ଟିକିଏ ବର୍ଷା ରେ ଘରେ ପଶୁଛି ପାଣି,ବର୍ଷ ବର୍ଷ ଧରି ସଫା ହେଉନି ତୁମୁଡିବନ୍ଧ ମାର୍କେଟ ଡ୍ରେନରିପୋର୍ଟ

Creat A Revolution
           

ତୁମୁଡିବନ୍ଧ -:(ସିମାଞ୍ଚଳ ସାହୁ) ସ୍ଵଚ୍ଛ ଭାରତ ଅଭିଯାନ ରେ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିବା ବେଳେ କେବଳ ଫଟୋ ଉଠାଇ ସ୍ଵଚ୍ଛ ଭାରତ କରୁଥିବା ଦେଖାଦେଇଛି ତୁମୁଡ଼ିବନ୍ଧ ବ୍ଲକ ରେ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ତୁମୁଡିବନ୍ଧ ମୁଖ୍ୟ ବଜାର ଉଭୟ ପାର୍ଶ୍ୱ ରେ ଥିବା ଡ୍ରେନ ବହୁ ବର୍ଷ ହେଲା ସଫା ହୋଇନଥିବା ଦେଖାଦେଇଛି। ବହୁଦିନ ଧରି ସଫା ହୋଇନଥିବା ହେତୁ ଡ୍ରେନ୍ ଗୁଡିକ ଜାମ୍ ହୋଇ ରହିଛି । ଯାହାଦ୍ୱାରା ଟିକେ ବର୍ଷା ହେଲେ ସେହି ଡ୍ରେନର ଅଳିଆ ଆବର୍ଜନା ଓ ପାଣି ଉଭୟ ପାର୍ଶ୍ଵରେ ଥିବା ଘରେ ପଶି ଆସବା ପତ୍ର ମଧ୍ଯ ନଷ୍ଟ ହେଉଛି । ତେବେ ଏହି ବାବଦରେ ଗୋଷ୍ଠୀ ଉନୟନ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ଏ କାମ ଆମର ନୂହେଁ, ଏହି କାମ ପୂର୍ତ୍ତ ବିଭାଗ ବା ପଞ୍ଚାୟତ ର ବୋଲି କହିଥିଲେ। ତଥ୍ ସହିତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଗ୍ନେଶ୍ୱର ଦିଗାଲ ଙ୍କୁ ପଚାରିବାରୁ ସେ ବ୍ଲକ ପ୍ରଶାସନ ଉପରେ ଦୋଷ ଢ଼ାଳିବା ସହିତ ଏହି କାର୍ଯ୍ୟ ପୂର୍ତ୍ତ ବିଭାଗ ର ବୋଲି ମଧ୍ୟ ଉତ୍ତର ରଖିଥିଲେ ଅନ୍ୟ ପକ୍ଷରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥଲା ।ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ଏଥି ପାଇଁ ଆସୁଥିବା ବେଳେ ସେହି ଅର୍ଥ କେଉଁ ଆଡ଼େ ଯାଉଛି ତାହା ସାଧାରଣରେ ଆଲୋଚନା ର ବିଷୟ ପଲଟିଛି। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପ୍ରଶାସନ ର ନିଦ ଭାଙ୍ଗୁଛି ନା ଏମିତି ଜଣେ ଅନ୍ୟ ଉପରେ ଦୋଷ ଢ଼ାଳି ଚୁପ୍ ବସିଯିବେ ।ତେବେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଯଥାଶୀଘ୍ର ଏହାର ସମାଧାନ ନକରାଗଲେ ରାଜ ରାସ୍ତା କୁ ଓଲାଇ ଆସିବେ ବୋଲି ଚେତାବନୀ ଦେଇଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading