ଟିକାବାଲି ରେ ଅନୁଷ୍ଠିତ ହେଲା ପରାମର୍ଶ ଶିବିର

Creat A Revolution

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ନାରାୟଣ ଦୀକ୍ଷିତ ଙ୍କ ସଭାପତି ରେ ଅନୁଷ୍ଠିତ ହୋଇଛି l ଆଜିର ଏହି ଶିବିର ରେ ଟିକାବାଲି ବ୍ଲକ ଅଧୀନରେ ଆସୁଥିବା ୧୧ ଗୋଟି ଗ୍ରାମପଞ୍ଚାୟତ ର ଶିକ୍ଷିତ ଯୁବକ ଯୁବତୀ ମାନେ ଯୋଗ ଦେଇ କିପରି ନିଜେ ଆତ୍ମ ନିର୍ଭର ଶିଳ ହୋଇ ପାରିବେ ଏବଂ ସରକାରଙ୍କ ଦ୍ୱାରା ମାଗଣା ରେ ତାଲିମ୍ ପ୍ରାପ୍ତ ହୋଇ,ନିଜ ଜିଲ୍ଲାରେ, ରାଜ୍ୟ ଓ ରାଜ୍ୟ ବାହାରେ କିପରି ଚାକିରୀ କରିବାକୁ ସକ୍ଷମ ହୋଇ ପାରିବେ

ସେ ନେଇ ପ୍ରଥମେ ତାଲିମ୍ ନେବେ ସେ ନେଇ ଆଜିର ଏହି କର୍ମ ଶାଳା ଟି ଆୟୋଜନ କରାଯଇଛି l ଜିଲ୍ଲା ଏବଂ ଜିଲ୍ଲା ବାହାର ମୋଟ ୭ଟି ଅନୁଷ୍ଠାନ ର ପଦାଧିକାରୀ ଯୋଗ ଦେଇ ପିଲାଙ୍କ ଭବିଷ୍ୟତ କିପରି ଗଠନ ହୋଇ ପାରିବ ସେ ନେଇ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ l ଆଜିର ଏହି କାର୍ଯ୍ୟ କ୍ରମରେ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର କଂହର,ସହକାରି ଜିଲ୍ଲା ଶୀଳ୍ପକେନ୍ଦ୍ର ଅଧିକାରୀ ସୁରେନ୍ଦ୍ର କୁମାର ସାହୁ. BPM ଟିକାବାଲି ପରେଶ ଦିଗାଲ ସମେତ MBK, CRP ଏବଂ ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ର କର୍ମୀ ମାନଙ୍କ ମିଳିତ ଉଦ୍ୟମ ରେ କାର୍ଯ୍ୟକ୍ରମ ଟି ଅତି ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!