ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ‘ଶିବ’ ସିଗାରେଟ୍‌ ଜଳାଉଥିବା ବ୍ୟାନର୍‌ ଲଗାଇଲେ …

Creat A Revolution
           

ଚେନ୍ନାଇ -: ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ ପୋଷ୍ଟର୍‌ରେ ଦେବୀ କାଳୀ ସିଗାରେଟ୍‌ ଟାଣୁଥିବା ଦୃଶ୍ୟ ଲାଗି ଚାରିଆଡ଼େ ବିବାଦ ଚାଲିଥିବା ବ‌େଳେ ବୁଧବାର ଦିନ ଚେନ୍ନାଇ ଅନ୍ତର୍ଗତ କନ୍ୟାକୁମାରୀରେ ଲାଗିଥିବା ଗୋଟାଏ ବ୍ୟାନର୍‌ରେ ଭଗବାନ ଶିବ ସିଗାରେଟ୍‌ ଲଗାଉଥିବା ଦୃଶ୍ୟ ରହିଛି। ବିବାଦ ଉପୁଜିବାର ସମ୍ଭାବନା ଥିବାରୁ ପୁଲିସ ତୁରନ୍ତ ସେ ବ୍ୟାନର୍‌ଟିକୁ ଖୋଲି ନେଇଥିଲା। କିନ୍ତୁ, ଏହି ବ୍ୟାନର୍‌ର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ହିନ୍ଦୁ ସଙ୍ଗଠନ ସବୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି କନ୍ୟାକୁମାରୀ ଜିଲ୍ଲା ଅନ୍ତର୍ଗତ ତିଙ୍ଗାଲ୍‌ ନଗର ନିକଟ ଆରୋକିଆପୁରମ୍‌ରେ ଘଟିଛି।

୨ ଦିନ ତଳେ ସେଠାରେ ପ୍ରତିଶ ନାମରେ ଜଣେ ଯୁବକଙ୍କର ବିବାହ ହୋଇଥିଲା। ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ପ୍ରତିଶଙ୍କର ବନ୍ଧୁମାନେ ୨ଟି ସ୍ଥାନରେ ଉପରୋକ୍ତ ବିବାଦୀୟ ବ୍ୟାନର୍‌ ଲଗାଇଥିଲେ। ଗୋଟିଏ ବ୍ୟାନର୍‌ରେ ବନ୍ଧୁମାନେ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଥିବାର ଦୃଶ୍ୟ ଥିବା ବେଳେ ଅନ୍ୟ ବ୍ୟାନର୍‌ଟିରେ ଭଗବାନ ଶିବ ସିଗାରେଟ୍‌ ଲଗାଉଥିବାର ଚିତ୍ର ରହିଛି। ଏଥିସହ ଉକ୍ତ ବ୍ୟାନର୍‌ରେ ବନ୍ଧୁମାନେ ପ୍ରତିଶଙ୍କୁ ଦେଇଥିବା ଧାଡ଼ିଏ ପରାମର୍ଶ ମଧ୍ୟ ଉଲ୍ଲେଖ ଅଛି। ତାହା ହେଲା- କେଶ ଏତେ ଛୋଟ କରି ରଖନ୍ତୁ ଯେମିତି ପତ୍ନୀ ଟାଣି ପାରିବେ ନାହିଁ। ଉକ୍ତ ପୋଷ୍ଟର୍‌ ସଂକ୍ରାନ୍ତରେ ହିନ୍ଦୁ ସଙ୍ଗଠନଗୁଡ଼ିକରୁ ଖବର ପାଇବା ପରେ ପୁଲିସ ପ୍ରତିଶ ଏବଂ ତାଙ୍କ ବନ୍ଧୁମାନଙ୍କୁ ଥାନାକୁ ଡକାଇ କଡ଼ା ଚେତାବନୀ ଦେବା ପରେ ଛାଡ଼ିଦେଇଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading