
ଏହି କାର୍ଯ୍ୟକ୍ରମକୁ ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ବେସିକ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ର ମିଳିତ ସହାୟତା ରେ ଆଗାମି ୩ ବର୍ଷ ତଥା ୨୦୨୫ ରୁ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟକରିବ । ଏହି ଉଦଘାଟନି ଉତ୍ସବରେ ଟିକାବାଲି ପଂଚାୟତ ସମିତି ଅଧକ୍ଷ ଦିଲିପ କୁମାର ପ୍ରଧାନ, ଗୋଷ୍ଠି ଉନ୍ନୟନ ଅଧିକାରୀ ନାରାୟଣ ଦିକ୍ଷିତ, ଶିଶୁ ବିକାଶ ଅଧିକାରୀ ପାନୋମଣୀ ହାନ୍ସଦା, ବ୍ଲକ ଜାତୀୟ ସ୍ୱାସ୍ଥ୍ୟ ମିସନ କାର୍ଯ୍ୟକ୍ରମ ପରିଚାଳକ ରସ୍ମିରଞ୍ଜନ ତ୍ରୀପାଠୀ; ବେସିକ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ର ନିଦେ୍ର୍ଦଶିକା ସୁଜାତା.ଭି ଓ ଜନ୍ ଫାରନାଡିସ ଓ ସ୍ୱାତୀ ଅନୁଷ୍ଠାନ ର ସଂପାଦକ ଇଂ ହରିଶଙ୍କର ରାଉତ ଯୋଗଦାନ କରିଥିଲେ । ସ୍ୱାତୀ ଅନୁଷ୍ଠାନ ର ସଂପାଦକ ଇଂ ହରିଶଙ୍କର ରାଉତ ଉପସ୍ଥିତ ରହି ମାନିସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରେ ସ୍ୱାତୀ ତରଫରୁ ହେବାକୁ ଥିବା କାର୍ଯ୍ୟ ଘୋଷଣା କରିଥିଲେ, ସୁଜାତା.ଭି ଲୋକମାନେ କିପରି ମାନସିକ ସ୍ୱାସ୍ଥ୍ୟ ଉପରେ ସଚେତନତା ହେବେ, ଯତ୍ନକାରୀ ମାନେ ନିୟମିତ ଡାକ୍ତରି ଚିକିତ୍ସା କୁ ଆପଣେଇବେ ତାସହିତ ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କୁ ସମ୍ମାନର ସହ ଡାକିବା ଓ କଥା ହେବା ପାଇଁ ଏକ ସପଥ ଅଂଶଗ୍ରହଣକାରୀ ମଧ୍ୟରେ କରିଥିଲେ, ପଂଚାୟତ ସମିତି ଅଧକ୍ଷ ନିଜର ମାନସିକ ବ୍ୟକ୍ତି ସହିତ ସେବା ର ଅନୁଭୁତି କହିବା ସହିତ ପଂଚାୟତ ସରପଂଚ କୁ ଅନୁରୋଧ ରଖିଥିଲେ କିପରି ସମାଜର ମୁଖ୍ୟଶ୍ରୋତ ରେ ସାମିଲ ହେବେ ସେଥିପ୍ରତି ଧ୍ୟାନ ଦେବେ ।

