ଫିରିଙ୍ଗିଆ( ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ରେ ଆଜି ବିଜେପିର ନୂତନ ଭାବରେ ଜିଲ୍ଲା ସଭାପତି ଦାୟିତ୍ୱ ନେଇଥିବା ପଣ୍ଡିତ ବିଶମାଝୀ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଛି l ପ୍ରଥମେ ଫିରିଙ୍ଗିଆ ବ୍ଲକ ଛକ ରେ ନୂତନ ସଭାପତି ପଣ୍ଡିତ ବିଶମାଝୀ ପହଞ୍ଚିବା ପରେ ଦଳୀୟ ନେତା ଓ କର୍ମୀ ମାନେ ବିଭିନ୍ନ ବାଜା ବାଦ୍ୟ ସହ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ବ୍ଲକ ଛକ ଠାରୁ ବାଜା ବାଦ୍ୟ ସହ ବାଣ ଫୁଟାଇ ଫିରିଙ୍ଗିଆ ବଜାର ଇନ୍ଦିରା ଗାନ୍ଧୀ ଛକ ଦେଇ ଫିରିଙ୍ଗିଆ ପିତାବାଳୀ ମନ୍ଦିର ରେ ଦର୍ଶନ କରିବା ପରେ ଫିରିଙ୍ଗିଆ ର ବିଭିନ୍ନ ମନ୍ଦିର ଦର୍ଶନ କରିଥିଲେ l

ଦର୍ଶନ ସାରି ପୁଣି ଇନ୍ଦିରା ଗାନ୍ଧୀ ଛକ କୁ ପ୍ରତ୍ୟାବର୍ତନ କରି ଛକ ରେ କିଛି ସମୟ ରହି ଦଳୀୟ ନେତା ଓ କର୍ମୀ ମାନଙ୍କୁ ନୂତନ ସଭାପତି ଦଳ ସୁଦୃଢ ସମ୍ପର୍କିତ ଅଭିଭାଷଣ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ମଣ୍ଡଳ ସଭାପତି ଶ୍ରୀବଛ କହଁର, ନୁଆଁ ପଦର ମଣ୍ଡଳ ସଭାପତି ଦେବଶ୍ୱର ଦୀପ, ବରିଷ୍ଠ ବିଜେପି ନେତା କଂସ ଦେବ ସାହୁ, ସଞ୍ଜୟ କୁମାର ଦିଗାଲ, ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ପୂର୍ବତନ ଜିଲ୍ଲା ବିଜେପି କୋଷାଧକ୍ଷ ବିଜୟ କୁମାର ସାହୁ, ଗୁରୁରାମ ଭାଇ, ସ୍ୱାସ୍ଥ୍ୟ ପ୍ରତିନିଧି ଅକ୍ଷୟ କଟା, ଫିରିଙ୍ଗିଆ ସମିତି ସଭ୍ୟା ମୌସୁମୀ ପ୍ରଧାନ,ବରିଷ୍ଠ ବିଜେପି ନେତା ଅଙ୍ଗଦ ବେହେରା,ବରିଷ୍ଠ ବିଜେପି ନେତା ବାଳକୃଷ୍ଣ ଜୁଣ୍ଡି, ରଘୁପତି କହଁର, ଅନେଇ ମୁଖି, ମହିଳା ନେତ୍ରୀ ସମ୍ପତି ଦିଗାଲ, ପ୍ରଦୀପ ସାହୁ ଙ୍କ ସହ ଶତାଧିକ ବିଜେପି ଦଳର ନେତା ଓ କର୍ମୀ ଯୋଗ ଦେଇଥିଲେl l

ଏହି ଅବସରରେ ଫିରିଙ୍ଗିଆ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ଫିରିଙ୍ଗିଆ ର ବରିଷ୍ଠ ନେତୃତ୍ୱ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ଭାଇ ତଥା ବରିଷ୍ଠ ବିଜେଡି ନେତା ଫିରିଙ୍ଗିଆ ବ୍ଲକ ବିଜେଡି ର ଉପସଭାପତି ଥିବା ପ୍ରଦୀପ ବେହେରା ଅନୁଷ୍ଠାନିକ ଭାବରେ ନୂତନ ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶ ମାଝୀ ଏବଂ ଦଳୀୟ କର୍ମୀ ଙ୍କ ଉପସ୍ଥିତ ରେ ବିଜେପି ରେ ଉତ୍ତରୀୟ ସହ ଅନୁଷ୍ଠାନିକ ଭାବରେ ବିଜେପି ରେ ମିଶିଥିଲେ ଅନ୍ୟପଟେ ଫିରିଙ୍ଗିଆ ଅଞ୍ଚଳ ର ବରିଷ୍ଠ ବିଜେଡି ନେତା ତଥା କଳାକାର ସଂଘ ର ସଭାପତି ଅକ୍ଷୟ କର୍ଣ୍ଣ ଙ୍କ ସହ ବହୁ ବିଜେଡି କର୍ମୀ ବିଜେପି ରେ ସାମିଲ ହୋଇଥିଲେ I
Discover more from odia.bnslive.in
Subscribe to get the latest posts sent to your email.