ଖଜୁରୀପଡ଼ା -:(ଅଚ୍ୟୁତ ଜାନୀ) କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକଙ୍କ ଛାତ୍ରଛାତ୍ରୀ ଶିକ୍ଷାର ଉନ୍ନତି ନିମନ୍ତେ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହେବାପରେ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ ବିଭିନ୍ନ ପାହାଡ଼ିଆ, ଉପାନ୍ତ ଅଞ୍ଚଳକୁ ଯାଇ ଲୋକମାନଙ୍କର ସୁଖ ଦୁଃଖ ଓ ସୁବିଧା ଅସୁବିଧା ବିଷୟରେ ଆଲେଚନା କରି ଲୋକ ମାନଙ୍କର ସମସ୍ୟା ବୁଝି ଜନସାଧାରଣଙ୍କ ନିକଟତର ହେଉଥିବା ବେଳେ ବୁଧବାର ଦିନ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକନା ଗାଁ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରି ଶିକ୍ଷକ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଅନୁଧ୍ୟାନ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢି ବିଦ୍ୟାଳୟର ନା ରଖିବା ସହିତ ଭବିଷ୍ୟତ ବଡ ମଣିଷ ହେବା ପାଇଁ ପ୍ରେରଣା ଦେଇଥିଲେ । ବିଧାୟକଙ୍କର ଏପରି କାର୍ଯ୍ୟକଳାପ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବି ମହଲରୁ ପ୍ରଶଂସା କରୁଥିବା ଜଣାପଡ଼ିଛି ।
Discover more from odia.bnslive.in
Subscribe to get the latest posts sent to your email.