ଫିରିଙ୍ଗିଆ( ସୁବ୍ରତ କୁମାର ମହାନ୍ତି )
ତେବେ ପୋଲିସ ର ସୂଚନା ଅନୁସାରେ ଏହି କେନ୍ଦୁଗୁଡା ଜଙ୍ଗଲ ରେ କିଛି ଗଞ୍ଜେଇ ମାଫିଆ ଏକ ଝାଟିମାଟି କୁଡିଆ କରି ଚାଲାଣ ପାଇଁ ବିପୁଳ ପରିମାଣରେ ଗଞ୍ଜେଇ ଗଛିତ ରଖିଥିବା ଏକ ବିଶେଷ ସୂତ୍ରରୁ ଖବର ମିକିଥିଲା I ଖବର ପାଇବା ମାତ୍ରେ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ଙ୍କ ନେତୃତ୍ୱ ରେ ଏକ ଟିମ ଉକ୍ତ ଜଙ୍ଗଲ ରେ ଚଢ଼ାଉ କରିଥିଲେ I ତେବେ ପୋଲିସ ର ଆସିବା ଖବର ବିଷୟରେ ଆଗୁଆ ସୂଚନା ପାଇଁ ଘଟଣା ସ୍ଥଳରୁ ମାଫିଆ ମାନେ ଫେରର ହୋଇଯାଇଥିବା ବେଳେ ପୋଲିସ ଜଙ୍ଗଲ ରୁ ଏକ ଟନ ଆଠ କିଲୋ ଗଞ୍ଜେଇ କୁ ଜବତ କରିବାରେ ସଫଳ ହୋଇଥିଲା I ତେବେ ଜବତ ଗଞ୍ଜେଇ କୁ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ଫୋରିଙ୍ଗିଆ ର ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆ ଙ୍କ ଉପସ୍ଥିତି ରେ ଓଜନ କରାଯାଇଥିଲା I
ପରେ ଏହି ଘଟଣାରେ ୬୩/୨୦୨୫ ରେ ଏକ ମାମଲା ରଜୁକରି ଜବତ ଗଞ୍ଜେଇ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତି ଥିବା ଗଞ୍ଜେଇ ମାଫିଆ ଏମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଗୋଛାପଡା ଥାନା ଅଧିକାରୀ I
