ଉଦଯାପିତ ହେଲା ଡିଣ୍ଡିରାଗାଁରେ ଚାଲିଥିବା ବାବା ବିରୁପାକ୍ଷ ମହାଦେବଙ୍କ ଜାଗର ଯାତ୍ରା

Creat A Revolution
           


ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ର ବିଭିନ୍ନ ଶୈବ ପିଠ ମାନଙ୍କରେ ମହାସମାରୋହରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅନୁରୂପ ଭାବରେ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଡିଣ୍ଡିରାଗାଁ ଠାରେ ବାବା ବିରୁପାକ୍ଷ ମହାଦେବ ଙ୍କ ପିଠରେ ମଧ୍ୟ୍ୟ ଏହି ଜାଗର ଯାତ୍ରା ମହାସମାରୋହରେ ପାଳିତ ହୋଇଥିବା ବେଳେ ରବିବାର ଏହି ଯାତ୍ରା ଉଦଯାପିତ ହୋଇଯାଇଛି I ତେବେ ଚାରିଦିନ ଧରି ଚାଲିଥିବା ଏହି ଯାତ୍ରା ରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଯାତ୍ରା କମିଟି ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

ପ୍ରଥମ ଦିନରେ ଫୁଲବାଣୀ ର ଜଣାଶୁଣା ନୃତ୍ୟ ଅନୁଷ୍ଠାନ ନାଟରାଜ କଳାମନ୍ଦିର ର ନୃତ୍ୟଗୁରୁ ବିନୋଦ ବିହାରୀ ସାହୁ ଓ ସାଥି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯାତ୍ରା ର ଉଦଯାପନୀ ଉତ୍ସବ ରେ ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ମତିଙ୍ଗିଆ ଗାଁ ର କଳାକାର ମାନଙ୍କ ଦ୍ୱାରା ସମ୍ପୂର୍ଣ ରାମାୟଣ ନାଟକ ପରିବେଷଣ କରାଯାଇଥିଲା I ତେବେ ଯାତ୍ରା କମିଟି ସଭାପତି ସରୋଜ ଦିଗାଳ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଯାତ୍ରା ର ଉଦଯାପନୀ ଉତ୍ସବରେ ଡିଣ୍ଡିରା ଗାଁ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଝୁଲିଲତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା

ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧକ୍ଷ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କରିପାସିନ୍ଧୁ ବିଶୋଇ, ଫିରିଙ୍ଗିଆ ପ୍ରେସ କ୍ଳବ ର ସଭାପତି ଉତ୍ତମ ଖମାରି, କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି,ବରିଷ୍ଠ ବିଜେପି ନେତା କଂସଦେବ ସାହୁ, ଯୁବ ବିଜେପି ନେତା ତଥା ଜଣାଶୁଣା ସମାଜ ଶେବି ସଞ୍ଜୟ କୁମାର ଦିଗାଲ,ସମିତିସଭ୍ୟା କଳ୍ପନା ପାତ୍ର, ବରିଷ୍ଠ ଠିକାଦାର ଭାସ୍କର ପାତ୍ର ଙ୍କ ସହ ଅଂଚଳର ଏବଂ ଗ୍ରାମର ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ବିଶେଷ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମ କୁ ଯାତ୍ରା କମିଟି ର ସମ୍ପାଦକ ଜୟସନ କଁହଁର, ମୁଖ୍ୟ ଉପଦେଷ୍ଟା ରାଜେଶ କୁମାର ନାଏକ, ଦିଲୀପ କହଁର, ଗୋକୁଳ ନାଏକ, ବାବୁଲା କହଁର ଙ୍କ ସହ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମିଳିତ ଭାବରେ ପରିଚାଳନା କରିଥିଲେ I ତେବେ ଚଳିତ ବର୍ଷ ଯାତ୍ରା କୁ କିଛି ମାତ୍ରା ରେ ଆଡମ୍ବର ପୁର୍ଣ କରାଯାଇଥିବା ବେଳେ ଆଗାମୀ ବର୍ଷ ମାନଙ୍କରେ ଆହୁରି ଯାକଯମକ ରେ କରାଯିବ ବୋଲି ଯାତ୍ରା କମିଟି ତରଫରୁ ସୂଚନା ଦିଆଯାଇଛି I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading