ବନ ମହୋଉତ୍ସବ ସପ୍ତାହ ଓ ୨୦୨୫ ସବୁଜବନାନୀ ସମ୍ମାନ ପ୍ରଦାନ ଅନୁଷ୍ଠିତ

Creat A Revolution
           

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) -: ସୂଚନା ମୁତ୍ତାବକ, ବାଙ୍କୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଯୁବପରିଷଦ ଅନୁକୂଲ୍ୟରେ ବନ ମହୋଉତ୍ସବ ସପ୍ତାହ ପାଳନ ଅବସରରେ ଆଜିବାଙ୍କୀ ସ୍ଵଂୟଶାସିତ ମହାବିଦ୍ୟାଳୟ ନୂତନ ଦୃଶ୍ୟଶ୍ରାବ ଗୃହଠାରେ ସବୁଜ ବନାନୀସଂମ୍ମାନ ୨୦୨୫ ପ୍ରଦାନ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ | ବନ ମହୋଉତ୍ସବ ସପ୍ତାହ କାର୍ଯ୍ୟକ୍ରମକୁ ପଣ୍ଡିତ ମନୋଜ କୁମାର ରାଉତ ସଂଞ୍ଚାଳନ କରିଥିଲେ | ଏହି ଅବସରରେ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସବୁଜବନାନୀ ପୁରସ୍କାର ପ୍ରଦାନ କରିବାସହିତ ପରିବେଶ ସମ୍ମନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା | ମୁଖ୍ୟଅତିଥି ରୂପରେ ଶିକ୍ଷାବିତ୍ ଓ ସଂସ୍କୃତିପ୍ରେମୀ ପ୍ରଫେସର ଡ଼ା A S K କାଲିମୁଲା ଯୋଗଦାନ କରି ବୃକ୍ଷରୁ ହିଁ ଅମ୍ଳଜାନ ମିଳିଥାଏ ଓ ଅମ୍ଳଜାନ ର ବିକଳ୍ପ କିଛିନାହିଁ ବୋଲି କହିଥିଲେ |

ତେଣୁ ସମସ୍ତବ୍ୟକ୍ତି ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି ବୋଲି ଡ଼ା କାଲିମୁଲା ଆହ୍ୱାନ ଦେଇଥିଲେ | ମୁଖ୍ୟବକ୍ତା ଭାବେ ଉତ୍କଳଗ୍ରାମ ସ୍ୱରାଜ୍ୟ କଟକର ସଭାପତି କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି ଯୋଗଦାନ କରି ପରିବେଶକୁ ସନ୍ତୁଳନା କରିବାପାଇଁ ଜୀବଜନ୍ତୁ ଓ ବୃକ୍ଷଲତାର ସୁରକ୍ଷା ନିତ୍ୟନ୍ତଜରୁରୀ ବୋଲି ପ୍ରକାଶ କରିଥିଲେ | ବିଶିଷ୍ଟ ଅତିଥିଭାବେ ପରିବେଷ ବିଚ ତଥା ପ୍ରକୃତିବନ୍ଧୁ ପ୍ରାଧ୍ୟପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପରିବେଷର ବିଭିନ୍ନ ଦିଗ ଓ ପରିବେଶ କିପରି ପ୍ରଦୂଷଣ ହେଉଛି ସେଇ ସମ୍ପର୍କରେ ବହୁ ଉଦାହରଣ ପ୍ରଦାନ କରିଥିଲେ |

ସଂମ୍ମାନିତ ଅତିଥି ଭାବେ ସମାଜସେବୀ କେଶବଚନ୍ଦ୍ର ବେହେରା ଡମପଡ଼ା ବନ ବିଭାଗର ରେଞ୍ଜର ଅଫିସର ରାଜୁ ସେଠୀ ପତ୍ରିକା ବିଭୁ ଭୈରବର ସମ୍ପାଦକ ଲଷ୍ମୀପ୍ରସାଦ ଆଚାର୍ଯ୍ୟ, ବାଙ୍କୀକେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ସୁବାଷଚନ୍ଦ୍ର ପାଢ଼ୀ, ସମାଜସେବୀ ତଥା ସଂସ୍କୃତି ପ୍ରେମୀ କାଶୀନାଥ ସେଠୀ, ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ, ଡ଼ା ଜଗଦିଶ ପଣ୍ଡା, ପ୍ରୀତିଲତା ଗିରି ପ୍ରମୁଖ ଯୋଗଦାନ କରି ପରିବେଶ ସୁସ୍ଥ ରଖିବାକୁ ହେଲେ ବୃକ୍ଷରୋପଣ କରିବାସହିତ ବନ୍ୟଯନ୍ତୁଙ୍କୁ ସୁରକ୍ଷା ଦେବାବୋଲି ସମସ୍ତେ ମିଶି ଶପଥ ନେବା କହିଥିଲେ | କବୟିତ୍ରୀ ଶକୁନ୍ତଳା ମଲିକଙ୍କ ସଂଯୋଜନାରେ ସ୍ୱାଗତ ସଂଗୀତର ପରିବେଷଣ କରିଥିଲେ | ଏହି ଅବସରରେ ବାଙ୍କୀ ଅଞ୍ଚଳର ରବିନାରାୟଣ ମଙ୍ଗରାଜ, ସାମ୍ବାଦିକ ତଥା ରାଜ୍ୟ ସାମ୍ବାଦିକ ସଙ୍ଘ ସଂଗଠନ ସମ୍ପାଦକ ଶୁଭେନ୍ଦୁ କୁମାର ମହାପାତ୍ର, ସୁବର୍ଣ୍ଣପୁର ଵିଟ ହାଉସ ଅଧିକାରୀ ପ୍ରସନ୍ନ କୁମାର ମହାଳି, ରାଣୀଶୁକଦେଇ ମହିଳା ସମିତି,ପ୍ରେମସାଇ ସ୍ଵଂୟସହାୟକ ଗୋଷ୍ଠୀ, ଓ଼ମଂ ସାଇରାମ ମହିଳା ସଙ୍ଘ, ଶ୍ରୀରାମ କମିଟି ସମେତ ୨୫ଜଣଙ୍କୁ ସବୁଜବନାନୀ ସଂମାନ୍ନରେ ମାନପତ୍ର ଉପଢୌଳନ ଓ ପୁଷ୍ପଗୁଛ ଦେଇ ସମ୍ବଦ୍ଧିୟ କରାଯାଇଥିଲା |


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading