କନ୍ଧମାଳ – : (ମୃତ୍ୟୁଞ୍ଜୟ ଦିଗାଲ)ଡକାୟତଙ୍କୁ ଧରିବାରେ ତୁମୁଡିବନ୍ଧ ପୋଲିସର ସଫଳତା I ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ରବିବାର ସକାଳୁ ସକାଳୁ ପୂଣି ଏକ ଡକାୟତ ଦଳକୁ ମାତ୍ର ୨ ରୁ ୩ ଘଣ୍ଟା ଭିତରେ କାବୁ କରି ନିଜର ସାମର୍ଥ୍ୟ ପ୍ରତିପାଦନ କରିଛି ତୁମୁଡିବନ୍ଧ ପୋଲିସ l ରବିବାର ରାତି ପ୍ରାୟ ୩ ଟା ସମୟରେ ତୁମୁଡିବନ୍ଧ ଜଳେଶପଟ୍ଟା ନିକଟସ୍ଥ ରାହୁଳ ନଦୀ ପୋଲ ଉପରେ ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ତୁମୁଡିବନ୍ଧ ପୋଲିସ l କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଠିକାଦାରଙ୍କ ନିକଟରୁ ଏକ ହ୍ୟୁଣ୍ଡାଇ କ୍ରେଟା ଗାଡ଼ି, ଏକ ଲକ୍ଷ ଟଙ୍କା ଏବଂ ଦେଢ଼ ଲକ୍ଷ ଟଙ୍କାର ଏକ ଆଇଫୋନ ବନ୍ଧୁକ ମୁନରେ ଲୁଟି ଚମ୍ପଟ ମାରୁଥିଲେ ଏହି ୫ ଜଣିଆ ଡକାୟତ ଦଳ l ତେବେ ତୁମୁଡିବନ୍ଧ ପୋଲିସ ଖବର ପାଇ ତୀକ୍ଷ୍ଣ ନଜର ରଖି ପେଟ୍ରୋଲିଙ୍ଗ ଜାରୀ ରଖିଥିଲା l ଶେଷରେ ଜଳେଶପଟ୍ଟା ରାହୁଳ ନଦୀ ପୋଲରେ ଡକାୟତ ଦଳର ଗୋଟିଏ ମହିନ୍ଦ୍ରା ଏକ୍ସୟୁଭି ୫୦୦ ଗାଡ଼ି ଏବଂ ଚୋରୀ ହୋଇଥିବା କ୍ରେଟା ଗାଡ଼ି ଜବତ କରିବାରେ ସଫଳ ହୋଇଛି ତୁମୁଡିବନ୍ଧ ପୋଲିସ l ଏହି ସଂକ୍ରାନ୍ତରେ ବାଲିଗୁଡ଼ା ଏସଡିପିଓ ଆଇପିଏସ ରାମେନ୍ଦ୍ର ପ୍ରସାଦ ତୁମୁଡିବନ୍ଧ ଥାନାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଗିରଫ ଡକାୟତ ମାନଙ୍କ ମଧ୍ୟରେ ସାରଙ୍ଗଡ଼ ଥାନା ଅନ୍ତର୍ଗତ ଗଂଦରୀଗାଁ ର ରଞ୍ଜନ ପ୍ରଧାନ ହୋଇଥିବା ବେଳେ ସୁଧାଂଶୁ ବାଗ, ପ୍ରତୀକ ହଂସ ଏବଂ ସଂଗ୍ରାମ ପାତ୍ର ବାଲିଗୁଡ଼ା ଥାନା ନୁଆସାହି ଗ୍ରାମର ଏବଂ ଗଉରା ଗୌଡ଼ ବାଲିଗୁଡ଼ା ଥାନା ତଗାକିଆ ଗ୍ରାମର ବୋଲି ସ୍ପଷ୍ଟ ପରିଚୟ ମିଳିଛି l ଏମାନଙ୍କ ଠାରୁ ଗୋଟିଏ କ୍ରେଟା ଗାଡ଼ି, ଆଇଫୋନ ଗୋଟିଏ, ଏକ ଲକ୍ଷ ଟଙ୍କା ନଗଦ, ଗୋଟିଏ ବନ୍ଧୁକ, ଗୋଟିଏ ଏଇର ପିସ୍ତଲ,ଦୁଇଟି କଟି, ପାଞ୍ଚଟି ମୋବାଇଲ ଫୋନ, ପାଞ୍ଚଟି କଳା ମାସ୍କ ଏବଂ ଗୋଟିଏ ଏକ୍ସୟୁଭି ୫୦୦ ଗାଡ଼ି ଜବତ କରାଯାଇଛି l ଅଧିକ ତଦନ୍ତ ଜାରୀ ରହିଛି ଅନ୍ୟ କେଉଁମାନେ ସଂଶ୍ଲିଷ୍ଟ ତାହା ଖୁବ ଶୀଘ୍ର ଜଣାପଡିବ ବୋଲି ଏସଡିଓ ଆଇପିଏସ ରାମେନ୍ଦ୍ର ପ୍ରସାଦ ସୂଚନା କରିଛନ୍ତି
Discover more from odia.bnslive.in
Subscribe to get the latest posts sent to your email.