କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲାର ଜଣାଶୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଦ୍ୱାରା ପରିଚାଳିତ ଗୋଷ୍ଠି ବେତାର କେନ୍ଦ୍ର “ରେଡିଓ ସ୍ୱାତୀ” ପକ୍ଷରୁ କୁଇ ଭାଷାରେ ଶିକ୍ଷା ଭିତିକ କାର୍ଯ୍ୟକ୍ରମ “ନିପୁଣ ଓଡିଶା” ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାର, ୟୁନିସେଫ୍, ୟଙ୍ଗ ଇଣ୍ଡିଆ ସହଯୋଗରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଜାତୀୟ ଶିକ୍ଷା ନିତୀ ୨୦୨୦ ଆଧାରରେ ଆଦିବାସୀ ପ୍ରବଣ ଅଂଚଳରେ ଶିକ୍ଷା କୁ ସହଜ ଓ ସରଳ କରିବା ନିମନ୍ତେ କୁଇ ଭାଷା ରେ ରେଡିଓ ସ୍ୱାତୀ ମାଧ୍ୟମରେ ପ୍ରସାରଣ ହାତକୁ ନିଆଯାଇଛି । ଶିଶୁ ମାନଙ୍କର ମୈାଳିକ ସାକ୍ଷରତା, ଭାଷା ଓ ସଂଖ୍ୟା ଜ୍ଞାନ କୁ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଧଶ୍ୟ । ମାତୃଭାଷା ରେ ଶିକ୍ଷାଦାନର ଆବଶ୍ୟକତା, ଉପଯୁକ୍ତ ଶୈକ୍ଷିକ ବାତାବରଣ ଓ ଉପଯୁକ୍ତ ଶିକ୍ଷା ଉପଯୋଗୀ ଉପକରଣ ବ୍ୟବହାର ର ଆବଶ୍ୟକତା ସଂପର୍କରେ ଏହି କାର୍ଯ୍ୟକ୍ରମରେ ଧ୍ୟାନ ଦିଆଯାଉଛି । ଫିରିଙ୍ଗିଆ ଓ ଟିକାବାଲି ବ୍ଲକ ଅର୍ନ୍ତଗତ ବାଲନ୍ଦାପଡା, ବାଘଡଙ୍ଗରି, ବୋଉପଙ୍ଗା, ଗୋବରନଳା, କୁସୁପାଜୁ , ଦୋରାପିଡା ଓ ବିଜୁକୁଟି ଆଦି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ରେ ରେଡିଓ ସ୍ୱାତୀ ଦ୍ୱାରା ନିପୁଣ ଓଡିଶା ର ୫ ଟି ଶିକ୍ଷା ଭିତିକ କାର୍ଯ୍ୟକ୍ରମ ର ଅଧ୍ୟାୟ ଗୁଡିକୁ ପିଲାମାନଙ୍କ ମଧ୍ୟରେ ଶୁଣାଇବା ସହ, ବିଭିନ୍ନ ଆଲୋଚନା ଓ ହସ ଖେଳ କାର୍ଯ୍ୟକ୍ରମ କରାଯାଇଛି । ଶିକ୍ଷକ/ଶିକ୍ଷୟତ୍ରୀ, ଅଙ୍ଗନବାଡି କର୍ମୀ, ଅଭିଭାବକ ଏଥିରେ ସକ୍ରିୟ ଅଂଶଗ୍ରହଣ କରିବା ସହ ନିଜର ଅଭିମତ ରେଡିଓ ରେ ପ୍ରକାଶ କରିଥିଲେ । ଆଗାମି ଦିନରେ ବିଦ୍ୟାଳୟ ପରିଚାଳନା କମିଟି, ମାତୃ ଓ ଯାଂଚ କମିଟି କୁ ଏହିକାର୍ଯ୍ୟକ୍ରମ ସହ ଯୋଡିବା ପାଇଁ ସ୍ୱାତୀ ର ସଂପାଦକ ଇଂ ହରିଶଙ୍କର ରାଉତ କହିଥିଲେ । କାର୍ଯ୍ୟକ୍ରମ କୁ ଆଲୋକ ସାମନ୍ତରାଏ, ମାନସ ରଞ୍ଜନ ପ୍ରଧାନ ଓ ଦିପେସ ମହାକୁଡ ପରିଚାଳନା ରେ ସହଯୋଗ କରିଥିବା ବେଳେ ସ୍ୱାତୀ ର ବରିଷ୍ଠ କର୍ମୀ ପ୍ରଦୀପ କୁମାର ସ୍ୱାଇଁ ସଂଯୋଜନା କରିଥିଲେ ।
Discover more from odia.bnslive.in
Subscribe to get the latest posts sent to your email.