କଟକ -: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦ୍ବିତୀୟ ମୁକାବିଲା ହୋଇଛି। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୪ ୱିକେଟ୍ରେ ଜିତିଛି। ଏଥି ସହିତ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି। ଅନ୍ତିମ ତଥା ତୃତୀୟ ମ୍ୟାଚ୍ ଆସନ୍ତା ୧୨ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ବାରବାଟୀ ଷ୍ଟାଡିୟମରେ ଏଥର ଦର୍ଶକମାନଙ୍କର ଏକ ଭିନ୍ନ ଉଷ୍ଣତା ଦେଖାଯାଇଥିଲେ। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପସ୍ଥିତ ପାଇଁ ଦର୍ଶକ ଉତ୍ସାହିତ ଦେଖାଯାଇଥିଲେ।
କଟକରେ ପ୍ରାୟ ୫୦ ହଜାର ଦର୍ଶକଙ୍କ ସାମ୍ନାରେ ଏହି ବିରାଟ ଲଢେଇ ହୋଇଥିଲା। ଦିବାରାତ୍ର ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୩୦୪ ରନ୍ରେ ଅଲ୍ଆଉଟ୍ ହୋଇଛି। ଭାରତ ୪୪.୩ ଓଭରରେ ୬ଟି ୱିକେଟ୍ ହରାଇ ୩୦୮ ରନ୍ କରିଥିଲା। ଏହି ମ୍ୟାଚ୍ରେ ଇଣ୍ଡିଆର ଦୁଇ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ପ୍ରଥମତଃ ଚୂଡାନ୍ତ ଏକାଦଶରେ ବିରାଟ କୋହଲିଙ୍କୁ ସ୍ଥାନ ମିଳିଥିଲା। ଅନ୍ୟଟି ବାରବାଟୀ ଦିନିକିଆରେ ବରୁଣ ଚକ୍ରବର୍ତ୍ତୀ ପଦାର୍ପଣ କରିଥିଲେ।
