Creat A Revolution
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ସଦର ଥାନା ଅନ୍ତର୍ଗତ ରୁଜାଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ । ମୃତକ ଜଣକ ହେଲେ ଗୋଛାପଡା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ବାଡାଗାଣ୍ଡା ଗ୍ରାମର ରାମଚନ୍ଦ୍ର ଦିଗାଲ (୨୫) ।ସେ କୌଣସି କାମରେ ଅପାଚେ ବାଇକ୍ ଯାହାର ରେଜିଷ୍ଟ୍ରେସନ ନମ୍ବର ଓଡି ୦୨ବିକେ ୮୪୧୫ରେ ମିଣିଆ ଯାଉଥିବା ସମୟରେ ରୁଜାଙ୍ଗି ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ସିମେଣ୍ଟ ପୋଲରେ ପିଟି ହୋଇ ମୃତ୍ୟୁ ହୋଇଛି । ଏ ନେଇ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବାରୁ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ସବ ଜବତ କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠେଇଛି ।
