ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜିଲ୍ଲା ସଦରମହକୁମା ଠାରେ ସ୍ଥାୟୀ ଭିଜିଲାନ୍ସ୍ କୋର୍ଟ,ଏସ୍.ସି.ଏସ୍.ଟି କୋର୍ଟ ପ୍ରତିଷ୍ଠା, ଜିଲ୍ଲା ଓକିଲ ସଂଘର ପ୍ରସ୍ତାବିତ ବାର୍ ଗୃହ, ସ୍ଥାୟୀ କ୍ୟାଣ୍ଟିନ୍, ପୋଷ୍ଟ ଅଫିସ୍ ପ୍ରତିଷ୍ଠା ଓ ପରିବାର ଓ ପୋକ୍ସୋ କୋର୍ଟର ପ୍ରସ୍ତାବିତ ସର୍କିଟ୍ କୋର୍ଟ ଖୋଲିବା ଦାବି ବିରୋଧରେ ଜିଲ୍ଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛି । ଜିଲ୍ଲାରେ ଭିଜିଲାନ୍ସ୍ ଓ ଏସ୍.ସି.ଏସ୍.ଟି ମକଦ୍ଦମା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଉଭୟ କୋର୍ଟ ସ୍ଥାୟୀ ଭାବରେ ଜିଲ୍ଲା କୋର୍ଟ ପରିସରରେ ଖୋଲାଯିବା ପାଇଁ ଓକିଲ ମାନେ ଦାବି କରିଛନ୍ତି ।
ଏହା ସହିତ ପରିବାର ଓ ପୋକ୍ସୋ କୋର୍ଟ ର ସର୍କିଟ୍ କୋର୍ଟ ଅନ୍ୟତ୍ର ଖୋଲିବା ପ୍ରସ୍ତାବକୁ ମଧ୍ୟ ଆଇନଜୀବୀମାନେ ତୀବ୍ର ବିରୋଧ କରିଛନ୍ତି । ପରିବାର ଅଦାଲତ ପାଇଁ ଜିଲ୍ଲା କୋର୍ଟ ପରିସରରେ ସମସ୍ତ ପ୍ରକାର ବ୍ୟବସ୍ଥା ଥାଇ କୋର୍ଟ ଚାଲୁଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ନ ଥିବା ସ୍ଥାନରେ ସର୍କିଟ୍ କୋର୍ଟ ଖୋଲାଯିବା ଉଚିତ୍ ନୁହେଁ ଆଇନଜୀବି ମାନେ ମତବ୍ୟକ୍ତ କରିଛନ୍ତି । ସେହିପରି ଦୁଇ ବର୍ଷରୁ ଅଧିକ ସମୟ ଧରି ନୂତନ କୋର୍ଟ ଚର୍ଚ୍ଚିକା ବଜାରରେ ସ୍ଥାପନ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଓକିଲ ମାନଙ୍କ ସ୍ବତନ୍ତ୍ର ବାର୍ ଗୃହ,ସ୍ଥାୟୀ କ୍ୟାଣ୍ଟିନ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧି ହୋଇପାରିନାହିଁ ।
ଖୁବ୍ ଶୀଘ୍ର ଏ ସବୁ ଉପଲବ୍ଧ କରାଇବା ପାଇଁ ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି । ଆଜି ସକାଳ ୭ଟା ସମୟରୁ ଆଇନଜୀବି ମାନେ ଜିଲ୍ଲା କୋର୍ଟ ମୁଖ୍ୟ ଦ୍ବାର ବନ୍ଦ କରି ପ୍ରତିବାଦ କରିଥିଲେ । ଜିଲ୍ଲା ଓକିଲ ସଂଘ ସଭାପତି ପ୍ରମୋଦ କୁମାର ସ୍ବାଇଁ, ଉପସଭାପତି ପ୍ରତାପ କୁମାର ବରାଳ,ସଂପାଦକ ନଳିନୀରଞ୍ଜନ ମହାପାତ୍ର, ଯୁଗ୍ମ ସମ୍ପାଦିକା ଯୁଗପ୍ରଭା ଲେଙ୍କା,କୋଷାଧ୍ୟକ୍ଷ ଅଲେଖ ଚରଣ ବାରିକଙ୍କ ସହିତ ବରିଷ୍ଠ ଆଇନଜୀବି ଗୋରାଚାନ୍ଦ୍ କାନୁନଗୋ,ବିଳାସ ଚନ୍ଦ୍ର ଲେଙ୍କା,ସୈ।