କୁଈସମାଜ ସେବା ସମିତି ଫୁଲବାଣୀର ବାର୍ଷିକ ସାଧାରଣ ଉତ୍ସବ

Creat A Revolution
           

କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲାର ପୁରାତନ ସଂଗଠନ କୁଇ ସମାଜ ସେବା ସମିତି ଫୁଲବାଣୀର ବାର୍ଷିକ ସାଧାରଣ ଉତ୍ସବ -୨୦୨୫ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ପୁରାତନ ସଂଗଠନ କୁଇ ସମାଜ ସେବା ସମିତି ଫୁଲବାଣୀର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କଲେଜ ନିକଟସ୍ଥ ରାସ୍ତାକଡ଼ ଫିରିଙ୍ଗିଆ ବ୍ଲକ ସାଂସ୍କୃତିକ ଗୃହ ସାମ୍ନାରେ ବାର୍ଷିକ ସାଧାରଣ ଉତ୍ସବ ୧୦ ଓ ୧୧ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଜି ଉଦୟଗିରି ପୂର୍ବତନ ବିଧାୟିକା ତଥା ସାସଂଦ ପ୍ରତିନିଧି ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ମୁଖ୍ୟ ବକ୍ତା ରୂପେ ଏନ୍ ଆଇ ସି ଭୁବନେଶ୍ଵର ଉପ ପ୍ରବନ୍ଧକ ମନୋଜ କୁମାର ପ୍ରଧାନ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ଅବସରପ୍ରାପ୍ତ ବରିଷ୍ଠ ସରକାରୀ ଅଧିକାରୀ ଶ୍ରୀଯୁକ୍ତ ରାଘବ ମଲିକ, ବଲାଙ୍ଗୀର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଗୁଣନିଧି ମଲିକ ଯୋଗଦେଇ ଥିଲେ। ଠାକୁର ସ୍ଥାପନା କରାଯାଇ ଉଦ୍ ଘାଟନ କରାଯାଇଥିଲା । କୁଇ ସମାଜ ସେବା ସମିତି ସମ୍ପାଦକ ଅବନୀ କୁମାର କହଁର, ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କୁମାର କହଁର, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, କୁଇ ସମାଜ ଯୁବ ପରିଷଦ ସଭାପତି ଦେବାଶିଷ କହଁର,ଫିରିଙ୍ଗିଆ ଶାଖା ସଭାପତି ମୁକୁନ୍ଦ କହଁର, ସମ୍ପାଦକ ଏସିଆ କହଁର,ଗୋଛାପଡା ଶାଖା ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର କହଁର, ବାରପଲ୍ଲୀ ଶାଖା ସଭାପତି କୃଷ୍ଣଚନ୍ଦ୍ର କହଁର ଓ ଉପଶାଖା କର୍ମ କର୍ତ୍ତା ଉପସ୍ଥିତ ଥିବା ଅତିଥି ମାନଙ୍କୁ ନେଇ ସାଙ୍ଗଠନିକ ଆଲୋଚନା କରାଯାଇଥିଲା । ଦିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ, ମୁଖ୍ୟ ବକ୍ତା ରୂପେ ମିହିର ଚାନ୍ଦ ମଲିକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ କୁଇ ସମାଜ ସମ୍ମନୟ ସମିତି କନ୍ଧମାଳ ସଭାପତି ଭାସ୍କର ପ୍ରଧାନ,ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍ମିତା କହଁର, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମଲିକ, ସ୍ୱତନ୍ତ୍ର ଜମି ବନ୍ଦୋବସ୍ତ ଅଧିକାରୀ ରବିନ୍ଦ୍ରନାଥ କହଁର, କୁଇ ମହିଳା ସମାଜ ସଭାନେତ୍ରୀ ଶ୍ରୀମତୀ ସଂଘମିତ୍ରା ପ୍ରଧାନ,କୁଇକୁଳ ସମିତି ବାଲିଗୁଡା କାର୍ଯ୍ୟକାରିଣୀ ସଦସ୍ୟ ମାଧବ ପ୍ରଧାନ ଯୋଗଦେଇ ଥିଲେ । ଜିଲ୍ଲାର କୁଇ ଜାତିରେ ବିଭିନ୍ନ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ଓ ଆର୍ଥିକ ବିକାଶ କିପରି ହେବ ସେଥିପାଇଁ ଯୋଗଦେଇ ଥିବା ଅତିଥି ଓ କର୍ମ କର୍ତ୍ତା ମାନେ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ କୁଇ ସମାଜ ସେବା ସମିତି ମୁଖ୍ୟ ସଭ୍ୟ ଗୈାତମ ପ୍ରଧାନ, ସମ୍ପାଦକ ଅବନୀ କୁମାର କହଁର, ସହସମ୍ପାଦକ ତଥା କୁଇ ସମାଜ ଯୁବ ପରିଷଦ ସମ୍ପାଦକ ଅଚ୍ୟୁତ ଯାନୀ, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, କୁଇ ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କୁମାର କହଁର, ନାରୀ ସଭାନେତ୍ରୀ ସୌଦାମିନୀ କହଁର, କାର୍ଯ୍ୟକାରୀଣି ସଦସ୍ୟ ପଞ୍ଚାନନ କହଁର, ବିଶ୍ବମ୍ବର ପ୍ରଧାନ ଓ ୧୭ ଗୋଟି ଶାଖାର ସଭାପତି , ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ । କୁଇ ସାଂସ୍କୃତିକ ପରିବେଷଣ କରାଯାଇଥିଲା ତଦ୍ ସହିତ ସାଂସ୍କୃତିକ ଦଳ ଓ ବିଭିନ୍ନ ଶାଖାର ସଫଳ ଚାଷୀ, ଚଳିତବର୍ଷ ମାଟ୍ରିକ ପରୀକ୍ଷା ସର୍ବାଧିକ ନମ୍ବର,ସଫଳ ବ୍ୟବସାୟୀ, କୁଇ ପରମ୍ପରା ଅନୁସରଣ ପରି ବ୍ୟକ୍ତି ମାନଙ୍କୁ ମାନପତ୍ର ଓ ପ୍ରଶସ୍ତି ପତ୍ର ପ୍ରଦାନ କରାଗଲା । ମଞ୍ଚ ପରିଚାଳନା ଶ୍ରୀ ବିଶ୍ବମ୍ବର ପ୍ରଧାନ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ହଜାର ହଜାର କୁଇ ଭାଈ ଭଉଣୀ ବାପା ମାଁ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading