କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧୂ ଭାବେ ଶ୍ରୀଯୁକ୍ତ ଲଳିତ ଦିଗାଲଙ୍କୁ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକ ଚୟନ କରିଛନ୍ତି ।ଏନେଇ ସେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଚିଠି ପ୍ରେରଣ କରି ଅବଗତ କରିଛନ୍ତି । ବିଧାୟକଙ୍କ ଅନୁପସ୍ଥିତିରେ ଲଳିତ ଦିଗାଲ ବ୍ଲକ ସ୍ବରୀୟ ସମସ୍ତ ବୈଠକରେ ଯୋଗ ଦେବା ସହିତ ବ୍ଲକର ଉନ୍ନତି ପାଇଁ ଉନ୍ନତି ମୂଳକ ପଦକ୍ଷେପ ସବୁ ନେଇପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଲଳିତ ଦିଗାଲ ୨୦୧୯ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଦଳରେ ରହି କାର୍ଯ୍ୟ କରୁଛନ୍ତି । ସେ ଜଣେ ବରିଷ୍ଠ ବିଜେପି କର୍ମୀ ହୋଇଥିବା ସଂଗେ ସଂଗେ ସୁସଂଗଠକ, ମାର୍ଗ ଦର୍ଶକ ଓ ସୃଷ୍ଟବାଦୀ ବ୍ୟକ୍ତି ହୋଇଥିବାରୁ ବିଧାୟକ ପ୍ରତିନିଧୂ ପାଇଁ ତାଙ୍କୁ ଚୟନ କରାଯାଇବାରୁ ଦଳୀୟ କର୍ମୀ, କାର୍ଯ୍ୟକର୍ତା ତଥା ଜନସାଧାରଣ ବେସ ଖୁସି ଥୂବା ଜଣାପଡିଛି ।
Discover more from odia.bnslive.in
Subscribe to get the latest posts sent to your email.
