ମହିଳା ମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ, ଓଡ଼ିଆ ଝିଅ ଏବେ ବିଶ୍ଵ ଦରବାରରେ …..!

Creat A Revolution
           

ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ,ମୋବାଇଲ:-୯୯୩୭୨୪୫୦୦୬

ଓଡିଶାର ରଞ୍ଜିତା ପ୍ରିୟଦର୍ଶିନୀ ଭାରତର ସମସ୍ତ ମହିଳା ଶ୍ରମିକଙ୍କ ସକାଶେ ଋତୁସ୍ରାବ ବେଳେ ଗୋଟିଏ ଦିନ ଛୁଟି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ ଆରମ୍ଭ କରିଛନ୍ତି । ତାଙ୍କର ଅଭିଯାନର ଏକ ମାସ ମଧ୍ୟରେ ସେ କେବଳ ଜାତୀୟ ଅନ୍ତର୍ଜାତୀୟରୁ ନୁହେଁ ବରଂ ବଲିଉଡରୁ ମଧ୍ୟ ସମର୍ଥନ ପାଇଛନ୍ତି । ଜଣେ ଏଲଏଲଏମ ଛାତ୍ରୀ ହୋଇ ସେ ଉଭୟ ଅଧ୍ୟୟନ ସାଙ୍ଗକୁ ସାମାଜିକ କାର୍ଯ୍ୟ ରେ ଲିପ୍ତ ରହନ୍ତି । ସେ କହନ୍ତି ଯେ ସୋସିଆଲ ମିଡିଆରେ ସେ କିଛି ବ୍ୟକ୍ତି ଙ୍କ ଉପହାସ ର ଶିକାର ହୋଇଛନ୍ତି ଯେ କେବଳ ମହିଳାମାନେ କାହିଁକି ଏହି ସୁବିଧା ପାଇବେ ? ଆପଣ ଏଥିପାଇଁ କାହିଁକି କାମ କରୁଛନ୍ତି ?କିନ୍ତୁ ସେ ଏହି ସବୁ କଥାକୁ ନଶୁଣି ଆଗେଇ ଯାଆନ୍ତି ପୁଣି ଦୁଇପାଦ ଆଗକୁ ଆଗକୁ । କାରଣ ସେ ବାକି ୩୦% ମହିଳା ଶ୍ରମିକଙ୍କ ପାଇଁ ଲଢ଼ୁଛନ୍ତି। ସେ ବେଳେବେଳେ ହତୋତ୍ସାହିତ ହୋଇ ପଡନ୍ତି,ହେଲେ ପୁଣି ଥରେ ସେ ମହିଳା ଶ୍ରମିକଙ୍କ କଲ୍ୟାଣ ପାଇଁ ସଂଗ୍ରାମ କରିବାକୁ ଅଣ୍ଟାଭିଡି ଆଗେଇ ଯାଆନ୍ତି ।

ସମ୍ପ୍ରତି ଗୁଗୁଲରେ ତାଙ୍କର ପେଡ୍ ପିରିୟଡ୍ ଛୁଟିର କାହାଣୀ ଭାରତରୁ ସ୍ପେନ ନ୍ୟୁଜ୍ ଏବଂ ୱାଶିଂଟନ୍ ପୋଷ୍ଟ ସହିତ ବିଶ୍ୱ ଋତୁସ୍ରାବ(ମାସିକ ଧର୍ମ) ଦିନ ଠାରୁ ୫ ଦିନ ପର୍ଯ୍ୟନ୍ତ ରହିଥିଲା ତାଙ୍କୁ ବହୁ ଆନ୍ତର୍ଜାତୀୟ ସଂଗଠନ ତଥା ବ୍ୟକ୍ତିବିଶେଷଙ୍କ ପ୍ରତିନିଧୀ, କାଠମାଣ୍ଡୁ, କେଜିଏସ୍ ଲିଓ କ୍ଲବ କେନିଆ, ଜିଞ୍ଜା ମଡେଲ୍ ଉଗାଣ୍ଡା, ଆଇସିଆରଡବ୍ଲୁ ୱାଶିଂଟନ, ପିରିୟଡ ମ୍ୟାଗେଜିନ ନେଦରଲ୍ୟାଣ୍ଡ, ଚେଞ୍ଜ୍ ଅର୍ଗାନାଇଜେସନ ଏବଂ ଅନ୍ୟାନ୍ୟଙ୍କ ଠାରୁ ତାଙ୍କୁ ସମର୍ଥନ ମିଳିଥିଲା ​​। ଗତ ତା.୨୫/୦୬/୨୦୨୨ରିଖ ରେ ଏମ.ପି ମନୋଜ ତିୱାରୀ, ଆନ୍ତର୍ଜାତୀୟ ଆଥଲେଟ୍ ଦୀପା ମଲ୍ଲିକ, ଦିଲ୍ଲୀ ସରକାରଙ୍କ ସୂଚନା ଏବଂ ପ୍ରସାରଣ ବିଭାଗର ନିର୍ଦ୍ଦେଶକ,ବରିଷ୍ଠ ସାମ୍ବାଦିକ ଅବିନାଶ ସିଂଙ୍କ ଦ୍ୱାରା ତାଙ୍କ ଅଭିଯାନରେ ସମସ୍ତ ମହିଳା ଶ୍ରମିକଙ୍କ ପାଇଁ ଛୁଟି ସକାଶେ ତାଙ୍କୁ ଶ୍ରମିକସାଥୀ ଭାବରେ ସଂବିଧାନ କ୍ଳବ ନୂଆଦିଲ୍ଲୀ ଠାରେ ସମ୍ମାନିତ କରାଯାଇଥିଲା। ବର୍ତ୍ତମାନ ସେ ଏହି ଅଭିଯାନ ପାଇଁ ଦିଲ୍ଲୀରେ ଅଛନ୍ତି ।

