କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ ) କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ପରିସର ସଭାଗୃହ ଠାରେ ସୋମବାର ଦିନ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ରୁତୁରାଜ ପ୍ରତ୍ୟେକ ବ୍ଲକ ଯାଇ ଅଞ୍ଚଳର ସମସ୍ୟା ଗୁଡ଼ିକର ଅଭିଯୋଗ ଗ୍ରହଣ କରି ସମାଧାନ କରିବାକୁ ଚେଷ୍ଟା କରୁଥିବାବେଳେ ଆଜି ଖଜୁରୀପଡା ଅଞ୍ଚଳର ଜନସାଧାରଣ ମାନଙ୍କ ସମସ୍ୟା ବୁଝିଛନ୍ତି । ଏହି ଶିବିରରେ ସମୁଦାୟ ୨୨ ଟି ଅଭିଯୋଗ ପଞ୍ଜୀକୃତ ହୋଇ ଥିବା ବେଳେ ସେଥିମଧ୍ୟରୁ ବ୍ୟକ୍ତି ଗତ ଅଭିଯୋଗ ୧୮ ଗୋଟି ଓ ସାମୁହିକ ଅଭିଯୋଗ ୪ ଟି ରହିଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଉପଜିଲ୍ଲାପାଳ ଭିକାରୀ ସାହୁ, ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହୀନିପତି, ତହସିଲଦାର ଶୁଭଶ୍ରୀ ରଥ, ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଉପସ୍ଥିତ ଥିବା ବେଳେ ବ୍ଲକର ସମସ୍ତ ବିଭାଗ ଅଧିକାରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ ।
Discover more from odia.bnslive.in
Subscribe to get the latest posts sent to your email.