ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ବିକଳାଙ୍ଗ ପରିବାର ।

Creat A Revolution
           

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା଼ଗାଁ ପଂଚାୟତ ଅନ୍ତର୍ଗତ ଟେଲା ପାଲି ଗ୍ରାମର ଶିବାଜୀ ରଣା (୫୩)ଜନ୍ମରୁ ଅନ୍ଧ ହୋଇଥିବା ବେଳେ ସ୍ତ୍ରୀ ସୁନ୍ଦରୀ ରଣା (୪୭)ମଧ୍ୟ ମାନସିକ ବିକଳାଙ୍ଗ । ତାଙ୍କ ଗୋଟିଏ ବୋଲି ଝିଅ କାଜଲ ରଣା(୧୮) ମଧ୍ୟ ଭିନ୍ନକ୍ଷମ । ଏହି ଭିନ୍ନକ୍ଷମ ପରିବାରକୁ ଅନେକ ବର୍ଷ ତଳେ ଏକ ଇନ୍ଦିରା ଆବାସ ଘର ମିଳିଥିଲା । ତାହା ଏବେ ଦୟନୀୟ ଅବସ୍ଥାରେ । ଟିଣ ସବୁ ଫାଟି ଯାଇଥିବା ଘର ଭିତରୁ ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନ ଦେଖାଯାଉଛି । କହିବାକୁ ଗଲେ ଖରା ଦିନରେ ସୂର୍ଯ୍ୟଙ୍କ ପ୍ରଖର କିରଣ ଛିଦ୍ର ସବୁ ଦେଇ ଭିତରେ ପଶୁଥିବା ବେଳେ ବର୍ଷାଦିନରେ ଛାତରୁ ପାଣିପଶି ଚଟାଣ ସମ୍ପୂର୍ଣ୍ଣ କାଦୁଅ ହୋଇ ଯାଉଥିବାରୁ ପରିବାର ଖରା ଓ ବର୍ଷା ସମୟରେ ବଡ଼ ହଇରାଣ ହେଉଛନ୍ତି। ଅନ୍ୟ ପଟେ ଘର ଅତି ପୁରୁଣା ହୋଇଥିବାରୁ ଘର କାନ୍ଥ ସବୁ ଫାଟି ଆଁ କଲାଣି । କେତେବେଳେ ଯେ ଭୁଶୁଡି ପଡିବ କହି ହେବ ନାହିଁ। ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଭଙ୍ଗା ଘରେ ଦିନ କାଟୁଛନ୍ତି ଏହି ଭିନ୍ନକ୍ଷମ ପରିବାର ହେଲେ ପ୍ରଶାସନ ଆଖିକୁ ଏ ପରିବାର ର ଦୁଃଖ ଦେଖାଯାଉନି। ଧନୀ ଓ ମଧ୍ୟବିତ୍ତ ପରିବାର ମାନଙ୍କୁ ଗରିବ ଅସହାୟ ଶ୍ରେଣୀରେ ସାମିଲ କରି ଘର ଉପରେ ଘର ଯୋଗେଇ ଦେଉଛନ୍ତି ସିନା, ଶିବାଜୀ ଙ୍କ ଭଳି ନିରୀହ, ଭିନ୍ନକ୍ଷମ ପରିବାର କୁ ଘର ଖଣ୍ଡେ ଯୋଗେଇ ଦେବାକୁ ଅସମର୍ଥ । ନା ସେମାନେ ସେଇ ଘରେ ସୋଇ ପାରୁଛନ୍ତି, ନା ବସି ପାରୁଛନ୍ତି । ଭିନ୍ନକ୍ଷମ ହିସାବରେ ବାପଝିଅ ଓ ସ୍ତ୍ରୀ ଙ୍କୁ ଭତ୍ତା ଟଙ୍କା ମିଳୁଛି ।ଅନ୍ୟପଟେ ସ୍ତ୍ରୀ ସୁନ୍ଦରୀ ଏଘର ସେଘର ବୁଲି ଅନ୍ୟ ମୂଳ ଲାଗି ଯାହା କିଛି ବି ଧରିକି ଆସୁଛି ସେଥିରେ ୩ ପ୍ରାଣୀଙ୍କ ପେଟ ପାଇଁ ଦାନାର ଯୋଗାଡ଼ କରୁଛନ୍ତି । ଦିନହୀନ ଶିବାଜୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଅନେକ ଥର ଆବେଦନ କରିଥିଲେ ମଧ୍ୟ ପ୍ରଶାସନ ଶିବାଜୀଙ୍କ ପରିବାର ପାଇଁ ଘର ଖଣ୍ଡେ ଯୋଗେଇ ଦେଉନାହାନ୍ତି ।ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ଓ ବିଡ଼ିଓ ଙ୍କ ନିକଟକୁ ବାରମ୍ବାର ଘର ଆଶାରେ ଦୌଡ଼ିଛନ୍ତି ହେଲେ ପ୍ରଶାସନିକ ଅଧିକାରୀ ମାନେ ସେକେଣ୍ଡ ଲିଷ୍ଟ ରେ ଆସିବ କହି କହି ଠକି ଚାଲିଥିବା ଶିବାଜୀ ଦୁଃଖର ସହ ପ୍ରକାଶ କରିଛନ୍ତି । ବର୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ ଏହି ଅସହାୟ ପରିବାର ପାଇଁ କେବେ ଛାତ ଯୋଗାଉଛି । ଏନେଇ ଡିଣ୍ଡିରା଼ଗାଁ ପଂଚାୟତର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଝୁଲିଲତା ସାହୁଙ୍କୁ ପଚାରିବାରୁ ସେ ଅନ୍ତୋଦୟ ଓ ପିଏମଏଯାଇ ସର୍ବେ ହୋଇଛି, ତେଣୁ ସେକେଣ୍ଡ ଲିଷ୍ଟ ଆସିଲେ ତାଙ୍କେ ଘର ପାଇଯିବେ ବୋଲି କହିଛନ୍ତି । ପ୍ରକାଶ ଥାଉକି, ଡିଣ୍ଡିରା଼ଗାଁ ଗ୍ରାମ ପଂଚାୟତର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧ୍ୟ ଜଣେ ଭିନ୍ନକ୍ଷମ ମହିଳା । ସେ ଭିନ୍ନକ୍ଷମ ଥିବା ବାହାନା କରି ପଂଚାୟତର କୌଣସି ବି ଗ୍ରାମକୁ ବ୍ୟକ୍ତିଗତ ଭାବେ ପରିଦର୍ଶନ କରନ୍ତି ନାହିଁ । ୱାର୍ଡ ସଭ୍ୟ ଓ ଗାଁ ସାଥି (ମେଟ )ମାନେ ଯାହାବି ସୂଚନା ଦିଅନ୍ତି ତାକୁ ନେଇ କାର୍ଯ୍ୟ କରିଆସୁଛନ୍ତି ।ଯାହାର ପରିଣାମ ସ୍ୱରୂପ ଆଜି ବି ପଂଚାୟତରେ ଅନେକ ଯୋଗ୍ୟ ହିତାଧିକାରୀ ବିଭିନ୍ନ ଯୋଜନାରୁ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି । ତେଣୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜେ ଘଟଣା ସ୍ଥଳରେ ପହଂଚି ଉପଯୁକ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ଯୋଜନା ସବୁରେ ସାମିଲ କରିବାକୁ ସାଧାରଣରେ ଦାବୀ ହେଉଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading