କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାର କୁଇ ସମାଜ ସେବା ସମିତି ଅଧିନରେ କାର୍ଯ୍ୟ କରୁଥିବା ଷଡମୁଠା କୁଇ ସମାଜ ସେବା ସମିତି ବାର୍ଷିକ ସାଧାରଣ ଉତ୍ସବ ଉପଲକ୍ଷେ ପ୍ରଥମ ଆଦିବାସୀ କ୍ରିକେଟ କପ୍ ଉଦଘାଟିତ । ସୂଚନା ପ୍ରକାରେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଷଡମୁଠା ଶାଖା କୁଇ ସମାଜ ସେବା ସମିତି ବାର୍ଷିକ ସାଧାରଣ ଉତ୍ସବ ଉପଲକ୍ଷେ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ପ୍ରୟାସରେ ଆଜି ପ୍ରଥମ ଆଦିବାସୀ କ୍ରିକେଟ କପ୍ ଉଦଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଡାସିପଡା ସରପଞ୍ଚ ଶ୍ରୀ ବ୍ରଜମୋହନ କହଁର ଯୋଗଦେଇ ଉଦ୍ ଘାଟନ କରିଥିବା ବେଳେ ଏଥିରେ ଷଡମୁଠା ଶାଖା ସଭାପତି ଶ୍ରୀ ଭାଗୀରଥି କହଁର, କୁଇ ସମାଜ ଯୁବ ପରିଷଦ କ୍ରୀଡ଼ା ସଭାପତି ସୁଜିତ୍ କୁମାର ମଲିକ, କୁଇ ସମାଜ ଯୁବ ପରିଷଦ ସମ୍ପାଦକ ଶ୍ରୀ ଅଚ୍ୟୁତ ଯାନୀ, ଷଡମୁଠା ଶାଖା ଉପସଭାପତି ଶ୍ରୀ ବିଚିତ୍ରବ୍ୟର୍ଯ୍ୟ ପ୍ରଧାନ,ସହସମ୍ପାଦକ ଗୋକୁଳ ପାତ୍ର, ସାନ୍ଦୁମେଣ୍ଡି ଉପଶାଖା ସଭାପତି ଭୃଙ୍ଗରାଜ ମଲିକ,ବିଦୁମେଣ୍ଡି ଉପଶାଖା ସମ୍ପାଦକ ବାନ୍ଦୁ କହଁର, ବାକାମେଣ୍ଡି ଉପଶାଖା ସଭାପତି ବନମାଳୀ ପ୍ରଧାନ, ସମ୍ପାଦକ ସୁଶାନ୍ତ କହଁର,ଗୁମାଲ ମେଣ୍ଡି ଉପଶାଖା ସଭାପତି ସୁଧାକାର କହଁର ସମେତ ଶାଖାର ବୁଦ୍ଧିଜୀବି ଓ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଏହି କ୍ରିକେଟ ପ୍ରତିଯୋଗିତା ୮ଟି ଦଳକୁ ନେଇ ଆୟୋଜିତ କରାଯାଇଥିବାବେଳେ ଏହା ତିନି ଦିନ ଧରି ଚାଲିବ ।
Discover more from odia.bnslive.in
Subscribe to get the latest posts sent to your email.