ଗୋଷ୍ଠି ଉନ୍ନୟନ ଅଧିକାରୀ ଏଭଳି ଆର୍ଥିକ ଦୃବଳ ପରିବାର କୁ ସରକାର ଙ୍କ ଜନମଙ୍ଗଳ ଯୋଜନା ରେ ସାମିଲ କରିବା ପାଇଁ ଗୁରୁତ୍ୱ ଦେବେ ବୋଲି କହିଥିଲେ । ଶିଶୁ ବିକାଶ ଅଧିକାରୀ ଚିହ୍ନଟ ପ୍ରକ୍ରିୟା, ନୀୟମିତ ଔଷଧ ସେବନ ଓ ତୃଣମୂଳ ସ୍ତରରେ ସଚେତନତା କରିବାରେ ସଂପୂଣ୍ଣ ସହଯୋଗ ରଖିବେ ବୋଲି ପ୍ରତିସୁତି ସହ କହିଥିଲେ । ବ୍ଲକ ଜାତୀୟ ସ୍ୱାସ୍ଥ୍ୟ ମିସନ କାର୍ଯ୍ୟକ୍ରମ ପରିଚାଳକ ମାନସିକ ସ୍ୱାସ୍ଥ୍ୟସେବା ଔଷଧ ବିତରଣ ଓ ଇ ସଂଜିବନୀ ମାଧ୍ୟମରେ ଚିକତ୍ସା କୁ ତ୍ୱାରନିତ ପାଇଁ ଉପରସ୍ତ ଅଧିକାରୀ ସହିତ ଆଲୋଚନା କରି ବ୍ୟବସ୍ଥା କରିବେ ବୋଲି କହିଥିଲେ ତାସହିତ ସବ୍ ସେନ୍ଟରୁ ଆସିଥିବା ସି.ଏଚ୍.ଓ. ଓ ଆଶା ମାନଙ୍କୁ ନିଜର ଅନୁରୋଧ ରଖିଥିଲେ ।
ପଂଚାୟତ ଫେଡେରେସନ ରୁ ଆସିଥିବା ନେତୃବୃନ୍ଦ ନିଜ ପଂଚାୟତରେ ଏଭଳି ପରିବାର ଙ୍କୁ ସ୍ୱୟଂ ସହାୟକ ଦଳ ରେ ସାମିଲ ସହିତ ସେମାନଙ୍କ ଜୀବନ ଜିବିକା ସୁଧାରିବା ପାଇଁ ସ୍ୱାତୀ ର ସଂପାଦକ ଅନୁରୋଧ କରିଥିଲେ ଓ ଆଗାମି ଦିନ ରେ ପଂଚାୟତ ଓ ବ୍ଲକ ସ୍ତରରେ ହେଉଥିବା ଅନ୍ୟ ସଭା ସମିତି ରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ପାଇଁ ଆଗ୍ରହ ପ୍ରକାସ କଲେ ସ୍ୱାତୀ ର ଦକ୍ଷତା ଥିବା କର୍ମୀ ଆସିଯୋଗ ଦେବେ ବୋଲି କହିଥିଲେ । ଆସିଥିବା ଯତ୍ନକାରୀ ନିଜର ପରିବାରର ସମସ୍ୟା କହି ସମସ୍ତଙ୍କ ମନରେ ଏକ ଭାବପ୍ରବଣ କରିଥିଲେ । ଆସିଥିବା ସରପଂଚ ମାନେ ପଂଚାୟତ ସ୍ତରରେ ସହଯୋଗ କରିବେ ବୋଲି କହିଥିଲେ । ସ୍ୱାତୀ ର ବରିଷ୍ଠ କର୍ମୀ ପ୍ରଦୀପ କୁମାର ସ୍ୱାଇଁ ଏହି କାର୍ଯ୍ୟର ସଂପୂଣ୍ଣ ବିବରଣୀ ପ୍ରଦାନ କରିଥିଲେ ।
ମାନ୍ୟବର ବିଧାୟକ ଙ୍କ ପ୍ରତିନିଧୀ ଯୋଗଦେଇ ଏହି ଯୋଜନାର ସୁଭକାମନା କରିଥିଲେ । ତୃଣମୂଳ ସ୍ଥରରେ ଏଭଳି ସଚେତନତା କାର୍ଯ୍ୟକ୍ରମ ମାନସିକ ସ୍ୱାସ୍ଥ୍ୟସେବା କୁ ଆହୁରି ମଜଭୁତ କରିବ ବୋଲି ଅନ୍ୟ ନିମନ୍ତ୍ରତି ଅତିଥି ମତ ôରଖିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱାତୀ ର ମାନସିକ ପ୍ରକଳ୍ପ ସଂଯୋଜକ ଗିରିସ ଚନ୍ଦ୍ର ସାମଲ ପରିଚାଳନା କରିଥିଲେ, କ୍ଷେତ୍୍ର ସଂଯୋଜକ ଆଲୋକ ସାମନ୍ତରାଏ, ଦିପେସ ମହାକୁଡ ଓ ସ୍ୱାତୀ ର ସ୍ୱାସ୍ଥ୍ୟ କର୍ମୀ ରାମେଶ୍ୱରୀ, ବିଷ୍ଣୁପ୍ରୀୟା ପରିଚାଳନା ରେ ସହଯୋଗ କରିଥିଲେ ।
