ନୂଆଗାଁ ବ୍ଲକ ରେ ପାନୀୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜଳ କଷ୍ଟ

Creat A Revolution
           

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ) ସମସ୍ୟା କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ରେ ଜଳ ସମସ୍ୟା ଦେଖିବାକୁ ମିଳିଛି । ବର୍ତ୍ତମାନ ସାରା ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ସମସ୍ତ ସ୍ଥାନରେ ଜଳ ର ସମସ୍ୟା ଦେଖିବାକୁ ମିଳୁଛି। କିନ୍ତୁ ସରକାର ଙ୍କ ଭିନ୍ନ ଭିନ୍ନ ଯୋଜନାରେ ସାମିଲ ହେଉଛି ଗ୍ରାମ ଯାହାଦ୍ୱାରା ଗ୍ରାମବାସୀ ଙ୍କୁ ସ୍ୱଚ୍ଛ ପାନୀୟ ଜଳ ମିଳିପାରୁଛି ।କିନ୍ତୁ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନୂଆଗାଁ ବ୍ଲକ ସାରଙ୍ଗଡ ପଞ୍ଚାୟତ ର ପାଇବର ଗାଁ ରେ ନୂଆଗାଁ ଓ ସାରଙ୍ଗଡ ଯିବା ରାସ୍ତା କଡ଼ରେ ହିଁ ଏହି ପାଇବର ଗ୍ରାମ କିନ୍ତୁ ଆଜି ବି ଗ୍ରାମବାସୀ ପାନୀୟ ଜଳ ନଥିବାରୁ ସ୍ଥାନୀୟ ବନ୍ଧ କିମ୍ବା ଛୁଆଁ ରୁ ଜଳ ସଂଗ୍ରହ କରି ଜଳ କୁ ଫୁଟାଇ ସ୍ୱଚ୍ଛ ଭାବ ରେ ପରିଣତ କରି ପିଇବା ଯୋଗ୍ୟ କରିଥାନ୍ତି ।କିନ୍ତୁ ଘରର ଅନ୍ୟ କାର୍ଯ୍ୟ ନିମନ୍ତେ ଗ୍ରାମ ରେ ନଳକୂଅ ରୁ ଜଳ ସଂଗ୍ରହ କରିଥାନ୍ତି ।ଯାହା କି ବିଶୁଦ୍ଧ ପାନୀୟ ଜଳ ଏହି ବାବଦରେ କନିଷ୍ଠ ଯନ୍ତ୍ରୀ ଉତ୍ତର ରଖିଥିଲେ ସେହି ଗ୍ରାମ ରେ ନଳକୂଅ ଚାରୋଟି ଅଛି ଓ ମେଘାପାନୀୟ ଜଳ ଯୋଗାଣ ରେ ସାମିଲ ହୋଇଛି ଗ୍ରାମ ଆମ ପ୍ରତିନିଧି ବି ଦେଖିଥିଲେ ।ସେହି ଗ୍ରାମ ର ଉପରେ ଥିବା କାଣିସରୁ ଗ୍ରାମରୁ ପ୍ଲାଷ୍ଟିକ ପାଇପ ପଡିଛି ସତ କିନ୍ତୁ ସେହିଠି ଜଳ ଆସୁନି ତେବେ ରାସ୍ତା କଡ଼ରେ ଥିବା ଏହି ଗ୍ରାମ କେମିତି କାହା ନଜରକୁ ଆସୁନି ନା ଜାଣିଶୁଣି ସବୁ ଚୁପ ଅଛନ୍ତି ।ତେବେ ଦେଖିବାକୁ ବାକି ରହିଲା ପାଇବର ଗ୍ରାମରେ ଶୁଦ୍ଧ ପାନୀୟ ଜଳ ସମସ୍ୟା କେବେ ଦୂରୀକରଣ ହେଉଛି


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading