କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ଅଞ୍ଚଳର ବଇଲିକିଆ ନିକଟ ପେନୁକେତା ଜଙ୍ଗଲରେ ଦନ୍ତାହାତୀ ବୁଲୁଛି। ଏହୁ ଦନ୍ତାହାତୀ ବୁଲୁଥିବା ଦେଖି ଅଂଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ହାତୀ କୌଣସି କ୍ଷୟକ୍ଷତି କରିଥିବା ଖବର ବର୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ହାତୀଟି ପଡୋଶୀ ବୌଦ୍ଧ ଜିଲ୍ଲାରୁ ଗୋଠଛଡ଼ା ହୋଇ ଚାଲି ଆସିଥିବା ଅନୁ ଅନୁମାନ କରାଯାଉଛି ।
ହାତୀ ଉପରେ ନଜର ରଖା ଯାଇଥିବା କହିଛନ୍ତି ଗୋଚ୍ଛାପଡା ରେଞ୍ଜର ଦିଲ୍ଲୀପ ବିଷୋୟୀ I ସୁରକ୍ଷା ଦୃଷ୍ଟିରୁ ହାତୀକୁ ବିରକ୍ତ ନ କରିବା କିମ୍ବା ତାକୁ ନିଆଁ ହୁଲା ଦେଖାଇ ଘଉଡ଼ାଇବାକୁ ଉଦ୍ୟମ ନକରିବାକୁ ଅଂଚଳବାସୀ ଙ୍କୁ ବନବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ତେଣେ ଚାରି ରୁ ପାଞ୍ଚଦିନ ଧରି ଏହି ଦନ୍ତା ହାତୀ ଟି ଜଙ୍ଗଲରେ ଫାସୀ ରହିଥିବା ବେଳେ ହାତୀକୁ ଘଉଡ଼େଇବା ପାଇଁ ବନବିଭାଗ ଚେଷ୍ଟା ଜାରିରଖିଥିଲେ ମଦ୍ୟ ସମ୍ଭବ ହୋଉପାରୁନାହିଁ I ସେପଟେ ହାତୀ କୁ ଘଉଡ଼େଇବା ପାଇଁ ଗୋଛାପଡା ଅଂଚଳର ଚାରିଦିନ ହେଲା କରେଣ୍ଟ କାଟି ଦିଆଯାଉଥିବାରୁ ଅଂଚଳର ଜନସାଧାରଣ ଙ୍କ ମଧ୍ୟ୍ୟରେ ଅସନ୍ତୋଷ ଦେଖାଦେଇଛି I ଅନ୍ୟପଟେ ଶୀଘ୍ର ହାତୀକୁ ଜଙ୍ଗଲ ରୁ ଘଉଡ଼େଇବା ସହ କରେଣ୍ଟ ନକାଟିବା ପାଇଁ ପ୍ରଶାସନ କୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି I