ରୀପ୍ରସାଦ ସ୍ବାଇଁ, ଅତୁଲ୍ୟ ଚନ୍ଦ୍ର ଦାସ,ଭଜହରି କର, ପୂର୍ବତନ ସଭାପତି ଦୋଳଗୋବିନ୍ଦ ଦାଶ,ଗଗନ ଚନ୍ଦ୍ର ଦାଶ,ସୁବ୍ରତ ଶତପଥୀ, ରାଜକିଶୋର ବେହେରା, ଯୁଧିଷ୍ଠିର ମିଶ୍ର,ପୂର୍ବତନ ସଂପାଦକ ରବିନ୍ଦ୍ର କୁମାର ସ୍ବାଇଁ, ଓଜଦ୍ବିତି ମହାନ୍ତି, ଚନ୍ଦ୍ର ଶେଖର ନାୟକ,ପୂର୍ଣ୍ଣେନ୍ଦୁମୈ।ଳି ମହାନ୍ତି, ଅଭିରାମ ବେହେରା, ପିତାମ୍ବର ପଣ୍ଡା, ଲିଙ୍ଗରାଜ ମହାନ୍ତି, ସୁଧାଂଶୁ ମୋହନ ମିଶ୍ର,ଲାଲା ବିକ୍ରମ କେଶରୀ ରାୟ, ନୃସିଂହ ଚରଣ ଵାରିକ, ଅନନ୍ତ ଚରଣ ପରିଡା, ସାରଦା ପ୍ରସାଦ ଦାସ, ଆରତୀ ମହାପାତ୍ର,ଶେଖ୍ ଖୁର୍ସିଦ୍ ଅଲ୍ଲୀ,ବିରନାରାୟଣ ପାତ୍ର,ମହମ୍ମଦ ମୁସ୍ତାଫା କମାଲ୍, କାର୍ଯ୍ୟକାରୀ କମିଟି ସଦସ୍ୟ ପର୍ଶୁରାମ ରାଉତ, ଅଞ୍ଜନ କୁମାର ପଣ୍ଡା, କସ୍ତୁରୀ ପ୍ରିୟଦର୍ଶିନୀ ମଲ୍ଲ, ରୁଦ୍ରନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ କରିଥିଲେ ।
ଏଥି ସହିତ ବିଭିନ୍ନ କମିଟିମାନ ଗଠନ କରାଯାଇ ହାଇକୋର୍ଟଙ୍କ ପ୍ରଶାସନିକ ବିଚାରପତି, ସରକାରଙ୍କ ଆଇନ ବିଭାଗ ସହିତ ଯୋଗସୂତ୍ର ରକ୍ଷା କରିବା ସହ ସ୍ଥାନୀୟ ବଜାର କମିଟି ଓ ଅନ୍ୟାନ୍ୟ ସ୍ଥାନୀୟ ସଂଗଠନକୁ ଏହି ଆନ୍ଦୋଳନରେ ସାମିଲ କରାଇବା ପାଇଁ ସ୍ଥିର କରାଯାଇଛି ।ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଶତାଧିକ ଆଇନଜୀବି ଯୋଗ ଦେଇଥିଲେ । ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ଶନିବାର ପର୍ଯ୍ୟନ୍ତ ଚାଲିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
Discover more from odia.bnslive.in
Subscribe to get the latest posts sent to your email.
