ପାର୍କାଡି ଗ୍ରାମବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତସପନ

Creat A Revolution
           

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ପାର୍କାଡ଼ି ଗ୍ରାମରେ ୪ସାହିରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଦେଖିବାକୁ ମିଳିଛି।ଯାହା ଫଳରେ ଏହି ଗ୍ରାମର ଜନସାଧାରଣ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ରାଜ୍ୟ ଓ କେନ୍ଦ୍ର ସରକାର ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ରହୁଥିବା ପ୍ରତ୍ୟେକ ଗରିବ ଅସହାୟ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ଅନେକ ଯୋଜନା କରି ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା କରିଥିବା ବେଳେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଦୀର୍ଘ ବର୍ଷ ରୁ ଏଠାକାର ଜନସାଧାରଣଙ୍କ ନାଳ ଚୁଆ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ଖରାଦିନ ନାଳ ଚୁଆ ପାଣି ବ୍ୟବହାର କରୁଥିବା ବେଳେ ବର୍ଷା ଦିନ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଥିବା ଗ୍ରାମ ବାସି କହିଛନ୍ତି। ଏହି ଗାଁ ସର୍ବ ମୋଟ ୨୫ ଘର ପରିବାର ବସବାସ କରନ୍ତି। ଏହି ଗାଁ ରେ ପିଇବା ପାଣିର ମୂଖ୍ୟ ସମସ୍ୟା ହେଉଛି। ବିଶୁଦ୍ଧ ପାନୀୟ ଜଳ ସତେ ଯେମିତି ପାର୍କାଡ଼ି ଗ୍ରାମବାସି ଙ୍କ ପାଇଁ ସାତ ସପନ ପାଲଟିଛି। ପାର୍କାଡ଼ି ଗ୍ରାମବାସି ଙ୍କ ପାଇଁ ପାନୀୟ ଜଳ ସମସ୍ୟା କୁ ଦୃଷ୍ଟିରେ ରଖି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମ ବାସି ଦାବି କରିଛନ୍ତି। ନଳକୂପ ନିର୍ମାଣ କରିବାପାଇଁ ଦାବି କରିଛନ୍ତି ୭ ନମ୍ବର ୱାର୍ଡର ମେମ୍ବର ଗଣ୍ଡିସା କହଁର,ନର କହଁର, ସର୍ବେଶ୍ଵର କହଁର, ପ୍ରହଲ୍ଲାଦ ବିନ୍ଧାଣି,ସାବିତ୍ରୀ କହଁର,ପ୍ରୀୟଜିନୀ କହଁର,ପ୍ରଦିପ କହଁର,ମାମିତା ବିନ୍ଧାଣି,ମର୍ଚ୍ଚ କହଁର,ଛୁଇଁଲା କହଁର, ନିଳକଣ୍ଠ କହଁର ସମେତ ପାର୍କାଡି ୪ରିସାହି କଡିପାଗୁ,କଟଢି ସାହି,କାସୁକ୍ଲାଉ ଗ୍ରାମବାସୀ ଦାବି କରିଛନ୍ତି …


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading