିଙ୍କ ଦିଅର ନିରାକାର ପରିଡା ଅଭିଯୁକ୍ତ ମାନସ କୁ ବାଧା ଦେବାରୁ ମାନସ ନିଜ ପାଖରେ ଥିବା ଛୁରୀରେ ନିରାକାର ର ମୁଣ୍ଡ କୁ ଆଘାତ କରିଥିଲା ଓ ଗୀତାଞ୍ଜଳି କୁ ଗାଳିଗୁଲଜ କରିବା ସହ ଖରାପ ବ୍ୟବହାର କରିଥିଲା।ଏହି ଘଟଣା ରେ ନିରାକାର ଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।ଏ ନେଇ ଗୀତାଞ୍ଜଳି ଙ୍କ ପକ୍ଷରୁ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।ଗୀତାଞ୍ଜଳିଙ୍କ ଅଭିଯୋଗକୁ ଆଧାର କରି ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା ୨୫୦/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଆଜି ସକାଳେ ଘଟଣାର ଅଭିଯୁକ୍ତ ମାନସକୁ ଆଇଆଇସି ଶ୍ରୀମତୀ ଜେନା ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading