ବଲାଙ୍ଗୀରରେ ବିଭତ୍ସ ହତ୍ୟାକାଣ୍ଡ, ସୈାଚ ପାଇଁ ଯାଇଥିଲେ ଅଞ୍ଜନା ହେଲେ ଆଉ ଫେରିଲେନି

Creat A Revolution
           

ବଲାଙ୍ଗୀର -: ଅନ୍ଧାର ରାତିରେ ହତ୍ୟା। ବିଲ ଭିତରେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଗତକାଲି ରାତିରେ ଘଟିଥିବା ଏମିତି ଏକ ହତ୍ୟାକାଣ୍ଡକୁ ନେଇ ହଇଚଇ। ବଲାଙ୍ଗୀର ସହର ଲର୍କିପାଲିଠାରେ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତି ପ୍ରାୟ ୯ଟାରେ ଲର୍କିପାଲି ଗାଁର ୪୫ ବର୍ଷୀୟା ଅଂଜନା ପଟେଲ ଶୌଚ ପାଇଁ ନିଜ ଘରଠୁ ୨୦୦ ମିଟର ଦୂର ଏକ ବିଲକୁ ଯାଇଥିଲେ।

ତାପରେ ଆଉ ଘରକୁ ଫେରିନଥିଲେ। ରାତିରେ ପରିବାର ଲୋକେ ଖୋଜାଖୋଜି ପରେ ବିଲ ଭିତରେ ରକ୍ତ ଜୁଡୁବୁଡୁ ଶବ ଦେଖିବାକୁ ପାଇଥିଲେ। ରାତି ୧୨ଟାରେ ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ରାତି ୧ଟାରେ ଶବ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସପିଟାଲର ମର୍ଗର ଭିତରେ ରଖିଛି। ଜି ସକାଳୁ ସକାଳୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି। ହତ୍ୟାକାଣ୍ଡ ଘଟିଥିବା ଘଟଣା ସ୍ଥଳରେ ମଦ ବୋତଲ ପଡ଼ିରହିଛି।

କିଛି ଲୋକ ମଦ ପିଇଥିବା ସମୟରେ ମହିଳାଙ୍କୁ ଦେଖି ଦୁଷ୍କର୍ମ ଉଦ୍ୟମ କରିବା ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାରୀ କିଏ ଏବଂ କେତେଜଣ, ତାହା ଜଣାପଡିନାହିଁ । ଟାଉନ ପୋଲିସ ତନାଘନା ତଦନ୍ତ ଜାରି ରଖିଛି। ମୃତ ମହିଳାଙ୍କ ସ୍ୱାମୀ ନାରାୟଣ ପଟେଲ ତାଙ୍କୁ ୧୫ ବର୍ଷ ହେଲା ଛାଡିଦେଇଥିବା ଜଣାପଡ଼ିଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading