ବେଙ୍ଗାଲୁରୁରେ ବନ୍ଧକ ଥିବା ଫିରିଙ୍ଗିଆ ଅଞ୍ଚଳର ଦାଦନ ଶ୍ରମିକ ମାସେ ପରେ ପୋଲିସ ଦ୍ୱାରା ଉଦ୍ଧାର

Creat A Revolution
           

ଫିରିଙ୍ଗିଆ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ସଦର ଏସଡିପିଓ I


କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -: ବେଙ୍ଗାଲୁରୁରେ ବନ୍ଧକ ଥିବା ଫିରିଙ୍ଗିଆ ଅଞ୍ଚଳର ଭକ୍ତ ଚରଣ ମଲିକଙ୍କୁ ମାସକ ପରେ ଉଦ୍ଧାର କରାଯାଇଛି। କନ୍ଧମାଳ ଏସପି ଙ୍କ ନିର୍ଦେଶ କ୍ରମେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦେଇଛନ୍ତି ଫୁଲବାଣୀ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ I ତେବେ କନ୍ଧମାଳ ଏସ୍‌ପିଙ୍କ ଅନୁରୋଧକ୍ରମେ ବେଙ୍ଗାଲୁରୁ ପୁଲିସ ତାଙ୍କୁ ଉଦ୍ଧାର କରିଛି। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ସେଠାରେ ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି। ଏଥିସହ ତାଙ୍କୁ ଅଟକ ରଖୁଥ‌ିବା କିଛି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ମୋବାଇଲ ଟ୍ରାକିଂ କରି ବେଙ୍ଗାଲୁରୁ ପୁଲିସ ତାଙ୍କୁ ଏକ ପରିତ୍ୟକ୍ତ ଘରୁ ତାଙ୍କୁ ଉଦ୍ଧାର କରିଛି।

ଏପଟେ ଜିଲ୍ଲା ଶ୍ରମ ବିଭାଗ ମଧ୍ୟ ଶ୍ରମିକ ଙ୍କୁ ଓଡିଶା ଫେରେଇ ଆଣିବା ପାଇଁ ନିଜର ପ୍ରୟାସ ଜାରି ରଖୁଛି।ଆବଶ୍ୟକ ପଡ଼ିଲେ ପରିବାର ଲୋକଙ୍କ ସହିତ ଶ୍ରମ ବିଭାଗ କର୍ମଚାରୀ ବେଙ୍ଗାଲୁରୁ ଯାଇ ଭକ୍ତଙ୍କୁ ଫୁଲବାଣୀ ଆଣିବେ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ବିଶ୍ଵରଞ୍ଜନ କହଁର। ତେବେ ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ପଞ୍ଚାୟତ କରେକାମ୍ବା ଅଞ୍ଚଳର ଭକ୍ତ କହଁର ପ୍ରାୟ ଏକ ମାସେ ହେବ ବେଙ୍ଗାଲୁରୁରେ ଦୁର୍ବୃତ୍ତ ମାନଙ୍କ ଦ୍ୱାରା ବନ୍ଧକ ଥିଲେ। ତାଙ୍କୁ ଛାଡିବା ପାଇଁ ଦୁର୍ବୁତ୍ତ ମାନେ ଦଶ ଲକ୍ଷ ଟଙ୍କା ଦାବି ରହିଥିଲେ I ପୁଅକୁ ଛାଡ଼ିଦେବା ପାଇଁ ଭକ୍ତ ଙ୍କ ବୁଢ଼ୀ ମା ଏକ ଲକ୍ଷ୍ୟ ସତୁରି ହଜାର ଟଙ୍କା ଜମିବାଡ଼ି ସବୁ ବିକ୍ରି କରି ଦେଇସାରିଥିଲେ ମଧ୍ୟ୍ୟ ଦୁର୍ବୁତ୍ତ ମାନେ ଭକ୍ତ ଙ୍କୁ ଛାଡିବା ବଦଳରେ ଆହୁରି ଦଶଲକ୍ଷ୍ୟ ଟଙ୍କା ଦାବି କରିଥିଲେ I ଘଟଣାକୁ ନେଇ ବିଭିନ୍ନ ଖବର କାଗଜ ଓ ସୋସିଆଲ ମିଡିଆ ରେ ଖବର ପ୍ରସାରଣ ପରେ ଏ ନେଇ ଫିରିଙ୍ଗିଆ ଥାନାରେ ଭକ୍ତ ଙ୍କ ସ୍ତ୍ରୀ ଏତଲା ଦେବା ସହ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ସାକ୍ଷାତ କରି ଗୁହାରି ଜଣାଇଥିଲେ I

ଏହାସହ ଏହି ଘଟଣାରେ ଫିରିଙ୍ଗିଆ ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର ଓ ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ଫିରିଙ୍ଗିଆ ସମିତି ସଭ୍ୟା ମୌସୁମୀ ପ୍ରଧାନ ସହିତ ଫିରିଙ୍ଗିଆ କୁଇ ସମାଜ ସଭାପତି ଶ୍ରୀ ମୁକୁନ୍ଦ କହଁର ସହିତ ସମସ୍ତ ସଦସ୍ୟ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଓ ପ୍ରଶାସନ ପାଖରେ ଦାବି ରଖିଥିଲେ I ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିସି ବେଙ୍ଗାଲୁରୁ ପୁଲିସ ସହିତ ଆଲୋଚନା କରି ଏ ଦିଗରେ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ। ଭକ୍ତ ଉଦ୍ଧାର ହୋଇ ଥୁବାରୁ ପରିବାର ଲୋକ ଆଶ୍ୱସ୍ତ ହୋଇଛନ୍ତି। ଅନ୍ୟପଟେ ଏହି ଘଟଣାରେ ବେଙ୍ଗଲୋର ପୋଲିସ ଚାରିଜଣ ଯୁବକ ଙ୍କୁ ଅଟକ ରଖିଥିବା ମଧ୍ୟ୍ୟ ସୂଚନା ମିଳିଥିବା ବେଳେ କନ୍ଧମାଳ ରୁ ପରିବାର ଲୋକଙ୍କ ସହ ଏକ ଟିମ ବେଙ୍ଗଲୋର ଯାଇ ଆହତ ଶ୍ରମିକ ଙ୍କୁ ଓଡିଶା ଅଣାଯିବା ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଏସଡ଼ିପିଓ ଶ୍ରୀ ବିଶ୍ୱାଳ I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading