କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ଗ୍ରାମ ପଞ୍ଚାୟତ ପବିଙ୍ଗିଆ ଗ୍ରାମସ୍ଥିତ କ୍ୟାଥଳିକ ଚର୍ଚ୍ଚରେ ପୁଣ୍ୟ ଶୁକ୍ରବାର ପର୍ବ ବେସ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଜଗତର ତ୍ରାଣକର୍ତା ଏକ ମାତ୍ର ଈଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତକୁ ପାପମୁକ୍ତ କରିବା ପାଇଁ ଏହିଦିନ କୃଶବିଦ୍ଧ ହୋଇଥିଲେ ଓ ପ୍ରାଣତ୍ୟାଗ କରିଥିଲେ । ଖ୍ରୀଷ୍ଟ ବିଶ୍ୱାସୀମାନେ ଏହି ଦିବସକୁ ପ୍ରଭୁ ଯୀଶୁଙ୍କର ବଳିଦାନ ଦିବସ ରୂପେ ପାଳନ କରିଥାନ୍ତି । ଆଜି ପବିଙ୍ଗିଆ ସ୍ଥିତ କ୍ୟାଥଳିକ ଚର୍ଚ୍ଚର ମୁଖ୍ୟ ଯାଜକ ପ୍ରେମାନନ୍ଦ ନାୟକ ଅଦକ୍ଷତାରେ ପୁଣ୍ୟ ଶୁକ୍ରବାର କୃଶଯାତ୍ରା (କୃଶପଥ)ଏହି କୃଶ ପଥରେ ପ୍ରଥମ ସ୍ଥାନଠାରୁ ଚତୁର୍ଦଶ ସ୍ଥାନ ପର୍ଯ୍ୟନ୍ତ ଅନେକ ବଦାନ୍ୟ ବ୍ୟକ୍ତି ମାନେ ପ୍ରଭୁଙ୍କର ଯାତନା ବିବରଣୀ ପରିବେଷଣ କରିଥିଲେ।ଉକ୍ତ ପବିତ୍ର ପର୍ବ କୁ ଶତାଧିକ ଖ୍ରୀଷ୍ଟବିଶ୍ୱାସୀ, ବିଶ୍ୱାସିନି, ଯାଜକ, ପାଳକ ଓ ଚର୍ଚ୍ଚର କର୍ମକର୍ତାମାନେ ଏକତ୍ରିତ ହୋଇଥିଲେ ।ଏହି ପର୍ବଟିକୁ ବିଭିନ୍ନ ଚର୍ଚ୍ଚରେ ପାଳନ କରିଥିବା ଦେଖିବାକୁ ମିଳିଛି ।
ସମସ୍ତେ ଚର୍ଚ୍ଚରେ ପ୍ରବେଶ କରିବା ପରେ ଆତ୍ମୀୟ ପ୍ରାର୍ଥନା କରିଥିଲେ ।ପରେ ଧର୍ମାଞ୍ଚଳମୁଖ୍ୟ ଯାଜକ ଦିବ୍ୟ କୃଶ ଆରାଧନା ସହିତ ପ୍ରାର୍ଥନା କରିବା ଉତ୍ତାରେ ସମସ୍ତେ ଏକ ସ୍ୱରରେ ପୁଣ୍ୟ ଶୁକ୍ରବାର ଗୀତ ଗାଇବା ସହିତ ସୁସମାଚାର ପାଠ କରିଥିଲେ ।ତତପରେ ପ୍ରଭୁଙ୍କର ଆରାଧନା ଓ ମୁଖ୍ୟ ଯାଜକଙ୍କ ଦ୍ୱାରା ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ସମସ୍ତ ବିଶ୍ୱାସୀ ଓ ବିଶ୍ୱାସିନି ମାନଙ୍କୁ ବାଇବଲ ଶିକ୍ଷା ଦିଆଯିବା ପରେ କୃଶ ଚୁମ୍ବନ କରି ଶେଷ ପ୍ରାର୍ଥନା କରି ଉକ୍ତ ଦିବସର ପ୍ରାର୍ଥନା କାଯ୍ୟକ୍ରମ ସମାପନ କରାଯାଇଥିଲା । ପବିଙ୍ଗିଆ ଧର୍ମାଞ୍ଚଳ ଉପ ଯାଜକ ମାଇକେଲ୍ ବେହେରା ଯୀଶୁଙ୍କ ମୃତ୍ୟୁ ତଥା ଶୁଭ ଶୁକ୍ରବାର ବିଷୟରେ ବାଇବେଲରୁ ଶିକ୍ଷା ଦେଇଥିବା ବେଳେ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷଯାଏ ଉପାସନା ପରିଚାଳନା ମଣ୍ଡଳୀର ଉପ ସଭାପତି ଗାନ୍ଧୀ କହଁର କରିଥିଲେ । ଶେଷରେ ପାଳକ ମାନଙ୍କ ଦ୍ୱାରା ବାକ୍ୟଶିକ୍ଷା ଦିଆଯିବା ପରେ ସମସ୍ତେ ସାମୁହିକ ପ୍ରାର୍ଥନା କରି କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା ।ମଣ୍ଡଳୀ କର୍ମକର୍ତା ମାନଙ୍କ ମଧ୍ୟରେ ସଭାପତି ଛୋଟ ରାୟ ଦିଗାଲ, ପାଳକ ରାହୁଲ ସିଂ, ରିତେଶ କହଁର, ଶିଶିର କହଁର,ନରେଶ କହଁର, ଗୋୖରବ କହଁର, ସୁରେନ୍ଦ୍ର କହଁର, ଶ୍ରାଶାନାଣ୍ଡା ମଣ୍ଡଳୀ ପାଳକ ସଦାନନ୍ଦ ମଳିକ,ଦାମିଙ୍ଗିଆ ମଣ୍ଡଳୀ ସଭାପତି ସୁରେନ୍ଦ୍ର କହଁର ଟାମଟିଙ୍ଗି ମଣ୍ଡଳୀ ସଭାପତି ଡଣ୍ଡେ କହଁର,କାଲାଡି ମଣ୍ଡଳୀ ପ୍ରଚାରକ ପଙ୍କଜ କହଁର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରରୂପେ ତୁଲେଇ ଥିଲେ ।
Discover more from odia.bnslive.in
Subscribe to get the latest posts sent to your email.