କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ବର୍ତ୍ତମାନ ଆଧାର କାର୍ଡ ବିନା କୌଣସି କାର୍ଯ୍ୟକ୍ଷମ ହେଉନାହିଁ ।ପାଠ ପଢ଼ା ହେଉ କିମ୍ବା ଚାକ୍ରି କ୍ଷେତ୍ର ହେଉ ବା ଦୁର ଯାତ୍ରା ପାଈଁ ଆଧାର କାର୍ଡ ଆବଶ୍ୟକ ହୋଇଥାଏ ।ଏଣୁ ଏହାପ୍ରତି ଲୋକେ ସଜାଗ ରହିଥାନ୍ତି ପୁଣି ଆଧାର କାର୍ଡରେ କୌଣସି ଲେଖା ଭୁଲ୍ ଥିଲେ ଲୋକେ ଆଧାର କେନ୍ଦ୍ରକୁ ଯାଇଥାଆନ୍ତି ।ସେହି ସମୟରେ ସାଧାରଣ ଲୋକ ଆଧାର ସଂଶୋଧନ, ଆଧାର ଅପଡେଟ୍, ନୂତନ ଆଧାର କାର୍ଡ ସେବା କେନ୍ଦ୍ରରେ ପ୍ରବଳ ମାତ୍ରାରେ ଭିଡ଼ ଜମୁଥିବାର ଦେଖିବାକୁ ମିଳୁଛି। ଏହାର ସୁଯୋଗ ଦେଖି ଦାରିଙ୍ଗବାଡି ବ୍ଲକ୍ ପରିସରରେ ଥିବା ଆଧାର ସେବାକେନ୍ଦ୍ରର ମାଲିକ ମାଲାମାଲ୍ ହେଉଛନ୍ତି I ସାଧାରଣ ଗ୍ରାହକ ମାନଙ୍କଠାରୁ ଏତେ ମାତ୍ରାରେ ଅର୍ଥ ଲୁଟୁଛନ୍ତି ଯେଉଁ କାର୍ଯ୍ୟ ଶହେ ଟଙ୍କା ନେବା କଥା ସେହି ସ୍ଥାନରେ ଦୁଇଶହ ପଚାଶ ଟଙ୍କା ସେବା କେନ୍ଦ୍ର ମାଲିକ ନେଉଛନ୍ତି I ସରକାର୍ ଗାଈଡ୍ ଲାଇନ୍ ଅନୁଯାୟୀ ଶହେ କୋଡ଼ିଏ ଟଙ୍କାରୁ ଶହେ ପଚାଶ ଟଙ୍କା ନେବା କଥା କିନ୍ତୁ ଦାରିଙ୍ଗବାଡି ବ୍ଲକ୍ ପରିସରରେ ଥିବା ଆଧାର ସେବା କେନ୍ଦ୍ରରେ ଆଧାର ସଂଶୋଧନ ଆଧାର ଅପଡେଟ ମୋବାଇଲ ନମ୍ୱର୍ ସଂଯୋଗ ଏ ସମସ୍ତ କାର୍ଯ୍ଯ ପାଈଁ ତିନିଗୁଣ ଅର୍ଥ ଦେବାକୁ ପଡ଼ୁଛି ସାଧାରଣ ଗ୍ରାହକଙ୍କୁ ଏଭଳି ବେ ନିୟମରେ ଚାଲିଥିବା କାର୍ଯ୍ୟ କେବେ ସୁଧାରି ହେବ I ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳୁଛି ଦାରିଙ୍ଗବାଡି ବ୍ଲକ୍ ପରିସରରେ ଥିବା ଆଧାର ସେବା କେନ୍ଦ୍ର ଗୁଡିକରେ ଏଣୁ ସଧାରଣ ଲୋକଙ୍କ ପ୍ରତି ଦୟା ଦେଖେଇ ଏହି ସମସ୍ୟା ଶିଘ୍ର ସମାଧାନ କରାଯାଉ ବୋଲି ସର୍ବ ସଧାରଣ ଲୋକ ଦାବି କରିଛନ୍ତି I
ଆଧାର ସେବାକେନ୍ଦ୍ରରେ ଅ ନିୟମିତ ରେ ଚାଲିଛି ଅର୍ଥ ଆଦାୟ ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକେ
Creat A Revolution
