ଠିକାଦାରଙ୍କ କବଜାରେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ

Creat A Revolution
           

ଦାରିଙ୍ଗବାଡି(ରାକେଶ କୁମାରସାହୁ) -: ଠିକାଦାର ଙ୍କ କବ୍ଜାରେ ରହିଛି ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ । ଠିକାଦାରଙ୍କ ନିୟନ୍ତ୍ରଣରେ ରହିଛି ସବୁ ବିଭାଗ । ଅଧିକାରୀ ଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ମାନେ ନାମକୁ ମାତ୍ର । କୌଣସି କାମ ହେଉ ଅବା ଫାଇଲ ଗୋଟିଏ ଟେବୁଲ୍ ରୁ ଅନ୍ୟ ଟେବୁଲ୍ କୁ ଯିବାକୁ ହେଲେ ଠିକଦାର ଙ୍କୁ ଖୋଜା ପଡ଼େ । ଯଦି କିଛି ନୂଆଁ କାମ ଆସିଲା ତାହାଲେ ଉକ୍ତ କାମ କିଛି ନିର୍ଦ୍ଧିଷ୍ଟ ଠିକାଦାର ଙ୍କୁ ଛାଡି ଦେଲେ ଆଉ କାହାକୁ ମିଳିବା ଅସମ୍ଭବ। ଗୋଟେ ଲାଟିନ ହେଉ ଅବା ସକପିଟ କାମ ହେଲେ ମଧ୍ୟ ପ୍ରଥମେ ଉକ୍ତ ଠିକାଦାର ଙ୍କୁ କାମ ଦିଆଯାଏ । ଯଦି ସମ୍ପୂର୍କ୍ତ ଠିକାଦାର କାମ କରିବାକୁ ମନା କରି ଦିଅନ୍ତି ତାହାଲେ ଅନ୍ୟ କାହାକୁ ଉକ୍ତ କାମ ମିଳେ । ଯଦି ବି କାହାକୁ କାମ ଦେବାର ଅଛି ତାହାଲେ ସ୍ଥାନୀୟ ବ୍ଲକ ପ୍ରଶାସନ ଉକ୍ତ ଠିକାଦାର ଙ୍କୁ ନପଚାରି କାହାକୁ କାମ ମଧ୍ୟ ଦିଅନ୍ତି ନାହିଁ । ଠିକାଦାର ଙ୍କ ବିନା ଅନୁମତିରେ ବ୍ଲକ କାର୍ଯ୍ୟାଳୟ ରେ ପତ୍ର ଟିଏ ବି ହଲେନାହିଁ । ଖାଲି ଏହି ଘଟଣା ନୁହଁ ଟେଣ୍ଡର ପାଇଁ ଯୋଗ୍ୟ ଥିବା ପ୍ରକଳ୍ପ କାମ କୁ ମଧ୍ୟ ଟେଣ୍ଡର ନହେଲା ଭଳି ଅଟକଳ ମୂଲ୍ୟ ରେ ଫାଇଲ କରିଦିଆ ଯାଏ ।

ବ୍ଲକର ୭୦ ଭାଗରୁ ଉର୍ଦ୍ଧ କାମ ସେହି ନିର୍ଦ୍ଧିଷ୍ଟ ଠିକାଦାର ହିଁ କରନ୍ତି । ୫ଟି ରେ ସ୍କୁଲ ରୂପାନ୍ତରିକରଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯୋଜନାର ଉନ୍ନୟନ କାମ ସେହି ଗୋଟିଏ ଠିକାଦାର ହିଁ କରନ୍ତି । ଏଭଳି କି ପର୍ଯ୍ୟଟନ ର ବିକାଶ ପାଇଁ ଡୁଲୁରି ପାଇନ ବଣ ପାଇଁ ୮୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଆସିଥିବା ବେଳେ ଉକ୍ତ କାମ କୁ ଟେଣ୍ଡର କରାନଯାଇ ସେହି ଠିକାଦାର କୁ ହିଁ ସବୁ କାମ ଦିଆଯାଇଥିଲା । ଅଟକଳ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଥିଲେ ତାହାକୁ ଟେଣ୍ଡର କରାଯିବାର ନିୟମ ରହିଛି । ହେଲେ ନିର୍ଦ୍ଧିଷ୍ଟ ଠିକାଦାର ଙ୍କୁ କାମ ଦେବା ପାଇଁ ୧୦ ଲକ୍ଷ ମଧ୍ୟରେ ଫାଇଲ କରିଦିଆ ଯାଇ କାମ ପ୍ରଦାନ କରାଯାଇଛି । ଏଭଳି କି ମିଡ଼ିୟୁବାନ୍ଦା ଜଳ ପ୍ରପାତ କାମ, ଦାରିଙ୍ଗବାଡି ବ୍ଲକ ମୁଖ୍ୟ ଫାଟକ କାମ ଭଳି ଅନେକ କାମ ସେହି ଠିକାଦାର କୁ ହିଁ ପ୍ରଦାନ କରାଯାଉଛି । ସେ ଯେଉଁ କାମ କରିବା ପାଇଁ ମନା କରିବେ ସେହି କାମ ହଁ ଅନ୍ୟ କାହାକୁ ପ୍ରଦାନ କରାଯାଉ ଥିବା ଦେଖିବାକୁ ମିଳୁଛି । ଏଭଳି ଭାବେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ କୁ ଜଣେ ଠିକାଦାର ହିଁ ପରିଚାଳନା କରୁଛନ୍ତି । ଆଉ ସବୁ ଅଧିକାରୀ ଓ କର୍ମଚାରୀ ତାଙ୍କ କଥା ମାନିବାକୁ ଏକ ପ୍ରକାର ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି । ଯେଉଁ ଠିକାଦାର କାମ କରୁଛନ୍ତି ସେ ସବୁ ଅତି ନିମ୍ନ ମାନର କାର୍ଯ୍ୟ ହେଉଛି । କାମ ହୋଇ ୨ ମାସ ଯାଇନ ଥାଉଛି ବାଲି ସିମେଣ୍ଟ ବାହାରି ପଡୁଛି । ଫାଟ ମଧ୍ୟ ଦେଖା ଯାଉଥିବା ଦେଖିବାକୁ ମିଳିଛି । ଏଭଳି ଭାବେ ଦାରିଙ୍ଗବାଡି ବ୍ଲକରେ ଠିକାଦାର ରାଜ ଚାଲିଥିବା ଦାରିଙ୍ଗବାଡି ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟଶୈଳୀ କୁ ନେଇ ସାଧାରଣରେ ସନ୍ଧେହ ସୃଷ୍ଟି ହୋଇଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading