ଡାକ୍ତରୀ ପାଠ ପଢ଼ିବେ ଦୂର୍ଗମ ଅଞ୍ଚଳର ଚାଷୀ ପୁଅ କଳାକାର

Creat A Revolution
           

ଦାରିଙ୍ଗବାଡ଼ି (ରାକେଶ କୁମାର ସାହୁ ) -: ଡାକ୍ତରୀ ପାଠ ପଢିବେ ଦୁର୍ଗମ ଅଞ୍ଚଳର ଚାଷୀ ପୁଅ କଳାକାର ପ୍ରଧାନ ଡାକ୍ତର ହେଲେ ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ସେବା କରିବା ଇଚ୍ଛା ରଖିଛନ୍ତି କଠିନ ପରିଶ୍ରମ କରି ପାଠ ପଢ଼ି ବାପା ଙ୍କୁ ଚାଷ କାମରେ ସାହାଯ୍ୟ କରି ସେ ବର୍ତ୍ତମାନ କଟକ SCB ମେଡିକାଲରେ ନାମ ଲେଖାଇଛନ୍ତି l କିନ୍ତୁ ପାଠ ପଢ଼ିବାରେ ବାଧକ ସାଜିଛି ଅର୍ଥ ବାପା ମା କଳାକାର ଙ୍କୁ ପାଠ ପଢ଼ାଇବା ପାଇଁ ଚାଷ ଜମି ବନ୍ଧକ ରଖିବା ସହିତ ଋଣ ଆଣି ପୁଅକୁ ପାଠ ପଢ଼ାଉ ଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ସବେରାଙ୍ଗା ଗ୍ରାମର କଳାକାର ପ୍ରଧାନ l ଜଣେ ଆଦିବାସୀ ଚାଷୀ ଘରର ପୁଅ ଘର ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ସବେରାଙ୍ଗା ଗାଁ ଚାଷୀ ପୁଅ ଆରମ୍ଭରୁ ସେ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଆଶ୍ରମ ସ୍କୁଲ ରେ ପ୍ରାଥମିକ ଶିକ୍ଷା ଶେଷ ପରେ ତୋପବନ ହାଇସ୍କୁଲ ରେ ୧୦ଶ୍ରେଣୀ ଯାଏ ପାଠ ପଢି ଥିଲେ ଏହାପରେ ସେ ଭୁବନେଶ୍ୱର BJB କଲେଜ ରେ ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢି ୨୦୨୨ମସିହାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ l

ଏହା ପରେ ସେ ଘରକୁ ଆସି ବାପା ମା ଙ୍କୁ ଚାଷ କାମ ରେ ସାହାଯ୍ୟ କରିବା ସହିତ ଘରେ ରହି NEET ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ କଳାକାର ଙ୍କୁ ପାଠ ପଢାଈବା ପାଇଁ ବାପା ନିଜ ଚାଷ ଜମି ବନ୍ଧକ ରଖିବା ସହ ଗାଈ ଛେଳି ବିକ୍ରି କରି ପୁଅକୁ ପାଠ ପଢ଼ାଇଛନ୍ତି ଚଳିତ ବର୍ଷ ବର୍ଷ କଳାକାର ନିଟ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇ କଟକ SCB ବଡ଼ମେଡିକାଲ କଲେଜ ରେ ନାମ ଲେଖାଇଛନ୍ତି କିନ୍ତୁ ପାଠ ପଢା ପାଇଁ ଅର୍ଥ ବାଧକ ସାଜିଛି ରାଜ୍ୟ ସରକାର ତାଙ୍କୁ କିଛି ସହାୟତା କଲେ ତାଙ୍କ ସ୍ୱପ୍ନ ସାକାର ହୋଇପାରିବ ବୋଲି କଳାକାର ଆଶା କରିଛନ୍ତି l ଘଞ୍ଚ ଜଙ୍ଗଲ ଭିତରେ ଥିବା ସବେରଙ୍ଗା ଗାଁ ରେ ଏକ ଛୋଟିଆ ଘରେ ବାପା ମାସୁଙ୍ଗା ପ୍ରଧାନ ଓ ମା ସୁମିତା ପ୍ରଧାନ ରୁହନ୍ତି ବାପା ମାସୁଙ୍ଗା ହଳଦୀ ଚାଷ ସହିତ ଧାନ ଚାଷ କରି ପରିବାର ପୋଷଣ କରନ୍ତି l ପୁଅ ଡାକ୍ତରୀ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ଚାରିଆଡୁ ପୁଅକୁ ଶୁଭେଚ୍ଛା ମିଳୁଛି ପୁଅ ଦିନକୁ ୧୫ଘଣ୍ଟାରୁ ଅଧିକ ପରିଶ୍ରମ କରି ବା ସହ ଚାଷ କାମରେ ବାପାଙ୍କୁ ସହଯୋଗ କରନ୍ତି ତଥାପି ଦୁର୍ଗମ ଅଞ୍ଚଳର ପୁଅ କଳାକାର ପଛକୁ ଫେରି ନାହାନ୍ତି ନିଜ ଲକ୍ଷ ପଥ ରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଥିଲେ ତେଣୁ ପୁଅ ର ପାଠ ପଢ଼ା ପାଇଁ ସରକାର କିଛି ସାହାଯ୍ୟ କରିଲେ ପୁଅ ଡାକ୍ତର ପାଠ ପଢ଼ି ତାହାର ଯେଉଁ ସ୍ୱପ୍ନ ରହିଛି ସେ ଲୋକଙ୍କ ସେବା କରିପାରିବ ବୋଲି ବାପା ମା ପ୍ରକାଶ କରିଛନ୍ତି l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading