କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗାଉପରସାହି ପଞ୍ଚାୟତ ମାଲା ଗ୍ରାମରେ ॐ ଶ୍ରୀ ଶ୍ରୀମାଁ ପିତବଳୀ ବାର୍ଷିକ ଯାତ୍ରା ମହାଆଡମ୍ବରରେ ପାଳନ କରାଯାଇଛି। ମାଲା ଗ୍ରାମରେ ଶାଳଗଛ ମୂଳେ ଅବସ୍ଥିତ ॐ ଶ୍ରୀ ଶ୍ରୀ ମାଁ ପିତବଳୀ ଠାକୁରାଣୀ ମନ୍ଦିର ଠାରେ ସମସ୍ତ ଗ୍ରାମବାସୀ ମିଳିମିଶି ନିଷ୍ଠାର ଭୋଗ ଅର୍ପଣ କରିବା ସହିତ ମନ୍ଦିର ପୂଜାରୀ ଗୋପାଳ କହଁର ଓ ବାହୁକୁ ଡାଡିଆ କହଁର ମାଁ ପିତବଳୀ ଠାକୁରାଣୀ ଙ୍କୁ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରିଥିଲେ। ଅନ୍ୟ ପଟେ ମାଁ ପିତବଳୀ ଠାକୁରାଣୀଙ୍କ ପୂଜା ଅବସରରେ ମାଁ ପିତବଳୀ ଯାତ୍ରା କମିଟି ସଭାପତି ଶ୍ରୀ ଡଗିଲା କହଁର, ସମ୍ପାଦକ ଶ୍ରୀ ଦୁଗୁନି ଦିଗାଲ , ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ମଞ୍ଚସ୍ଥନାଟକରସଭାପତିଶ୍ରୀ ବସିରାମ ଦିଗାଲ ,ସମ୍ପାଦକ ଶ୍ରୀ ରଞ୍ଜିତ କହଁର , ମ୍ୟାନେଜର ଶ୍ରୀ ଏମ. ଡ଼ି ବାବୁ ,ଟହଲ୍ୟା ଶ୍ରୀ ଡୁଗୁ ବାବୁ ,ମୁଖ୍ୟ ସହଯୋଗୀ ଶ୍ରୀ ମତ୍ୟାନ ଦିଗାଲ , ଓ ସମସ୍ତ ସଦସ୍ୟ ଙ୍କ ସହଯୋଗର ଏକ ସାମାଜିକ ନାଟକ ପରିବେଶଣର ଆୟୋଜନ କରାଯାଇଥିଲା। ମାଲା ଗ୍ରାମ ॐ ଶ୍ରୀ ଶ୍ରୀ ମାଁ ପିତବଳୀ ଯୁବ ନାଟ୍ୟ ସଂସଦ ଦ୍ୱାରା ରାତ୍ର ସମୟରେ ମହାନ ସାମାଜିକ ନାଟକ ଶିବପ୍ରସାଦ ନନ୍ଦ (ଶିବୁସାର) ଙ୍କ ନିର୍ଦ୍ଦେଶନାରେ କେତେ ଦୁଃଖ ଦବୁ କହ ଦଇବ ପରିବେଷଣ କରାଯାଇଥିବା ବେଳେ।
ନାଟକ ଉଦଘାଟନ କାର୍ଯ୍ୟକ୍ରମରେ ଅଞ୍ଚଳର ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର ,ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ ,ପାଙ୍ଗାଉପର ସାହି ସରପଞ୍ଚ ରଶ୍ମିତା କହଁର,ନୂଆପଦର ସରପଞ୍ଚ ଶ୍ରୀ ଭବାନି ଶଙ୍କର କହଁର, ଡ଼ିମିରିଗୁଡା ସରପଞ୍ଚ ଶ୍ରୀ ମନୋଜ କହଁର ,ପାଙ୍ଗା ଶାଖା କୁଇସମାଜ ସଭାପତି – ଶ୍ରୀ ସୁବାସ କହଁର ,ପାଙ୍ଗା ଉପର ସାହି ନାଏବ ସରପଞ୍ଚ ଶ୍ରୀମତୀ ଚମ୍ପାବତୀ କହଁରଯୋଗ ଦେଇଥିଲେ।
ଉଦଘାଟନ ସଭାରେ ମାଲା ଗ୍ରାମବାସୀ ମୁଖ୍ୟଅତିଥି ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର,ଓ ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ ଙ୍କୁ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ସହିତ ମାଁ ପିତବଳୀ ଠାକୁରାଣୀଙ୍କ ମନ୍ଦିର ନିର୍ମାଣ ଓ ଚତୁଃପାର୍ଶ୍ଵରେ ପାଚେରୀ ନିର୍ମାଣ କରିବା ନିମନ୍ତେ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଅଭିଯୋଗ କରିଥିଲେ। ଶ୍ରୀ ଗୋଲକ ବିହାରୀ କହଁର ଓ ଶ୍ରୀ ପ୍ରଶାନ୍ତ କମ୍ପ ମଧ୍ୟ ଆଗାମୀ ଦିନରେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ସହିତ ଏ ସଂମ୍ପର୍କରେ ଆଲୋଚନା କରି ସରକାରଙ୍କ ତରଫରୁ ମନ୍ଦିର ଓ ପାଚେରୀ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
