ଓଡିଶାବାସୀଙ୍କ ପାଇଁ ଖୁସି ଖବର, ପୁରୀ ଗୋପ ତହସିଲରେ ପେଟ୍ରୋଲ ଓ ଗ୍ୟାସ୍‌ର ସନ୍ଧାନ

Creat A Revolution
           

ପୁରୀ / ଭୁବନେଶ୍ୱର -: ଗୋପ ତହସିଲ ଅଞ୍ଚଳର ୨ଟି ସ୍ଥାନରେ ପେଟ୍ରୋଲିୟମ ପଦାର୍ଥ ଥିବା ସୂଚନା ମିଳିଛି । ଅଏଲ ଇଣ୍ଡିଆ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅଏଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଗୋପ ଅଞ୍ଚଳରେ ଉଭୟ ପେଟ୍ରୋଲ ଓ ଗ୍ୟାସ୍‌ର ସନ୍ଧାନ ମିଳିଛି । ଏନେଇ ସ୍ଥାନ ଚିହ୍ନଟ ପରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ମତାମତ ନିଆଯାଇଛି । ଗୋପ ବ୍ଲକ ଅଧିନ ଗୋପ ପଞ୍ଚାୟତର କୁସୁପୁର ମୌଜାରେ ସାଟେଲାଇଟ୍ ମ୍ୟାପ୍ ଯୋଗେ ୮ ଏକର ଜାଗା ଚିହ୍ନଟ କରାଯାଇଛି । ସେହିପରି ମହଲପଡ଼ା ପଞ୍ଚାୟତ ଚିତେରା ମୌଜାରେ ମଧ୍ୟ ୮ ଏକର ଜାଗା ଚିହ୍ନଟ କରାଯାଇଥିବା ଜଣାପଡ଼ିଛି ।

ଅଏଲ ଇଣ୍ଡିଆ କମ୍ପାନି ଚିଫ ଜେନାରାଲ ମ୍ୟାନେଜର ଡ଼ ବି.ଏନ୍ ସାହୁ କହିଛନ୍ତି ଯେ, ସ୍ଥାନ ଚିହ୍ନଟ ପରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ମତାମତ ନିଆଯାଇଛି । ଗୋପ ବ୍ଲକ ଅଧିନ ଗୋପ ପଞ୍ଚାୟତ କୁସୁପୁର ମୌଜାରେ ସ୍ୟାଟେଲାଇଟ ମ୍ୟାପ ଯୋଗେ ୮ଏକର ଜାଗା ଚିହ୍ନଟ କରାଯାଇଛି । ସେହିପରି ମହଲପଡା ପଞ୍ଚାୟତ ଚିତେରା ମୌଜାରେ ମଧ୍ୟ ୮ଏକର ଜମି ଚିହ୍ନଟ କରାଯାଇ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଭାରତ ସରକାରଙ୍କ ତୈଳ କମ୍ପାନି ଅଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୨୦୨୦ ମସିହା ନଭେମ୍ବର ୨୦ ତାରିଖରେ ଏହି ସେସମିକ ସର୍ବେକ୍ଷଣ କାର୍ଯ୍ୟ ଶୁଭାରମ୍ଭ କରା ଯାଇଥିଲା । ଓଡିଶା ଉପକୂଳବର୍ତ୍ତୀ ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେରେ ୨୨୦ କୋଟି ଟଙ୍କା ସମେତ ୧୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ କରାଯାଇ ସର୍ଭେ କରାଯାଇଥିଲା ଓଡ଼ିଶାର ୫ ଟି ବ୍ଲକର ୩ ହଜାର ବର୍ଗ କିମି ସର୍ଭେ ପରେ ଗୋପ ବ୍ଲକ ଅଞ୍ଚଳରୁ ୨ ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ଜଣାପଡିଛି ।

ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ପରେ ଗୋପ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହା ଖନନ କରାଗଲେ ବ୍ୟାପକ ନିଯୁକ୍ତି ସୃଷ୍ଟି ସହ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ଆଶା ସଞ୍ଚାର ହୋଇଛି । ତୈଳ ଉତ୍ପାଦନ ହୋଇପାରିଲେ ଏହି ଅଞ୍ଚଳର ବ୍ୟାପକ ବିକାଶ ହେବ ବୋଲି ଚର୍ଚ୍ଚା ହେଉଛି । ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading