ତିଗିରିଆ ଥାନା କର୍ମଚାରୀଙ୍କ ମୃତ୍ୟୁରେ ଶୋକର ଛାୟା …

Creat A Revolution
           

ତିଗିରିଆ : ତିଗିରିଆ ଥାନାରେ କାର୍ଯ୍ୟରତ ଓଏପିଏଫ କର୍ମଚାରୀ ଦେବେନ୍ଦ୍ର କଅଁର (୩୪) ଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ମୃତ୍ୟୁ ହୋଇଯାଇଛି। ଗତ ୧୨ ତାରିଖ ସକାଳେ ଶ୍ରୀ କଅଁରଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା ଘଟଣା ସମ୍ପର୍କରେ ସୂଚନା ପାଇ ସଙ୍ଗେ ସଙ୍ଗେ ତାଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିଲେ।ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲ କୁ ପଠାଯାଇଥିଲା।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଶ୍ରୀ କଅଁର ଙ୍କର ମୃତ୍ୟୁ ହୋଇଯାଇଥିଲା। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଉପରଦଣ୍ଡିକିଆ ଗ୍ରାମର ବାସିନ୍ଦା ଶ୍ରୀ କଅଁର ଦୀର୍ଘ ଦୁଇ ବର୍ଷ ଧରି ତିଗିରିଆ ଥାନାରେ କାର୍ଯ୍ୟରତ ଥିଲେ ଜଣେ କର୍ତ୍ତବ୍ୟ ପରାୟଣ,ସମୟାନୁବର୍ତ୍ତି,ମେଳାପୀ ମଣିଷ ଭାବେ ଅଞ୍ଚଳରେ ସମସ୍ତ ଙ୍କର ପ୍ରିୟ ହୋଇପାରିଥିଲେ। ତାଙ୍କର ଏପରି ଅଚାନକ ମୃତ୍ୟୁ ଖବର ଅଞ୍ଚଳ ବାସିନ୍ଦା ଙ୍କ ମଧ୍ୟରେ ଶୋକର ଛାୟା ଖେଳାଇଦେଇଛି।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ପଅ ଝିଅ ଓ ପରିବାର ଲୋକେ ରହିଥିବା ବେଳେ ଆଜି ଅପରାହ୍ନରେ ଶ୍ରୀ କଅଁରଙ୍କର ମୃତ ଦେହକୁ ତିଗିରିଆ ଥାନାକୁ ଅଣାଯାଇଥିଲା।ସେଠାରେ ଅନେକ ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ।ପରେ ଶେଷ କୃତ୍ୟ ସମ୍ପର୍ଣ୍ଣ ନିମନ୍ତେ ନିଜ ଗ୍ରାମକୁ ନିଆଯାଇଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading