ଫିରିଙ୍ଗିଆ (ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବିଜେଡି ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ଭାଇ ପ୍ରଦୀପ ବେହେରା ବିଜେପି ରେ ମିସିବା ଘଟଣା ସାରା କନ୍ଧମାଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଖୋଦ ମନ୍ତ୍ରୀ ଙ୍କ ଭାଇ ପ୍ରଦୀପ ବେହେରା

ଘଟଣାକୁ ମିଛ ବୋଲି କହିବା ସହ ମୁ ଦୀର୍ଘ ଦିନ ଧରି ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ଭାବରେ ନିରବଛିନ୍ନ ଭାବରେ କାର୍ଯ୍ୟକରି ଆସୁଅଛି ଓ ଆଗାମୀ ଦିନରେ ମଧ୍ୟ୍ୟ ବିଜେଡି ରେ ରହିବି ବୋଲି କହିବା ସହ ମୁ ବିଜେପି ରେ ଯୋଗ ଦେଇନାହିଁ ବୋଲି କହିଛନ୍ତି I ତେବେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ବ୍ଲକ ବିଜୁ ଜନତା ଦଳର ସଭାପତି ରଜନୀକାନ୍ତ ମଲିକ ଙ୍କୁ ମଧ୍ୟ୍ୟ ଏକ ଲିଖିତ ସ୍ପଷ୍ଟି କରଣ ଦେଇଥିବା ମଧ୍ୟ୍ୟ ସେ କହିଛନ୍ତି I ତେବେ ଗତ ୨୫ ତାରିଖ ଦିନ ଅପରାହ୍ନ ସମୟରେ ଫିରିଙ୍ଗିଆ ଠାରେ ବିଜେପି ର ନବନିଯୁକ୍ତ ଜିଲ୍ଲା ସଭାପତି ପଣ୍ଡିତ ରାମବିଶି ଙ୍କୁ ଦଳତରଫରୁ ସମ୍ବର୍ଦ୍ଧନା ଦେବା ସହ ଏକ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା I

ଏହି ସମୟରେ ଫିରିଙ୍ଗିଆ ଇନ୍ଦିରା ଗାନ୍ଧୀ ଛକ ଠାରେ ପ୍ରଦୀପ ବେହେରା ଛିଡା ହୋଇଥିଲେ I ଯେହେତୁ ବିଜେପି ର ଜିଲ୍ଲା ସଭାପତି ପଣ୍ଡିତ ରାମବିଶି ତାଙ୍କର ପୁରୁଣା ବନ୍ଧୁ ସେଥିପାଇଁ ସେ ତାଙ୍କୁ ଶୋଭାଯାତ୍ରା ସମୟରେ ପାଖକୁ ଡାକିଥିଲେ I ସେହି ସମୟରେ ଫିରିଙ୍ଗିଆ ର କିଛି ବିଜେପି ନେତା ଓ କର୍ମୀ ତାଙ୍କ ମୁଣ୍ଡରେ ଏକ ବିଜେପି ଟୋପି ଗାମୁଛା ସହ ଫୁଲମାଳ ଗାଲେଇ ଦେଇଥିଲେ ଓ ଫଟୋ ଉତ୍ତୋଳନ କରିଥିଲେ I ଯଉ ଫୋଟୋ କି ବିଭିନ୍ନ ଗଣ ମାଧ୍ୟମରେ ଛପାଯାଇ ମନ୍ତ୍ରୀଙ୍କ ଭାଇ ବିଜେପି ରେ ଯୋଗଦେଲେ ବୋଲି ଲେଖା ଯାଇଛି I ଏହା ସମ୍ପୂର୍ଣ ମିଥ୍ୟା ବୋଲି ବିଜେଡି ନେତା ପ୍ରଦୀପ ବେହେରା ବ୍ଲକ ସଭାପତି ଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି I
Discover more from odia.bnslive.in
Subscribe to get the latest posts sent to your email.