watch now

ସେ ଗାନ୍ଧୀ ସ୍ମୃତିର ଉପାଧ୍ୟକ୍ଷ ଶ୍ରୀ ବିଜୟ ଗୋଏଲ ଜୀ, ନିର୍ଦ୍ଦେଶକ ଜାତୀୟ ସଫେଇ କର୍ମଚାରୀ ଅର୍ଥ ଓ ବିକାଶ, ଭାରତ ସରକାର ଙ୍କୁ ଭେଟିଛନ୍ତି । ତା ୦୨/୦୭/୨୦୨୨ରିଖ ରେ ସେ ବଲିଉଡରୁ ପ୍ରଥମ ସମର୍ଥନ ପାଇଥିଲେ ଏବଂ ନୋଏଡା ଫିଲ୍ମ ସିଟିରେ ଥିବା ଶ୍ରୀ ସନ୍ଦୀପ ମାରୱା ଙ୍କୁ ଭେଟିବାର ସୁଯୋଗ ପାଇଥିଲେ । ଯିଏକି ଭାରତୀୟ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, ଏସିଆନ୍ ଏକାଡେମୀ ପ୍ରତିଷ୍ଠାତା ଅନୀଲ କପୁରଙ୍କ ଶଳା । ଚଳଚ୍ଚିତ୍ର ଏବଂ ଟେଲିଭିଜନ ଏବଂ ନୋଏଡା ଚଳଚ୍ଚିତ୍ର ସହର ଏବଂ ମିସ୍ ଆର୍ଥ ଇଣ୍ଡିଆର ପରାମର୍ଶଦାତା କମିଟିର ଅଧ୍ୟକ୍ଷ । ତା. ୦୬/୦୭/୨୦୨୨ରିଖ ରେ ରେଡିଓ ନୋଏଡା ୧୦୭.୪ ଏଫଏମ ରେ ପେଡ୍ ପିରିୟଡ୍ ଛୁଟି ବିଷୟରେ ରଞ୍ଜିତା ଙ୍କ ପ୍ରଥମ ସାକ୍ଷାତକାର । ସାକ୍ଷାତକାର ରେ କାହିଁକି ପେଡ୍ ପିରିୟଡରେ କାମ କରୁଛନ୍ତି ସେଥିପାଇଁ ସେ ଜାତୀୟ ପ୍ଲାଟଫର୍ମରେ ବହୁତ ପ୍ରଶଂସା ପାଇଲେ କାରଣ ସେ ସେହି ରେଡିଓରେ ହେଉଛନ୍ତି ପ୍ରଥମ ଓଡିଆ । ମହିଳା ଶ୍ରମିକମାନଙ୍କ ପାଇଁ ସେ Change.org/paidperiodleave ରୁ ତାଙ୍କ ଆବେଦନ ଉପରେ ଦସ୍ତଖତ କରିବାକୁ ଆହ୍ୱାନ କରିଛନ୍ତି ।



Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading